SUCCESS !!

Share it

ସଫଳତା (SUCCESS) କଣ ??

ଯେବେ ମୁଁ ଜନ୍ମ ହେଲି, ବାପା-ମା ଭାବିଲେ ଏଟା ତାଙ୍କର ସଫଳତା (SUCCESS)…

ତାପରେ ଯେତେବେଳେ ଚାଲି ଶିଖିଲି ଆଉ ମୁଁ କଥା କହି ପାରିଲି, ସେତେବେଳେ ଲାଗିଲା ଏଇଟା ହିଁ ସଫଳତା (SUCCESS)

ତାପରେ ସ୍କୁଲ ଗଲି, ଆଉ ସେଠି ଜାଣିଲି ଯେ କ୍ଲାସରେ ପ୍ରଥମ ହେବା, ମାନେ ସବୁଠୁ ବେଶି ମାର୍କ ରଖିବା ମାନେ ହିଁ ସଫଳତା (SUCCESS)…

ତାପରେ ବୁଝିଲି ଯେ ଅସଲ ସଫଳତା (SUCCESS) ତ ମାଧ୍ୟମିକ ପରୀକ୍ଷାରେ ଭଲ ନମ୍ବର ରଖିଲେ ମିଳେ…

ତାପରେ ପୁଣି ଭୁଲ ଭାଙ୍ଗିଲା, ଆଉ ଜାଣିବାକୁ ପାଇଲି ଯେ ଉଚ୍ଚ ମାଧ୍ୟମିକରେ ଭଲ ରେଜଲ୍ଟକୁ ସଫଳତା (SUCCESS) କୁହାଯାଏ ।

ଏଇଠି ଶେଷ ନାହିଁ, ୟା’ପରେ ବୁଝିଲି ଯେ ଭଲ ବିଷୟ (SUBJECT) ନେଇ ଭଲ କଲେଜରେ ଚାନ୍ସ ପାଇବା ହିଁ ସଫଳତା (SUCCESS), କାହିଁକି ନା ସେଠି ପଢିଲେ ଭଲ ଚାକିରୀ ମିଳିବ…

ତା ପରେ ପୁଣି ଜାଣିବାପାଇଁ ପାଇଲି ଯେ କଲେଜ ଶେଷରେ ଭଲ ଚାକିରୀ ଆଉ ବହୁତ ଟଙ୍କା ରୋଜଗାରକୁ ସଫଳତା (SUCCESS) କୁହାଯାଏ…

ତାପରେ ପୁଣି ନିଜ ଟଙ୍କାରେ ଗୋଟେ ଭଲ ଫ୍ଲାଟ କିଣିବାଟା ହିଁ ବଡ଼ ସଫଳତା (SUCCESS) ବୋଲି ଜାଣିଲି ….

ପରେ ପୁଣି ଭୁଲ ଭାଙ୍ଗିଲା, ଜାଣିବାକୁ ପାଇଲି ଯେ – ବାହା ହେଇ ଘର ସଂସାର କରିବାଟା ହିଁ ସଫଳତା (SUCCESS) …

ବହୁତ ବର୍ଷ ବିତିଗଲା, ବାହାଘର ପରେ ପିଲା ହେଲା, ପିଲାକୁ ଭଲ ଭାବରେ ଲାଳନ ପାଳନ କରିବାଟା ହିଁ ସଫଳତା (SUCCESS) ବୋଲି ଜାଣିଲି…

ପୁଣି ପିଲାମାନେ ବଡ଼ ହେଲେ, ତାଙ୍କୁ ପ୍ରତିଷ୍ଠିତ କରେଇବାଟା ହିଁ ସଫଳତା (SUCCESS) ବୋଲି ଜାଣିଲି…

ଆଉ ଝିଅକୁ ଭଲ ଘର ଦେଖି, ଆଉ ଭଲ ଚାକିରିଆ ବର ସହ ବାହା କରେଇଦେବାଟା ବି ସଫଳତା (SUCCESS) ବୋଲି ଜାଣିଲି …

ୟା’ପରେ ଆସିଲା ମୋର ରିଟାୟାରମେଣ୍ଟ ଟାଇମ, ସେତେବେଳେ ଜାଣିଲି ଯେ ସାରା ଜୀବନ ଜମେଇଥିବା ଟଙ୍କାର ଠିକ ହିସାବ କିତାବ କରି ସଠିକ୍ ଭାବରେ ବିନିଯୋଗ କରିବାଟା ହିଁ ସଫଳତା (SUCCESS)…

*
ଏହାପରେ ଯେତେବେଳେ ସମସ୍ତେ ମିଶି ମତେ ଫୁଲ ମାଳ ପିନ୍ଧାଇ ଚିତାରେ ଶୁଆଇବା ବେଳ ଆସିଲା, ମରିବାର କିଛି ସମୟ ଆଗରୁ ବୁଝି ପାରିଲି ଯେ ପୃଥିବୀରେ ସଫଳତା (SUCCESS) ବୋଲି କୌଣସି ସ୍ଥାୟୀ ଜିନିଷ ନାହିଁ।

ପୁରା ପ୍ରକ୍ରିୟା ଟା ଅନ୍ୟ ମାନଙ୍କ ଠାରୁ ଆଗେଇ ଯିବା ପାଇଁ ଗୋଟେ ଗୋଟେ ପ୍ରତିଯୋଗିତା (COMPETITION) ମାତ୍ର।

ଯାହା ମୂଳରେ ଅଛି ଆକାଶ ଛୁଇଁବାର ଆକାଂକ୍ଷା, ଯାହା କେବେ ପୂରଣ ହେବାର ନାହିଁ।

କାରଣ ଆଶା ଅସରନ୍ତି…

ସେତେବେଳେ ବୁଝି ପାରିଲି, ଜୀବନର ପ୍ରତି ମୁହୂର୍ତ୍ତ ଆନନ୍ଦ ସହ ସୁସ୍ଥ ରହିବା, ଅନ୍ୟ ସୁଖରେ ସୁଖୀ ହେବା, ଅନ୍ୟ ପାଇଁ ଖୁସି ହେବା, ଅନ୍ୟ ମୁହଁରେ ହସ ଫୁଟେଇବା ଆଉ ନିଜ ହାତ ପାଆନ୍ତାରେ ଯାହା ସହଜଲଭ୍ଯ ସେତିକି ସମ୍ବଳରେ ସେଇ ପରିବେଶରେ ନିଜେ ଏକ ହସ ହସ ସନ୍ତୁଷ୍ଟ ଜୀବନ ବିତେଇବା ହିଁ ଅସଲ ସଫଳତା (SUCCESS)…।

କିନ୍ତୁ ମାତ୍ର ଏତେକ କଥା ବୁଝିବା ପାଇଁ ମୋର ଅନେକ ଡେରି ହେଇଯାଇଥିଲା…

🙏🏻🙏🏻🙏🏻

ସଂଗ୍ରାହକ : ପ୍ରଦୀପ୍ତ କୁମାର ଦାସ,
ନାଉଗାଁ, ଜଗତସିଂହପୁର
ମୋ : 99378 07730


Share it

Leave a comment

Your email address will not be published. Required fields are marked *

Verified by MonsterInsights