370 ଧାରା ଉଠିଗଲା ପରେ

Share it

ମନ୍ତ୍ରୀ ସଂସଦରେ କହିଲେ, 370 ଧାରା ଉଠିଗଲା ପରେ ଦି ବର୍ଷ ଭିତରେ ଦି ଜଣ କାଶ୍ମିର ବାହାର ଲୋକ କାଶ୍ମିରୀରେ ଜମି କିଣିଲେଣି |

ମୋର କାହିଁକି ସନ୍ଦେହ ହେଉଚି,
ଏ ଲକ୍ ଡାଉନ୍ ସଟ୍ ଡାଉନ ମାନ୍ଦା ଅବସ୍ଥାରେ କିଣିଲା ବାଲା ତ ସର୍ବ ମୋଟ ଦି ଜଣ ହିଁ ଦିଶୁଛନ୍ତି,

ସେଇ ଦି ଜଣ କି ତାଙ୍କ ସଗା ଭାଇ ବିରାଦରି କେହି ସେଠି ଦି ପାଆଁଶ ଏକର କିଣି ନାହାନ୍ତି ତ

ଭୁସ୍ୱର୍ଗର ନନ୍ଦନ କାନନ ମାନଙ୍କୁ କାଟି ଲୋକଙ୍କୁ ରୋଜଗାର ଦେବା ନାଁ ରେ ପେପର ଇଣ୍ଡଷ୍ଟ୍ରୀ ବସେଇ ତାକୁ ଫଟା ଫଟ୍ ନର୍କରେ ପରିଣତ କରି ଦେବାକୁ ? ଆଉ କୁଆଡେ ବରଂ ପାରାଦୀପ ବୁଡିଯାଉ। ତାଙ୍କର କଣ ଯାଉଚି

ଏମିତି ହେଲେ ଧାରା 370 ଉଠେଇବାର ମୁଖ୍ୟ ଉଦ୍ଦେଶ୍ୟ ତ ଗୌଣ ହୋଇ ରହିଯିବ | ଏକତା ଅଖଣ୍ଡତା ଶାନ୍ତି ମୈତ୍ରି କେବଳ ଗୋଟେ ସ୍ଲୋଗାନ ହୋଇ ରହିଯିବ |

ମୋର କାଇଁ ସତରେ ସନ୍ଦେହ ହେଉଚି, ଟିକେ ଆଜ୍ଞା ବୁଝିକି କହିଲେ

5 କି 7 ପଣ୍ଡିତ ପରିବାର ବି ଫେରିଗଲେଣି କାଶ୍ମିରକୁ , ଏଇଟା ଅବଶ୍ୟ ଗୋଟାଏ ଭଲ କଥା |

Laxmidhar Nayak
My Facebook Post : 11th August 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights