India ନାଁ ଟାକୁ ପାକିସ୍ଥାନ ନେଇଯିବାକୁ ଚାହୁଁଥିଲା ବୋଧହୁଏ ,
କହୁଥିଲା Indus river ବା ସନ୍ଧୁ ନଦୀ ତ ପାକିସ୍ଥାନ ରେ, ବିଶ୍ବର ସର୍ବପୁରାତନ ଶ୍ରେଷ୍ଠ ବିକଶିତ ସଭ୍ଯତା ହେଉଛି ସିନ୍ଧୁ ସଭ୍ୟତା, ସିନ୍ଧୁସଭ୍ଯତାରୁ ସିନ୍ଧୁସ୍ଥାନ, ଇଚ୍ଚାରଣ ବକ୍ରତାରେ ହିନ୍ଦୁସ୍ଥାନ ,
ଯେହେତୁ ସମଗ୍ର ସିନ୍ଧୁ ଅବବାହିକା ବର୍ତ୍ତମାନ ପାକିସ୍ଥାନ ଅନ୍ତର୍ଗତ ତେଣୁ ପାକିସ୍ଥାନ ହେଉଛି ମୂଳ ହିନ୍ଦୁସ୍ଥାନ ଓ ଇଣ୍ଡିଆ ନାଁ ଟା ପାକିସ୍ଥାନୀ ବ୍ଯବହାର କରିବେ ଓ ଭାରତୀୟ ମାନେ କେବଳ ଭାରତ ନାଁ ଟା ବ୍ଯବହାର କରିବେ,
ଆମ ସମ୍ବିଧାନ ଲେଖିଲା ବାଲା ଦୁଇଟା ଯାକ ନାଁ ରଖିଦେବାକୁ ଚାହିଁଲେ, ସେଥି ପାଇଁ ବୋଧହୁଏ ଲେଖିଦେଲେ India that is Bharat ,
ଆମେ ଏବେ ଯଦି ଗୋଟେ ଅକଲହୀନ ଗଧ ବୁଦ୍ଧିରେ ପଡି ଭାରତର ଲକ୍ଷେ କୋଟି ଟଙ୍କା ନୋକସାନ କରି ଇଣ୍ଡିଆ ନାଁ ଟାକୁ ସବୁଥିରୁ ଲିଭେଇ ଦେବା, ସମ୍ବିଧାନରୁ ଲିଭେଇ ଦେବା , ଜାତିସଂଘରୁ ଲିଭେଇଦେବା ଏବେ ବି ପାକିସ୍ଥାନ ଦାବୀ କରି ପାରେ ଇଣ୍ଡିଆ ନାଁ କୁ ସେ ବ୍ଯବହାର କରିବା ପାଇଁ , ହା ହା ହା
ସେମାନଙ୍କୁ ସହଜ ହେଇଯିବ
ତେଣୁ ବାବୁ ଅଯଥା ଜ୍ଞାନ ବାଣ୍ଟ ନି, ଉଭୟ ଇଣ୍ଡିଆ ଓ ଭାରତ ବ୍ଯବହାର ହେଉଛି, ସେମିତି ହେଉଥାଉ, ପୂର୍ଣ୍ଣଚନ୍ଦ୍ର ନକହି ପୁନିଆ କୁହାଯାଉଛି ତ କୁହାଯାଉଛି, ସେମିତି ବି କୁହାଯାଏ ନି କି ଗାଁ ଗହଳରେ ? ସେମିତି ସିନ୍ଧୁପୁର କି ଇନ୍ଦୁପୁର କହିବା କଥା, ଇନ୍ଦସ୍ ବା ଇନ୍ଦିଆ କୁହା ଯାଉଛି ,
Make in India, Start up India , Khelo India , Padho India ଲେଖିଲାବେଳେ କଣ ବୁଦ୍ଧି ହଜିଯାଇଥିଲା କି ?
