ଇତିହାସର ସାମୟିକ କଡଲେଉଟା

Share it

6th August 2024
ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି

    ଇତିହାସର ସାମୟିକ କଡଲେଉଟା;
    ସାମୟିକ ଉଦବେଳନ ଓ ପୁଣି ସେଇକଥା

ଇତିହାସର କଡଲେଉଟା ବାବଦରେ ବିଭିନ୍ନ ବିଦ୍ୱାନଗଣ ଅନେକ କଥା କହିଯାଇଛନ୍ତି, ଯଥା –

(କ)”ବର୍ତ୍ତମାନ ବା ଅତୀତ ବୋଲି କିଛି ନାହିଁ, ଅତୀତର ଘଟଣାବଳି ହିଁ ବାରମ୍ବାର ଘଟୁଥାଏ” (ଇଉଗେନ ଓ’ ନେଇଲ)

(ଖ)”ଇତିହାସର କଡଲେଉଟା ପ୍ରଥମଥର ଦୁଃଖଦାୟକ
ହୋଇଥାଏ ତ ପରବର୍ତ୍ତୀଗୁଡିକ ପ୍ରହସନ ହୋଇଯାଇଥାଏ”, (କାର୍ଲମାର୍କ୍ସ)

(ଗ)”ଯେଉଁମାନେ ଇତିହାସର ଧାରାକୁ ମନେ ରଖନ୍ତି ନାହିଁ, ସେମାନେ ସେହିଧାରାର ଭୂଲଭଟକାକୁ ଦୋହରାଇବା ନିଶ୍ଚିତ”,
(ଜର୍ଜ ଶାଣ୍ଟାୟନ)।

ତୃତୀୟବିଶ୍ବପାଇଁ ଇତିହାସର କଡଲେଉଟା ଏଭଳି ତିନୋଟି ବକ୍ତବ୍ଯର ସମ୍ମିଶ୍ରଣ ଉପରେ, ଯାହା ବାବଦରେ କିଛି ତଥ୍ୟ ନିମ୍ନରେ ସ୍ଥାନିତ ଅଛି।

ଏସିଆ ମହାଦେଶର ମଧ୍ୟପ୍ରାଚ୍ୟର କିଛି ଦେଶ (Middle East) ଓ ଏହା ପାଖାପାଖି ଆଫ୍ରିକା ମହାଦେଶର କିଛି ଦେଶ, ଏହିପରି ବାଇଶଟି ଦେଶକୁନେଇ ଅଞ୍ଚଳଟିକୁ “ଆରବରାଜ୍ୟ” ବୋଲି ନାମିତ କରାଯାଇଛି । ଟ୍ୟୁନିସିଆ ହେଉଛି ଏହାରି ଭିତରର ଗୋଟିଏ ଛୋଟ
ଦେଶ।

ମହମ୍ମଦ ବାଓଆଜିଜ ନାମକ ଗୋଟିଏ ଠେଲାଗାଡିରେ
ଫଳ ବିକୁଥିବା ଜଣେ ବ୍ୟକ୍ତିଙ୍କୁ ସେଠାର ପୋଲିସ “ତୋ ଓଜନ ଯନ୍ତ୍ର ଖରାପଅଛି” କହି ହଇରାଣ କଲାପରେ, ସେ ସେଠାର ସର୍ବୋଚ୍ଚ ଅଧିକାରୀଙ୍କୁ ଭେଟିଥିଲେ। କିନ୍ତୁ, କିଛି ନହେବାରୁ ସେ ତା 17.12.2012 ରିଖରେ ନିଜ ଦେହରେ ନିଆଁ ଲଗେଇ ଆତ୍ମହତ୍ୟା କରିଥିଲେ।

“ଏକଛତ୍ରବାଦ ଶାସନ, ଦୁର୍ନୀତି, ବେରୋଜଗାର ତଥା ସାଧାରଣ ଜନତାଙ୍କ କଣ୍ଠରୋଧ” ଇତ୍ୟାଦି ବିଋଦ୍ଧରେ ଏଭଳି ପ୍ରତିବାଦ ଆରବରାଜ୍ୟର ଅନେକ ଦେଶରେ “ଆରବ ବସନ୍ତ (ARAB SPRING/ ମଲ୍ଲୀଫୁଲ ବିପ୍ଳବ (Jasmin Revolution)” ସୃଷ୍ଟି କରେଇଥିଲା।

