ମୁଁ ଯଦି ମୁଖ୍ଯମନ୍ତ୍ରୀ ହୋଇଥାଆନ୍ତି,
ମୋ ସଚିବମାନଙ୍କୁ ବର୍ଷକୁ ଚାରିଥର କେବଳ ଗୋଟିଏ ମାତ୍ର ପ୍ରଶ୍ନ ପଚାରନ୍ତି, ଆଉ ବାକି ସମୟ ମୋ ଗାଁ ମୁଣ୍ଡରେ ବାବୁଭାଇ, ବିମ୍ୱାଭାଇ, ପୁନିଆଭାଇ, ହୃଷିଆମାମୁଁ, ବେଙ୍ଗବାବୁ, ବଟ, କୁରୁପା, ଧୁନ୍ଦିଆଙ୍କ ସାଙ୍ଗରେ ତାସ୍ ଖେଳନ୍ତି; ମୋ ବୋଉ ପାଖରେ ରୁହନ୍ତି ।
ମୁଁ ମୋ ସଚିବମାନଙ୍କୁ ପଚାରନ୍ତି –
ବାବୁମାନେ !
ମୋ ପାଖରେ ଲକ୍ଷେ ପଚସ୍ତରୀ ହଜାର କୋଟି ଟଙ୍କା ଅଛି,
କିଏ କେତେ ଟଙ୍କା ନେଉଛ ନିଅ,
ମୋତେ କେବଳ ଗୋଟିଏ ହିସାବ ଦିଅ – ତୁମେ ଏ ପଇସା ଖର୍ଚକରି ବର୍ଷକୁ ମୋ ରାଜ୍ଯର କେତେଜଣ ବିପିଏଲଙ୍କୁ ଏପିଏଲ୍ କଲ ?
ତେଣିକି ମୁଖ୍ଯମନ୍ତ୍ରୀ ପଦ ରହିଲେ ରହୁ, ଗଲେ ଯାଉ ।
କିଏ ହଜାରେ ଆଲତୁ ଫାଲତୁ ଚିନ୍ତା କରୁଛି ହୋ ପାଖରେ ଥିଲେ ବୋଉ ।
ସର୍ବେ ଭବନ୍ତୁ ସୁଖୀନଃ
ସର୍ବେ ସନ୍ତୁ ନିରାମୟ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ
ମା କଶ୍ଚିଦ୍ ଦୁଃଖଭାଗଭବେତ୍ ।
Laxmidhar Nayak
My Facebook Post: 11th September 2019