Make in Bharat, Start up Bharat, Khelo Bharat ଲେଖିଲ ନି ? କିଏ ମନା କରୁଥିଲା କି ?
ଏବେ ହଠାତ୍ ବିଳିବିଳେଇଲ କାହିଁକି ବାବୁ ? କଣ ହେଲା କି ?
ବରଂ କୋଟି କୋଟି ଭାରତୀୟଙ୍କୁ, କ୍ଷୁଦ୍ର ଚାଷୀ ମୁଲିଆଙ୍କୁ ଗରିବୀ ସୀମା ରେଖା ତଳକୁ ହନ୍ତସନ୍ତ ହେଇ ଜୀବନ ବଞ୍ଚିବାକୁ ଠେଲି ଦେଇ ସୁବାସ ଚନ୍ଦ୍ରାକୁ , ଆଦାନୀକୁ , ନୀରବ ମୋଦୀକୁ , ଲଳିତ ମୋଦୀକୁ ଲକ୍ଷ ଲକ୍ଷ କୋଟି ଟଙ୍କା ଋଣ , ଟିକସ ଛାଡ କରିଦେଇ ଆମକୁ ଭୁଆଁ ବୁଲୋଉଥିବା ବେପାରୀଙ୍କ ମୁଖା ଖୋଲିବା ସମ୍ପର୍କରେ ଆଲୋଚନା କର ।
ରାଜୀବ ଦିକ୍ଷିତ ତ ଏବେ ନାହାନ୍ତି, ସେ ଥିଲେ ଏକଥା ନିଶ୍ଚୟ ସାହସ କରି କହି ଥାଆନ୍ତେ, କାରଣ ସେ ଜଣେ ସାହସୀ ଲୋକ ଥିଲେ, ଭୁଲ୍ କୁ ଭୁଲ୍ ଠିକ୍ କୁ ଠିକ୍ କହି ପାରୁଥିଲେ,
ନିଜ ଭୁଲ୍ କୁ ବି ସ୍ୱୀକାର କରିବାର ସାହସ ରଖୁଥିଲେ ଅଥବା ଅନ୍ଯର ଭୁଲ୍ କୁ ସେ ଅନ୍ଧଭଳି ସମର୍ଥନ କରୁନଥିଲେ,
ଏ ଭଳି ସତ୍ ସାହସୀ ଲୋକମାନଙ୍କୁ ବେଶୀ ଦିନ ବଞ୍ଚି ରହିବା ଚାହାନ୍ତି ନାହିଁ ବେପାରୀ ଈଶ୍ୱର ମାନେ, ସବୁବେଳେ ତାଙ୍କର ଅମଙ୍ଗଳ ମନାସନ୍ତି, ରାଜୀବ ଦିକ୍ଷିତ ତ ଅକାଳରେ ଚାଲିଗଲେ, ତାଙ୍କର କଥାକୁ କଦର୍ଥ କରି ବ୍ଯବହାର କରାନଯାଉ,
ଭାରତ ଆମର ପ୍ରିୟ ନାମ ଏବଂ ଏହା ବ୍ଯବହାର ତ ହେଉଛି , ବଦଳିବ କଣ ଟା ?
