ଜିତୁ ସାହୁ ପ୍ରବଚନ ଦେବା ଅବୈଧ

Share it

ଅବୈଧ ଗୁରୁ

ବିନା ସାର୍ଟିଫିକେଟ ବିନା ଅନୁମତିରେ ବାବାଗିରି କରିବା, ପ୍ରବଚନ ଦେବା ଅବୈଧ ଅଟେ । ଏପରିକି ଟିଭିରେ ଜିତୁ ସାହୁ ବି ପ୍ରବଚନ ଦେବା ଅବୈଧ, ଜୟନ୍ତ ଭାଗ୍ୟ ଭବିଷ୍ୟତ ବଖାଣିବା ବି ଅବୈଧ, ଯଦି ସେମାନେ ସେମାନଙ୍କ ସ୍ୱ ସ୍ୱ ଡିପାର୍ଟମେଣ୍ଟ ହେଡ୍ ବା ଗୁରୁ ୟୁନିଭରସିଟିରୁ ପରୀକ୍ଷାରେ ପାଶ୍ କରିଥିବା ପ୍ରମାଣପତ୍ର ଓ ଅନୁମତି ପତ୍ର ନ ଦେଖାନ୍ତି ।

ଗୁରୁ ପରମ୍ପରା ଭାରତୀୟ ସଂସ୍କୃତିରେ ଏକ ବହୁ ମାନ୍ୟତା ପ୍ରାପ୍ତ ପରମ୍ପରା । ଗୋଟିଏ ପୀଠ ବା ସମ୍ପ୍ରଦାୟର ଜଣେ ଗୁରୁ ଅନୁମତି ଦେଲାପରେ ଯାଇ ତାଙ୍କ ଉତ୍ତରାଧିକାରୀ ଗୁରୁ ଆସନରେ ବସନ୍ତି । ଶିଷ୍ୟ ଗ୍ରହଣ କରି ପାରନ୍ତି, ଆଶ୍ରମ କରି ପାରନ୍ତି, ପ୍ରବଚନ ଦେଇ ପାରନ୍ତି ଇତ୍ୟାଦି। ଯେମିତି ଶଙ୍କରାଚାର୍ଯ୍ୟ ମଠରେ ହୁଏ, ଅନ୍ୟାନ୍ୟ ସମ୍ପ୍ରଦାୟ ଯଥା ସରସ୍ୱତୀ ସମ୍ପ୍ରଦାୟ, ସ୍ୱାମୀ ସମ୍ପ୍ରଦାୟ, ଶ୍ରୀଚୈତନ୍ୟ ଗୌଡିୟ ସମ୍ପ୍ରଦାୟ ଇତ୍ୟାଦିରେ ମଧ୍ଯ ।

ଏହା ଏକ ପ୍ରକାର ଲାଇସେନ୍ସ ସିଷ୍ଟମ ଭଳି । ବହୁ ପରୀକ୍ଷା ନୀରିକ୍ଷା ଆଚରଣ ଉଚ୍ଚାରଣ ଜ୍ଞାନଗରିମା ଇତ୍ୟାଦିର ପରୀକ୍ଷାପରେ ଜଣେ ଅନୁଗାମୀଙ୍କୁ ଏପରି ଅନୁମତି ଦିଆଯାଉଥିଲା ।

ଯେଉଁମାନେ ଏ ଲାଇସେନ୍ସ/ଅନୁମତି/ସ୍ବୀକୃତି ପ୍ରାପ୍ତ ହେଉଥିଲେ ସେମାନେ ସେ ସମ୍ପ୍ରଦାୟ ବା ମତବାଦର ଗୁରୁ ଭାର ଗ୍ରହଣ କରୁଥିଲେ।

ଦିନକୁ ଦିନ ଏହାର ମାତ୍ରାଧିକ ଉଲ୍ଲଂଘନ ହେଉଛି । ଯିଏ ନାହିଁ ସିଏ ଆଶ୍ରମ ଖୋଲି ଗୁରୁ, ବାବା, ଭଗବାନ ବୋଲାଉଛି ।

ସବୁ କଥାର ସେନସର ବୋର୍ଡ ଅଛି, ଏ ବାବାଗିରି ର ବି ଗୋଟାଏ ସେନସର ବୋର୍ଡ ରହିବା କଥା କି ନୁହେଁ ?

