ଯେଉଁ ଦେଶରେ ଉତ୍ପାଦକ ଅପେକ୍ଷା ଅଣ ଉତ୍ପାଦକକୁ
ଅଧିକ ସମ୍ମାନନୀୟ ବିଚାର କରାଯାଏ,
ଯେଉଁ ଦେଶରେ ଉତ୍ପାଦକକୁ ମୂଲ ମିଳେନି,
ଅଣ ଉତ୍ପାଦକକୁ ଧନରେ ପୋତି ଦିଆ ଯାଏ,
ଯେଉଁ ଦେଶରେ ଉତ୍ପାଦକକୁ ମଳିମୁଣ୍ଡିଆ,
ଅଣ ଉତ୍ପାଦକକୁ ହାକିମ ବିଚାର କରାଯାଏ,
ସେ ଦେଶ ତ ରସାତଳକୁ ଯିବା କଥା
କେବଳ ଜିଡିପି ଟା ମାଇନସ୍ 29% ଭାଲୁ ମୁହାଁ ହେଇ ଯିବାରେ ଏମିତି ଆଶ୍ଚର୍ଯ୍ୟ ପ୍ରକଟ କରିବାର କଣ ଅଛି ?
ସେ ଦେଶର ନେତା ନିର୍ବାଚନ ଜିତି ବିଜୟ ଉତଫୁଲିତ ହେବାକୁ ଚାଇନା ବାଣ ଫୁଟେଇଲେ ସେଥିରେ ବିସ୍ମିତ ହେବାର କଣ ଅଛି ??
ଲକ୍ଷ୍ମୀଧର ନାୟକ
My Facebook Post:10th October 2020