ଚାଷୀ ଚାଷ ଛାଡି ଦେବାକୁ ପ୍ରତି ଦିନ ରାତି ଅନିଦ୍ରା ହେଇ ବିକଳ୍ପ ବାଟ ଖୋଜୁଛି, ସେ ସାଲା ଗଧା ଚାଷୀର ଭାଗ୍ଯ ବଦଳାଇବା ଦିଗରେ କାମ କରିବା ଛାଡି କେତେବେଳେ ଗାଁ ର ନା ଦେଶର ନାଁ ଏମିତିକି କେତେବେଳେ ନିଜ ବାପା ନାଁ ବି ବଦଳେଇ ଦେଇ ହଟଚମଟ ସୃଷ୍ଟି କରି ଲୋକଙ୍କ ମନକୁ ନିଜର ଅପାରଗତା ଠାରୁ ଦୁରେଇ ନେଇ ପୁଣି ଶାସନ କ୍ଷମତା ଅକ୍ତିଆର କରିବାକୁ ଚାହୁଁ ଥାଇ ପାରେ , ଦେଶକୁ ଲୁଟି ଫେରାର ହେଇଯିବାକୁ ,
କେ ଅବା ଅଛି କେଉଁ ମତେ, ମୁଁ ତାହା ଜାଣିବି କେମନ୍ତେ
ପାଞ୍ଚ ପାଞ୍ଚ ଟା ମୋଦୀ, ଗୋଟେ ଚୋକ୍ସୀ, ଗୋଟେ ମାଲ୍ଯା, ଏମିତି 14 ଟା ଫେରାରୀଙ୍କ ଭିତରୁ 13 ଟା କେବଳ ଗୁଜୁରାଟୀ ଫେରାର୍ ହେଇଛନ୍ତି, ଆଉ ଚାରିଟା ଖଣ୍ଡେ ଏବେ ଏଠି ଭାରତକୁ ଲୁଟୁଛନ୍ତି , ବିକୁଛନ୍ତି, ଭାଙ୍ଗୁଛନ୍ତି
ଆମେ ତାଙ୍କ କଥାରେ ପଡି ଇଣ୍ଡିଆ ଭାରତ ହେଉଛୁ
କୋଉ ଚାଷୀର ଇନକମ୍ ଡବଲ ହେଇଯାଇଛି, ନିଜ କଥା ଭାବିକି କୁହ, ନିଜ ଗାଁ ଲୋକଙ୍କ କଥା ବୁଝିକି କୁହ ,
ଗଣତନ୍ତ୍ରର ମାଲିକ ହୁଅ,
କୋଉ ନେତାର ବୁକୁଚା ବୁହା ହୁଅନି
ଏଥିରେ ସର୍ବମଙ୍ଗଳ
ଆଉ ଥରେ କ୍ଷମତାକୁ ଆସିଲେ ଏମାନେ ଗଣତନ୍ତ୍ର ଲୋପ କରି ରାଜତନ୍ତ୍ର ଢାଞ୍ଚା ଚଲେଇପାରନ୍ତି କି କଣ, ହା ହା ହା
କହିବେ ମୁର୍ଖ ଅନପଢ ଲୋକଙ୍କ ହାତରେ ଆମ୍ବେଦକର ଭୋଟ୍ ଅଧିକାର ଦେଇ ଦେଇଥିବାରୁ ଭାରତ 700 ବର୍ଷ ପଛକୁ ପଳେଇଛି, ଏକଥା ସୁବିଧାବାଦୀଏ ଗର୍ଜିବେ, ଟିଭି ଗର୍ଜିବ, ଖବରକାଗଜ ଗର୍ଜିବ, ସାହିତ୍ଯ ଗର୍ଜିବ, ମୋବାଇଲ୍ ବି ଗର୍ଜି ଉଠିବ ,
ଏ ସମସ୍ତେ ଏକ ସ୍ବରରେ କହିବେ – ଭାରତକୁ ଉଦ୍ଧାର କରିବାକୁ ସମ୍ବିଧାନ ସଂଶୋନ କରି ପ୍ରଥମେ ଏ ଅଶିକ୍ଷିତ ଲୋକଙ୍କ ହାତରୁ ଭୋଟ୍ ଅଧିକାର ବାହାର କରିନେବାକୁ ହେବ, ନହେଲେ ଦେଶ ରସାତଳକୁ ପଳେଇବ ,