ଏତିକି ହେଲେ ବି ବହୁ ଅନୈତିକ କାମ ଉପରେ ଲଗାମ ଲାଗିପାରିବ।

ଯିଏ ଆଶ୍ରମ ଖୋଲିବ ବା ପ୍ରବଚନ ଦେବ ସିଏ ପ୍ରଥମେ ଲାଇସେନସ୍ ଦେଖେଇବ, ଲାଇସେନସ କପି ଯୋଡି ସେନସରବୋର୍ଡ ମାଧ୍ୟମରେ ସରକାରଙ୍କୁ ଆପ୍ଲାଇ କରିବ, ସରକାର ସବୁ ପରୀକ୍ଷା ନୀରିକ୍ଷା କରି ଅନୁମତି ଦେଲାପରେ ଯାଇ ଆଶ୍ରମ ଖୋଲିବ କି ଟିଭିରେ ପ୍ରବଚନ ଦେବ କି ପବ୍ଲିକ୍ ରେ ପ୍ରବଚନ ଦେବ ।

ମନେକର ସାରଥୀ ନାମକ ଜଣେ ଲୋକ ଆଶ୍ରମ ଖୋଲି ପ୍ରବଚନ ଦେବ, ସିଏ ଆଶ୍ରମ ଖୋଲିବାକୁ ଯୋଗ୍ୟ କି ଅଯୋଗ୍ୟ କିଏ କହିବ ?

ସେ କେଉଁ ଧର୍ମର କେଉଁ ମତବାଦର ବାବାଗିରି କରିବେ ଅଥବା ପ୍ରଚାର କରିବେ ସେ କଥା କିଏ କହିବ, ସେ ସାର୍ଟିଫିକେଟ୍ ତାଙ୍କୁ କିଏ ଦେବ ?

ଏବେ ବିଶ୍ୱରେ ବିଭିନ୍ନ ଧର୍ମଧାରା ପ୍ରଚଳିତ ଅଛି, ଗୋଟିଏ ଗୋଟିଏ ଧର୍ମରେ ବି ବିଭିନ୍ନ ମତବାଦ ପ୍ରଚଳିତ ଅଛି, ହିନ୍ଦୁ ଧର୍ମରେ ଯେମିତି ଅଦ୍ବୈତ, ଦ୍ବୈତ, ବିଶିଷ୍ଟାଦ୍ୱୈତ ଇତ୍ୟାଦି ମତବାଦ ମଧ୍ୟ ଅଛି ।

ମନେକରାଯାଉ ସାରଥୀ ବାବୁ ଅଦ୍ୱୈତ ମତବାଦର ପ୍ରବଚନ ଦେବେ କି ଆଶ୍ରମ ଖୋଲିବେ, ତାହେଲେ ସେଥିପାଇଁ ସେ ଶଙ୍କରାଚାର୍ଯ୍ୟଙ୍କଠାରୁ ଯୋଗ୍ୟତା ସାର୍ଟିଫିକେଟ୍ ଓ ଅନୁମତି ପତ୍ର ଆଣି ସରକାରଙ୍କ ପାଖରେ ଦାଖଲ କରିବେ, ତା ପରେ ସିନା ବାର ମୂଳରେ କି ଟିଭିରେ ବସି ଗପିବେ,

ବିନା ସାର୍ଟିଫିକେଟ ବିନା ଅନୁମତିରେ ଆଶ୍ରମ ଖୋଲିବା, ପ୍ରବଚନ ଦେବା ଅବୈଧ ଅଟେ ।

ଏପରିକି ଟିଭିରେ ଜିତୁ ସାହୁ ବି ପ୍ରବଚନ ଦେବା ଅବୈଧ, ଜୟନ୍ତ ଭାଗ୍ୟ ଭବିଷ୍ୟତ ବଖାଣିବା ବି ଅବୈଧ, ଯଦି ସେମାନେ ସେମାନଙ୍କ ସ୍ୱ ସ୍ୱ ଡିପାର୍ଟମେଣ୍ଟ ହେଡ୍ ବା ଗୁରୁ ୟୁନିଭରସିଟିରୁ ପରୀକ୍ଷାରେ ପାଶ୍ କରିଥିବା ଓ ଅନୁମତି ପତ୍ର ନ ଦେଖାନ୍ତି ।

