EPP App କଣ ? ଜାଣିଛନ୍ତି କି ?

Share it

Mo Lekha
My Facebook Post: 28th September 2019

PC ହଟାଓ ଅଭିଯାନର ଶୁଭାରମ୍ଭ କଲେ ନବୀନ ! ଭଲ କଥା । ନବୀନବାବୁ ଭୋଟ୍ ମାଗିବାପାଇଁ ଯେମିତି ଗାଁ ଗାଁ ବୁଲି ରୋଡ୍ ସୋ କରୁଥିଲେ,ସେମିତି ବାବୁ ପ୍ରତ୍ୟେକ ଦିନ ଗୋଟାଏ ବ୍ଲକ୍ କୁ ଯାଆନ୍ତୁ ଏବଂ ଲୋକଙ୍କୁ କୁହନ୍ତୁ କେହି ପିସି ଦିଅନି, କିରାନୀ କାମ ଢିଲା କରିବା ମାତ୍ରେ ମତେ ଚିଠି ଲେଖ,ପ୍ରତ୍ୟେକ ଅଭିଯୋଗର ପ୍ରତିକାରପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ମୋ ଅଫିସରୁ ଚିଠି ଯିବ ଏବଂ ପ୍ରତ୍ୟେକ କର୍ମଚାରୀଙ୍କ ନାଁରେ କମ୍ପ୍ୟୁଟରରେ ଗୋଟାଏ ଲେଖା Performance Passbook ଖୋଲି ସେଥିରେ ଏ କମ୍ପ୍ଲେନକୁ ଏଣ୍ଟ୍ରି କରାହେବ ଓ ସେହି ଆଧାରରେ କର୍ମଚାରୀଙ୍କର ଚରିତ୍ର ପଞ୍ଜିକା ସୃଷ୍ଟି ହେବ, ଇନକ୍ରିମେଣ୍ଟ, ପ୍ରମୋଶନ୍ ଦିଆଯିବ କି ନଯିବ ଚିନ୍ତା କରାଯିବ ଓ ନିଲମ୍ୱନ କିମ୍ୱା ଚାକିରୀରୁ ବହିଷ୍କାର ନିଷ୍ପତ୍ତି ନିଆଯିବ।

ବାସ୍ ଏତିକି କରନ୍ତୁ ନବୀନ, ଦେଖିବେ ତାଙ୍କ ପାଞ୍ଚଟା ଯାକ T ମାତ୍ର ପାଞ୍ଚ ମାସରେ ବିଗ୍ Tree ହୋଇଯାଇ ରାଜ୍ୟକୁ ଛାୟା ପ୍ରଦାନ କରୁଛି। ନହେଲେ ଏଗୁଡା କେବଳ ଭୁଆଁବୁଲା ଫାଙ୍କା ସ୍ଲୋଗାନ ହେଇ ରହିଯିବ।

ନବୀନବାବୁ NICକୁ ଆଜି ଆଦେଶ ଦିଅନ୍ତୁ ଗୋଟାଏ ସଫ୍ଟଓୟାର ବା app ତିଆରି କରିବାକୁ, ଯାହାର ନାଁ ହେବ Employees Performance Passbook.

ଆଜି ଜଣେ ଭଦ୍ରଲୋକ ( ସରକାରୀ କର୍ମଚାରୀ ବୋଧେ ) ଗପୁଥିବାର ଶୁଣିଲି –

ବୋପାର କଛା ଖୋଲିଗଲା,
ଆଉ ଇଏ ତ ପୁଅ,
ୟାଙ୍କେ କହୁଚି କଣ ନା ଉପୁରି ଉଚ୍ଛେଦ କରିଦେବ,
ମୁଣ୍ଡରେ ବୁଦ୍ଧି ଅକଲ ଥିଲେ ତ ?
ୟାଙ୍କେ ଜଣାନାହି ଉପୁରି ହେଉଚି
ସର୍ଭିସ ଡେଲିଭରିର ଲାଇଫ୍ ଲାଇନ୍ ।

ବିନା ଉପୁରିରେ ଫାଇଲ ହଲିବ ବି ନାହିଁ, ୟା ଚିଫ୍ ସେକ୍ରେଟେରୀ
ବୋଇଲା କଣ ନା ଫାଇଲ ରକେଟ ସ୍ପିଡ୍ ରେ ଯିବ । ହ୍ଯାପ ଗୋଟାଏ ପେଞ୍ଚ ଭିଡିଦେଲେ ଗୋଟାଏ ଫାଇଲ ପାଞ୍ଚ ବର୍ଷ ଘାଉଁରି ଖାଇବ, କୁଳ ଧରି ପାରିବନି।

ବାପ୍ ରେ ବାପ୍
ଏ ଭଦ୍ର ବାପୁଡାଙ୍କ କଥା ଶୁଣି ତ ମୋ ମୁଣ୍ଡ ଘାଉଁରି ଖାଇଗଲା ।

ମୁଁ ମନେ ମନେ କହିଲି ରହ ରେ ପୁଅ,ତୁ ରେଞ୍ଚି ଦେଖିନୁ,
ଦଉଚି ଆଜି ନୂଆ ରେଞ୍ଚିଟେ କି ଶକତ ସ୍କୃ ଡ୍ରାଇଭରଟେ ତିଆରକରି ,

ଆଚ୍ଛା ଆଚ୍ଛା ନଟ୍ ବୋଲଟ୍ ଟାଇଟ୍ ହେଇ ଯାଇଛନ୍ତି,
କେଡେ କେଡେ ପେଞ୍ଚ ବର୍ଷ ବର୍ଷ କାଠ କାମୁଡି ପଡିଛନ୍ତି,
ମତେ ଏ କିରାଣି ପେଞ୍ଚ ଦେଖୋଉଚି !

ନବୀନବାବୁ ଶୀଘ୍ର NIC କୁ କହି ଏ ନୂଆ ଆପ୍ ତଆରି କରିବ ନା ମୁଁ ଚଗଲା ପିଲାମାନଙ୍କୁ କହିିବି, ଏଭଳି ଗୋଟେ ପ୍ରାଇଭେଟ୍ ଆପ୍ ତିଆରି କରି, ବ୍ଲକ ୱାରୀ ତୁମ କର୍ମଚାରୀଙ୍କ ନାଁ ଲିଷ୍ଟ କରି, ତାଙ୍କ ନାଁରେ ଅପଲୋଡ୍ ହେଉଥିବା କମ୍ପ୍ଲେନକୁ ସୋସିଆଲ ମେଡିଆରେ ଘୁରେଇବେ ?

Laxmidhar Nayak
My Facebook Post: 28th September 2019


Share it

Leave a comment

Your email address will not be published. Required fields are marked *

Verified by MonsterInsights