Remedies suggested for Extreme thunderstorm/ LIGHTNING

Share it

Mo Lekha
3rd September 2023

ଘରକୁ ବିଜୁଳି ମାରିବାରୁ ରକ୍ଷା କରିବାକୁ ଯେପରି ଛାତ ଉପରେ ଗୋଟେ ଆର୍ଥିଙ୍ଗ ଆଣ୍ଟିନା ଲଗାଉଛ, ସେମିତି ପ୍ରତି ରାସ୍ତା କଡରେ, ବିଲ ବାଡିରେ, ଜଙ୍ଗଲ ଜମିରେ ପ୍ରତି 100 ମିଟରରେ ଗୋଟେ ଲେଖା ତାଳ ଗଛ ଲଗାଅ । ଏ ତାଳ ଗଛମାନେ ବି ବିଜୁଳିର ଆର୍ଥିଙ୍ଗ ଆଣ୍ଟିନା ପରି କାମ କରିବେ । ଜଙ୍ଗଲର ସୀମା ଚିହ୍ନଟ ଖୁଣ୍ଟି ହିସାବରେ ବି କାମ କରିବେ ।

ସେମିତି ସବୁ କୋଠା ଛାତ ଉପରେ କେମିତି ଆର୍ଥିଙ୍ଗ ଲାଗିବ ସେ ବ୍ଯବସ୍ଥା କରନ୍ତୁ ସରକାର , ଇନ୍ଦିରା ଆବାସ ତକାୟତ।

ପ୍ରାଇଭେଟ୍ ଆପାର୍ଟମେଣ୍ଟ, ଘର ହୋଇଥିଲେ ସେମାନଙ୍କୁ ଏହା ନଲଗାଇଲେ ପ୍ଲାନ୍ ଆପ୍ରୁଭାଲ ହେବନି କୁହନ୍ତୁ ,


ଗାଆଁ ଗହଳ କୋଠାଳି ମାନଙ୍କୁ ସର୍କୁଲାର ଜାରି କରି ଏପରି କରିବା ବାଧ୍ୟତାମୂଳକ ବୋଲି କୁହନ୍ତୁ , ଗାଁ ଲୋକଙ୍କୁ ଏହା ମାଗଣା ଯୋଗାଇ ଦେଲେ ବି ବିଶେଷ କିଛି ଅସୁବିଧା ନାହିଁ ।

ଏହା ବାଦ୍ ଆଜିକାଲି ଗୋଟେ କିଲୋମିଟର ନାସନାଲ ହାଇୱେ କରିବାକୁ କୁଆଡେ ସରକାର 1800 କୋଟି ଖର୍ଚ୍ଚ କରୁଛନ୍ତି,

ସେଇ ପଇସାରେ ଗୋଟେ କିଲୋମିଟର ରାସ୍ତାରେ 5 ଟି ଲୁହାଖୁଣ୍ଟ ସହ ତମ୍ବା ଆର୍ଥିଙ୍ଗ ତାର ବି ମାଟିତଳକୁ ପୋତାଯାଇ ପାରିବ ।

ଏପରି ସବୁ ପଦକ୍ଷେପ ନେଲେ ମୁଁ ଭାବୁଛି ବିଜୁଳି ଚଡକ ଜନିତ ଧନ ଜୀବନହାନୀ କମି ଯିବ ଓ ସରକାରଙ୍କୁ 4 ଲକ୍ଷ ଟଙ୍କା କ୍ଷତି ପୂରଣ ବି ଦେବାକୁ ପଡିବନି,

ଯଦି ଇନସୁରାନ୍ସ କମ୍ପାନୀ ଏ ପଇସା ଦେଉଥିବେ ତାଙ୍କୁ ବି ଏ ପଇସା ଦେବାକୁ ପଡିବନି, ପୁରା ପ୍ରିମିୟମ୍ ତାଙ୍କର, ସେଥିରେ ତାଙ୍କ ଷ୍ଟାଫ୍ ମାନଙ୍କୁ ଆଉ ଟିକେ ବେଶୀ ଦରମା ବି ଦେଇ ପାରିବେ ଇନସୁରାନ୍ସ କମ୍ପାନୀମାନେ ନହେଲେ ଆଉ 5 ଜଣ ଏମପ୍ଲୟି ନିଯୁକ୍ତି କରି ପାରିବେ ।

ତାଳ :

ନିଜେ ସହଇ ବଜ୍ର ବାଣ
ସ୍ବଭାବେ ଗଞ୍ଜେ ଇନ୍ଦ୍ର ଟାଣ

ବାସକୁ ବରଡା ଖାଦ୍ଯେ ଫଳ
ଈଷ ହୋଇଣ ଟାଣେ ଫାଳ

ଏ ଭାବେ ରକ୍ଷେ ପ୍ରଜାକୁଳ
ନାମ ଅଟଇ ତାର ତାଳ

ଟାକୁଆ ଗୋଟେ ପୋତି ଦେବ
ମନକୁ ସେ ଗଛ ବଢିବ

– ଲକ୍ଷ୍ମୀଧର ନାୟକ
03.09.2023

Extreme thunderstorm/ LIGHTNING activities accross Odisha on 2nd September.

12 persons died.
14 persons injured.
08 cattle casualties.

Ex-gratia of ₹4.00 lakhs will be paid to each of the bereaved families. In case of cattle death, assistance would be extended as admissible.

ଏମିତି କାମ କରୁନ ବାବୁ #SRC_Govt_of_Odisha


Share it

Leave a comment

Your email address will not be published. Required fields are marked *

Verified by MonsterInsights