ପ୍ରଥମ ପାଞ୍ଚ ବର୍ଷ କହିବେ ମେଟ୍ରିକ୍ ବାଲା ଭୋଟ୍ ଦେବେ, ତମେ କହିବ ଠିକ୍,
ତା ପରେ କହିବେ ବି.ଏ., ତମେ କହିବ ହଁ ଚଳିବ,
ତା ପରେ କହିବେ କେବଳ ପି.ଏଚ.ଡି କଲାବାଲା ଜ୍ଞାନୀ ଭୋଟ୍ ଦେବେ, ତମେ ସେତେବେଳକୁ କଥା କହିବା ବଳ ବାରଣା ହରେଇ ଲୋକ ଲଜ୍ଜାରେ ରାଷ୍ଟ୍ର ଭକ୍ତି ପାଳନ କରିବାକୁ ହାଁ ଜୀ ହାଁ ଜୀ କରୁଥିବ, ତେଣୁ ହଁ ନକହିବାକୁ ବାଟ ନଥିବ
ତା ପର ପଦକ୍ଷେପରେ ଆଜିକା ଭୋଟର୍ ର ଅବସ୍ଥା କଣ ହେବ ମତେ ଲେଖିବାକୁ ଲାଜ ଲାଗୁଚି, ପାଖ ଆଖରେ ଯଦି କେହି ତମ ଜେଜେ ବୟସର ଲୋକ ଥିବେ ତ ପଚାରି ଶୁଣି ଦେବ
ସେ ସମୟ ବୋଧେ ଆସୁଛି କି କଣ, ଯେତେବେଳେ ସାଧାରଣ ଗରିବ ଖଟିଖିଆ ଲୋକେ ଭାବିବେ ଯେ ଗୋଟେ ସମୟ ଥିଲା, ଆମର ବି କ୍ଷମତା ଥିଲା, ଇଲେକସନ ସମୟରେ ନେତା ଆସି ଆମକୁ ହାତ ଯୋଡୁଥିଲେ, ଆମ ଗୋଡ ଧରୁଥିଲେ, ଆମେ ଗଣତନ୍ତ୍ରର ମାଲିକ ଥିଲୁ,
ଏବେ ଆମ ଛାଇ ପଡିଲେ ଭାରତ ମାଟି ଅପବିତ୍ର ହେଇ ଯାଉଛି କାହିଁକି କେଜାଣି !
ଏମିତି କଥା ତ ବହୁ ପୁରୁଣା କାଳରେ ହେଉଥିଲା, ମଝିରେ ତ ସବୁ ପବିତ୍ର ପବିତ୍ର ହେଇଯାଇଥିଲା, ପୁଣି ହଠାତ ଅପବିତ୍ର ହେଇଗଲା କିମିତି ?
କଣ ସେ ମୋଟା ସମ୍ବିଧାନ ବହିରୁ ଧାଡିଏ ପାଠ କାଟି ଦେଲେ ଏତେ ବଡ ଓଲଟ ପାଲଟ ହେଇଯାଏ ?
ବେଲୁନ ଗୋଟେଇବା ବେଳ ଆସିବା ପର୍ଯ୍ୟନ୍ତ ବେଲୁନ ଉଡା ଚାଲୁ
ବେଲୁନ୍ ଗୋଟାଇବା ବେଳ ଆସିଲା ବେଳକୁ ନାତିର ଜମାନା ଆସିଯାଇଥିବ, ତମ ଆମ ଜେଜେ ଜମାନା ଟା ଆମ ତମ ନାତି ସମୟରେ ଫେରିବ, ଫେରୁ , ହିଷ୍ଟ୍ରି ରିପିଟ୍ କରେ ବୋଲି ତ ପିଏଚଡି କରିଥିବା ଜ୍ଞାନୀ ମାନେ କହିଛନ୍ତି,
ତେଣୁ ନାତି ବେଲୁନ ଗୋଟେଇବା – ହିଷ୍ଟ୍ରିର ଦୋଷ, ସେଥିରେ ତମର ଆମର ଦୋଷ କଣ ଯେ ?
Laxmidhar Nayak
My Facebook Post: 08th September 2023