ଫେସବୁକ୍ ରେ ଅଜ୍ଞାନ ବାଣ୍ଟି ଲାଭ କଣ ଯେ ?

Share it

ମୋ ଲେଖା
My Facebook Post: 10th August 2023

ଆଜି ସକାଳୁ ମୋ ଦ୍ବାରା ପ୍ରସ୍ତୁତ ଟମାଟୋ, ଲଙ୍କା, ବାଇଗଣ ଚାରା ବଣ୍ଟନ ଚାଲିଛି । ଚାଲି ଛି ମାନେ ଏପର୍ଯ୍ୟନ୍ତ ଦଶ ପନ୍ଦର ଲୋକଙ୍କୁ ଦିଆଯାଇଛି । ଅବଶିଷ୍ଟ ଏତିକି ଅଛି ।

ପୁଣି ଚାରିଟା ପରେ ଦିଆଯିବ । କେହି ନ ଆସିଲେ ଏହାକୁ ନେଇ ନର୍ସରୀ ବାଲାକୁ ମାଗଣା ଦେଇ ଦେବି, ସିଏ ଆପଣଙ୍କୁ ପାଞ୍ଚ ଟଙ୍କା ଲେଖାରେ ବିକିବ, କଣ କଥାଟା ଭଲ ହେବ ? ହା ହା ହା

ଏ ସବୁ ମଞ୍ଜି ଗୁଡା Mansoon Seeds Pvt Ltd, PUNE ରୁ ମଗେଇଥିଲି

ଟମାଟୋ ଟମାଟୋ ବ୍ଯସ୍ତ ହେଉଛ ,
ପାଞ୍ଚଟା ବିଲାତି ଗଛ, ଦୁଇଟା ଲଙ୍କା ଗଛ ଲଗେଇ ଦେଲେ 45 ଦିନ ପରେ ନିଜେ ଖାଇବ ପଡୋଶୀଙ୍କ ଭାଗରେ ବି ଦୁଇଟା ପଡି ପାରେ

ହା ହା ହା

ମୁଁ ତ ଆସନ୍ତା ମାସରୁ ଭୁବନେଶ୍ବର ଛାଡି ଗାଁ କୁ ପଳେଇବି ବୋଲି ଭାବିଛି

ଦି ବର୍ଷ ହେଲା କହି କହି ଥକିଲି, ଦୁଇ ତିନି ବର୍ଷ ପାଇଁ ମୋ ନିମନ୍ତେ ଚାକିରୀ ଖଣ୍ଡେ ଯୋଗାଡ କରିଦିଅ, ନା ଏ ସରକାର ନା ମୋ ବନ୍ଧୁ କେହି ତ ଶୁଣିଲେ ନାହିଁ

ମାସକୁ ଦଶ ହଜାର ଘର ଭଡା,
ଚାରିଟା ଭଡା ଘରକୁ ମାଲିକ ଗୋଟେ ମିଟର ଲଗେଇଛନ୍ତି, ମାନେ ଇଲେକ୍ଟ୍ରି ବିଲ୍ ଯୁନିଟକୁ 6 ଟଙ୍କା ଦେବାକୁ ପଡୁଥିବ, ମାସକୁ 1500 ଧର

ଏଗୁଡା ହାତରୁ ଦେଇ ସବୁଦିନ ସକାଳୁ ସବ୍ ଜାନତା ମୁର୍ଖଙ୍କ ପରିକା ଫେସବୁକ୍ ରେ ଅଜ୍ଞାନ ବାଣ୍ଟି ଲାଭ କଣ ଯେ ?

ସେଗୁଡା କାହାର କୋଉ କାମରେ ଲାଗେ ବା ?

ପୁଣି ଆଜି ଭୁବନେଶ୍ଵର କମିଶନର ବିଜୟ ଅମୃତ କୁଲାଙ୍ଗେ (କୁଳାଙ୍ଗାର ନୁହେଁ) ତାଙ୍କ ଆଇ ଏ ଏସ ଦିମାକ୍ ଲଗେଇ ଗୋଟେ ଅର୍ଡର ବାହାର କରିଛନ୍ତି ଯେ ଯାହା ଘରୁ ଗୋଟେ ମଶା ବାହାରିବ ତା ଉପରେ 1000 ଟଙ୍କା ଫାଇନ ହେବ, ଦୋକାନରୁ କି ଅଫିସରୁ ବାହାରିଲେ ମଶା ଗୋଟାକୁ 5 ହଜାର ଫାଇନ ନେବ BMC କମିଶନର

ଶ୍ୟାଃ ଏ କୁଳାଙ୍ଗାର ଟିର ଘର କୋଉ ଜିଲ୍ଲାରେ ?

କି ବୁଦ୍ଧି ରେ ବାବା !

ଲକ୍ଷ୍ମୀଧର ନାୟକ
My Facebook Post: 10th August 2023


Share it

Leave a comment

Your email address will not be published. Required fields are marked *

Verified by MonsterInsights