Happy friendship day

Share it

HAPPY FRIENDSHIP DAY

My Facebook Post: 5th August 2018
Laxmidhar Nayak

ହେ କପିବର
କହିବ ମୋ ସମାଚାର ରାମଙ୍କୁ
ନିତି ଝୁରୁଛି ପାଦ ପଦ୍ମକୁ
ହେ ତପି ଶ୍ରେଷ୍ଠ
ହେ କପିବର
କହିବ ମୋ ସମାଚାର ରାମଙ୍କୁ

ସେ ସର୍ବ ଜୀବ ସ୍ୱାମୀ
ସେ ପରା କୃପାନିଧି
ସେ ଦୟା ପ୍ରେମ ସିନ୍ଧୁ
ସେ ତ କୃପା ବାରିଧି

ଏ ଲଙ୍କାପୁରେ ଦେଖ
ଖୋଜୁଛି ପ୍ରଭୁ ପାଦ ପଦ୍ମ ରଜକୁ
ହେ କପିବର
କହିବ ମୋ ସମାଚାର ରାମଙ୍କୁ

ଅନନ୍ତ କୋଟି ବର୍ଷ
ହେଲାଣି ମୋ ଆୟୁଷ
ଦେଖିଛି ରାମଲୀଳା
ରାଧାଭାବେ କୃଷ୍ଣଙ୍କୁ

ବଞ୍ଚିଛି ଲଙ୍କା ପୁରେ
ଭଲପାଇ ଧାରାକୁ
ହେ କପିବର
କହିବ ମୋ ସମାଚାର ରାମଙ୍କୁ

ଏ ଧାରା ଏଠି ସରୁ
ମୋ ସ୍ୱାମୀ ମୋତେ ବରୁ
ଧନ୍ୟ ହେ କପିବର
ମୋତେ ଯା ଠାବ କଲ
ଲଙ୍କାପୁରରେ ବସି
କହିଲ ପ୍ରଭୁ ନାମ
ଅନ୍ତର ଖୋଜେ ପ୍ରଭୁ ପାଦ ପଦ୍ମକୁ
ହେ କପିବର
କହିବ ମୋ ସମାଚାର ରାମଙ୍କୁ

ବହୁଛି ପ୍ରେମ ଅଶ୍ରୁ
ମୋ ନେତ୍ରୁ ଦିବାରାତ୍ର
ସେ ପରା ପ୍ରାଣ ବନ୍ଧୁ
ପ୍ରାଣି ପ୍ରାଣ ସଙ୍ଗାତ

ସବୁ କଥା କହିବ
ସେ ରା ଜୀବ ବନ୍ଧୁଙ୍କୁ
ହେ କପିବର
କହିବ ମୋ ସମାଚାର ରାମଙ୍କୁ

ସେ ମୋ ପରାଣ ମିତ
ଏକଇ ତ ସଙ୍ଗାତ
ଗୋଲୋକ ପୁରେ ରହି
ମଧୁରେ ବେଣୁ ବାଇ

ଭୁଲିଗଲେ କି ମିତଣି
ଆତ୍ମ ରାଧାକୁ
ନିତ୍ଯ ସୀତାକୁ

ହେ କପିବର
ହେ ତପି ଶ୍ରେଷ୍ଠ
କହିବ ମୋ ସମାଚାର ରାମଙ୍କୁ
ବର ହୋଇ ବରିନେବେ ଘରକୁ

ହେ କପିବର
ହେ ତପି ଶ୍ରେଷ୍ଠ
କହିବ ମୋ କଥା ପ୍ରାଣବନ୍ଧୁଙ୍କୁ ….

– ଲକ୍ଷ୍ମୀଧର ନାୟକ
05.08.2018


Share it

Leave a comment

Your email address will not be published. Required fields are marked *

Verified by MonsterInsights