ଏଥିପାଇଁ ସମାଜଚିନ୍ତକ, ସରକାର ଓ ବିଭିନ୍ନ ମତବାଦର ପ୍ରାମାଣିକ ଗୁରୁମାନେ ଏକାଠି ହୋଇ ଗୋଟିଏ ସେନସର ବୋର୍ଡ ଗଠନ କରନ୍ତୁ ।

ଏବେ ବାବାଗିରି ଓ ଆଶ୍ରମଗିରି ବହୁଳ ଚାଲୁଥିବା ସମ୍ପର୍କରେ କେହିଜଣେ ନିମ୍ନୋକ୍ତ ମତ ପ୍ରକାଶ କରିଛନ୍ତି, ତାହା ମଧ୍ୟ ପ୍ରଣୀଧାନ ଯୋଗ୍ୟ । ସେ ମତ ଅନୁଯାୟୀ –

    Ashrams are now safe sex hubs

    Therefore everybody loves a good ashram.

    Every thing is safe there

    Ashram is a good facilitator for extramarital sex,

    everybody enjoys extramarital sex

    And are in search of a socially safe sex hub

    Everybody means everybody

    You me they

    100/100

    Sati and Satyaban are only two words of the book /literature now

    Practically there is no such person physically

ଏବେ ଏ ସମ୍ପର୍କରେ ଆପଣମାନେ ଆପଣମାନଙ୍କର ସୁଚିନ୍ତିତ ମତବାଦ ରଖି ପାରନ୍କି, ଆପଣଙ୍କ ମତ ସମ୍ପର୍କରେ ସାଧାରଣ ଲୋକ, ବିଭିନ୍ନ ଧର୍ମଗୁରୁ, ସରକାର, କୋର୍ଟ ସମସ୍ତଙ୍କୁ ଜଣାଇ ପାରନ୍ତି ।

ମାନ୍ୟବର କୋର୍ଟ ସ୍ପଷ୍ଟ କରିଛନ୍ତି କି, ସାରଥୀ କେଉଁ ଧର୍ମର କେଉଁ ସମ୍ପ୍ରଦାୟର କେଉଁଧାରା ଉପରେ କାହାକୁ ପ୍ରବଚନ ଦେବେ ଏବଂ ସେ ସେଥିପାଇଁ ଯୋଗ୍ୟ କି ନୁହନ୍ତି, ସେ ସମ୍ପର୍କରେ ତାଙ୍କର ଆବଶ୍ୟକୀୟ ଜ୍ଞାନ ଅଛି କି ନାହି, ସେ ଯଦି ଗୋଟିଏ ଧର୍ମଧାରା ଉପରେ ବିକୃତ ପ୍ରବଚନ ଦେଇ ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରନ୍ତି ତାହେଲେ ସେଥିପାଇଁ କିଏ ଉତ୍ତରଦାୟୀ ରହିବେ, ସେଥିପାଇଁ ଦଣ୍ଡ ବିଧାନ କଣ?

ମୋ ତରଫରୁ ଏତିକି ଥାଉ, ବାକି କଥା ଆପଣମାନେ କୁହନ୍ତୁ ଓ ଏ ସମସ୍ୟାର ସମାଧାନ ଟିଏ ବାହାର କରିବାରେ ସରକାର, କୋର୍ଟ, ଧର୍ମୀୟ ପରିସଂସ୍ଥାନ ତଥା ନିଜକୁ ଏବଂ ପରସ୍ପରକୁ ସହଯୋଗ କରନ୍ତୁ, ଏବଂ ଅନ୍ଧବିଶ୍ୱାସ ନବାଣ୍ଟି ଆମ ଧର୍ମଧାରାମାନଙ୍କୁ ଆବର୍ଜନାମୁକ୍ତ କରିବାରେ ସହାୟକ ହୁଅନ୍ତୁ ।

ଲକ୍ଷ୍ମୀଧର ନାୟକ

FB Post : 17. 02. 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights