989 ମସିହାରେ ତିଆରି କାଠଯୋଡି ବନ୍ଧ ତ କାଇଁ ଆଜିଯାଏ ଭାଙ୍ଗୁନି !! 2015 ମସିହାରେ ତିଆରି ମୋ ବ୍ରାହ୍ମଣୀ ରିଙ୍ଗ୍ ବନ୍ଧ ଭାଙ୍ଗିଗଲା କାହିଁକି ???

Share it

989 ମସିହାରେ ତିଆରି କାଠଯୋଡି ବନ୍ଧ ତ କାଇଁ ଆଜିଯାଏ ଭାଙ୍ଗୁନି !! 2015 ମସିହାରେ ତିଆରି ମୋ ବ୍ରାହ୍ମଣୀ ରିଙ୍ଗ୍ ବନ୍ଧ ଭାଙ୍ଗିଗଲା କାହିଁକି ???

ମୋ ଘର ଯାଜପୁର ଜିଲ୍ଲା ବରୀ ବ୍ଲକର ଖରିପଡିଆ ଗାଁରେ ।
ଏ ବର୍ଷ ବନ୍ୟାପରେ ଗତ 04.09.2020 ରେ ଯାଇଥିଲି ଗାଁକୁ, ବନ୍ୟା ଛାଡି ଯିବା ପରେ, ତିନି ଦିନ ଗାଁରେ ରହିଲି, ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲି,

ଦେଖିଲି ବ୍ରାହ୍ମଣୀର ଉଭୟ ବାମ ଓ ଡାହାଣ ପାର୍ଶ୍ବର ବନ୍ଧଭାଙ୍ଗି ଅନେକ ଘାଇ ହୋଇଛି, ଅକଳନ୍ତା ଧନଧାନ୍ୟ ସମ୍ପଦା କ୍ଷୟକ୍ଷତି ହେଇଛି,

ମନ ବହୁତ ଦୁଃଖ ଲାଗିଲା,
ଆମ ଗାଁ ପାଖ ବ୍ରାହ୍ମଣୀର କପିଳା ଗଣ୍ଡକୁ ଗଲି, ଖରାଦିନେ ବି ଏ ଗଣ୍ଡରେ କାତ ପାଏନି,

ବନ୍ୟା ଛାଡିଯାଇଥିଲେ ବି ନଦୀ ସେଦିନ ଭରାଭର,
ଗାଁ ଲୋକେ ତାଙ୍କ ମାପରେ କୁହନ୍ତି ତିନି ପାଆ,
ମାନେ ଆଉ ପାଏ ପାଣି ହେଲେ ପ୍ରଳୟ ରଚିବାକୁ ବଳପାଏ ନଈ,

ମୁଁ କପିଳା ଗଣ୍ଡର ଗୋଟାଏ ସ୍ପର୍ ଉପରେ ଯେଉଁ ଯାଗାରେ ବସିଛି ତାର ଫୁଟେ ଡାହାଣକୁ ଅକାତ ପାଣି, ଅମାପ ବଳ ଆଉ ଗର୍ଜନର କଳ କଳ ବନ୍ୟା ଭଉଁରୀ,

Bramhani River at Kharipadia 04.09.2020

ବ୍ରାହ୍ମଣୀକୁ ସଂସାର କହେ ନଈ ଟିଏ, କିନ୍ତୁ ମୋର ତ ସିଏ ମା ଟିଏ, ତାରି କୋଳରେ ସାରା ପିଲାଦିନର ସିଙ୍ଗିବୁଡା, ଚିତି ପହଁରା, କେତେ ମାଙ୍କୁଡ ଡିଆଁ, ଗାଧୁଆ ତ ନୁହେଁ, ବ୍ରାହ୍ମଣୀର କପିଳା ଗଣ୍ଡ ପାଣି ସାତ ଭାଗ ହେଉଥିବ, କେତେ ଅଳି ଅର୍ଦଳୀ, କିଏ ଗଣି ପାରିବ ତାକୁ !!

ସେଇଠି ଦି ଘଡି ବସିଲି, ଗୋଡ ହାତ ଲମ୍ୱେଇ, ତାର ସେ କଳ କଳ ଭୟ ଉଦ୍ରେକକାରୀ ଭଉଁରୀରେ ପାଦ ବୁଡେଇ,

ନ ଜାଣିବା ଲୋକକୁ ସିନା ଭୟ, ଆମକୁ ଭୟ କଣ ?
ଆମେ ତ ନାଈ ଛାଡିଲା ଦିନଠୁ ଚିହ୍ନିଛୁ ସିଏ ଆମର ମା, ତେଣୁ ମା’ର ଗର୍ଜନ ତର୍ଜନକୁ କୋଉ ଛୁଆ ଡରେ ଯେ, ମୁଁ ଡରି ଥାଆନ୍ତି! କଥାରେ ନାହିଁ, ମା ମାଡ କୁଆ ପାଡ । ତେଣୁ ମା ଗର୍ଜନକୁ କୋଉ ପିଲା ଗିରାଜ କରେ ଯେ ମୁଁ କରି ଥାଆନ୍ତି?

ମୁଁ ଗୋଡ ହାତ ଲମ୍ୱେଇ ବସିଲି ସେଇଠି, ବହୁ ମନ ଦୁଃଖରେ, ତା ଭଉଁରୀକୁ ଦେଖୁଥାଏ, ପାଣିକୁ କଳୁଥାଏ, ଆଉ ଭାବୁଥାଏ –
ଯଦି 989 ମସିହାରେ ନିର୍ମିତ ମହାନଦୀର କାଠଯୋଡି ବନ୍ଧ ନ ଭାଙ୍ଗୁଛି, 2015 ମସିହାରେ ନିର୍ମିତ ମୋ ବ୍ରାହ୍ମଣୀ- କେଲୁଅ-ବିରୂପା ରିଙ୍ଗ ବନ୍ଧ ଭାଙ୍ଗିଗଲା କାହିଁକି ??

ମନେ ମନେ ଗୁଣି ହେଉଥାଏ,
କଣ ଏହାର ପ୍ରତିକାର ?
ଆଉ କି ସେବା ଅବା ଊଣା କଲି ମୋ ମା’ ର ?

ମୋ ମନର ଏ ଉତ୍ତପ୍ତ ବ୍ୟସ୍ତତାକୁ ସହନ୍ତା କି ସିଏ !ତାର ଛଳ ଛଳ ଛନ୍ଦାୟିତ ଶୀତଳ ପଣତ ପାଣିରେ ଗେହ୍ଲେଇ ଗେହ୍ଲେଇ ମୋତେ ଯେମିତି ସାଉଁଳି ଚାଲିଥାଏ ଅବିରତ, କିଛି ଗୋଟାଏ ବ୍ୟବସ୍ଥା କରିବାକୁ ସତେ ଯେମିତି କୁଳୁକୁଳୁ ସ୍ୱରରେ କଣ ସବୁ ବୁଝେଇ କହି ଯାଉଥାଏ ମୋତେ,

ହେଲେ ମୁଁ ସେ ସବୁ ବୁଝି ପାରିଲେ ତ ?

ହଁ ହେଇ ପାରେ ମୋ ନଈ ମା ସହ ମୁଁ ଆଜନ୍ମରୁ ପରିଚିତ ହୋଇଥିବା ହେତୁ ମୁଁ କିଛି ତ ନିଶ୍ଚୟ ବୁଝିପାରିଥିବି ତାର କହିବା କଥା, ଚାହିଁବା କଥା

ହେଲେ ଏ ସରକାର ଟା ବୁଝିବ କେମିତି ?

ଯୋଉଟା କାହାର ନୁହେଁ ସେଇଟା ସରକାର ,
ସିଏ ପୁଣି କେମିତି ବୁଝିବ ମୋ ବ୍ରାହ୍ମଣୀ ମା ର କଥା ?

ତାହା ହିଁ ଚିନ୍ତା ।

( ସମସ୍ୟାଟିଏ ଦେଖିଲେ ମୋତେ ତତକ୍ଷଣାତ୍ ସୁନ୍ଦର ପ୍ରତିକାର ଟିଏ ତ ଦିଶେ, କଥା ବହୁତ ଲମ୍ୱିଯିବ, ତେଣୁ ପରେ ଲେଖିବି, ସରକାରକୁ କହିବି ମଧ୍ୟ, ସେ ଶା ଶୁଣୁ ଅଥବା ନଶୁଣୁ,
ତାରି ହାତରେ କାମଟାକୁ ତ କରେଇବି ନିଶ୍ଚୟ,
ଶୁଣିଲେ କରେଇବି, ନ ଶୁଣିଲେ ବି କରେଇବି )

ଲକ୍ଷ୍ମୀଧର ନାୟକ
My Facebook Post: 07.09.2020

Bramhani Flood damage
near Kalakhand village 2020
Kalakhand

Kalakhand

Bramhani Flood damage near Rudrapur village 2020
Rudrapur
Rudrapur

Kapila Ganda
9


Share it

Leave a comment

Your email address will not be published. Required fields are marked *

Verified by MonsterInsights