ଟ୍ୟୁନିସିଆ ରାଷ୍ଟ୍ରପତି ବେନ ଅଲୀ ଇସ୍ତଫା ଦେଇଥିଲେ ।

ମିଶର ( ଇଜିପ୍ଟ) ରେ ଏହାକୁ 2011 ମସିହାରେ ଆଗେଇ ନେଇଥିଲେ ୱାଏଲ ଘୋନିମ ନାମକ ଜଣେ ଯୁବ ସଫ୍ଟୱେର ଇଞ୍ଜିନିୟର, ସାମାଜିକ ଗଣମାଧ୍ୟମ ଜରିଆରେ ଏଭଳି ବିରୋଧର ପରିବେଶ ସୃଷ୍ଟି କରେଇ ଗିରଫ ହୋଇଥିଲେ ମଧ୍ୟ ସେଠାର ରାଷ୍ଟ୍ରପତି ଇସ୍ତଫା ଦେଇଥିଲେ ।

କିନ୍ତୁ, ଅଳ୍ପକିଛି ଆଲୋଡନପରେ, ଯଦିଓ ଶାସନର ଡୋର ଅନ୍ୟମାନେ ଧରିଥିଲେ, ପୂର୍ବର ଅବସ୍ଥାରେ କିନ୍ତୁ ସେମିତି କିଛି ପରିବର୍ତ୍ତନ ଘଟିନାହିଁ । କେତେକ କ୍ଷେତ୍ରରେ ସେଇମାନେ ବା ସେମାନଙ୍କ ପିଲାପିଲି ଶାସନକୁ ଆସିଛନ୍ତି ।

ଆମରି ସ୍ୱାଧୀନତା ସଂଗ୍ରାମ, ସଂପୂର୍ଣ୍ଣକ୍ରାନ୍ତି ବିପ୍ଳବ ଓ India Against Corruption ଆନ୍ଦୋଳନର ଅନେକ କାଣ୍ଡାରୀ ପରବର୍ତ୍ତୀ ସମୟରେ ନିଜେ ନିଜେ ଯାହା ଯାହା କରିଥିଲେ ଓ କରୁଛନ୍ତି, ସେଗୁଡିକ ତ “ଦାଣ୍ଡରେ ପଡି ହାଟରେ ଗଡଗଡାଊଛି”।

ହୁଏତ ଏଭଳି ହେବାର ଆଶଙ୍କାରେ ଆମରି ରାଜ୍ୟର ସ୍ୱାଧୀନତା ସଂଗ୍ରାମୀ ତଥା “ଜାତୀୟ କବି ” ଉପାଧିରେ ଭୂଷିତ ଶ୍ରୀ ବୀରକିଶୋର ଦାସ ମହାଶୟ ଲେଖିଥିଲେ –

ଧଳା (ବ୍ରିଟିଶ) ବଦଳରେ କଳା (ଆମେ)
ହେଲେ ଜୋକ(ରକ୍ତଶୋଷା),
କଟିବ କି କୋଟି ଜନତାଙ୍କ ଦୁଃଖ”?

ଅନ୍ୟତମ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଓ ବିଶିଷ୍ଟ ଲେଖକ ଶ୍ରୀ ଚିତ୍ତରଞ୍ଜନ ଦାସ, ତାଙ୍କଦ୍ବାରା ତା୧୬.୧୦.୧୯୮୮ ରିଖରେ ଲିଖିତ
“ସଂଗ୍ରାମୀମାନଙ୍କର କ୍ଷୋଭ” ପ୍ରବନ୍ଧର ମଝିରେ ଲେଖିଥିଲେ-

-” ××ଏହି ସେକାଳର ସଂଗ୍ରାମୀମାନେ ଯେଉଁ ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ, ସେଇଟିଥିଲା ଏକ ରାଜନୈତିକ ସଂଗ୍ରାମ । ମହାତ୍ମା ଗାନ୍ଧୀ ଏହାକୁ ‘ରାଜନୈତିକ ବିପ୍ଳବ’ ବୋଲି କହିଥିଲେ । ଦ୍ୱିତୀୟ ପରବର୍ତ୍ତୀ ବିପ୍ଳବଟିକୁ ସେ ‘ସାମାଜିକ ବିପ୍ଳବ’ବୋଲି ବର୍ଣ୍ଣନା କରିଥିଲେ ।ଭାରତର ସଂଗ୍ରାମୀମାନେ ରାଜନୈତିକ ବିପ୍ଳବପରେ, ଅର୍ଥାତ ସ୍ୱାଧୀନତା ମିଳିବାପରେ ଦ୍ୱିତୀୟ ବିପ୍ଳବଟିକୁ ସମ୍ଭବ କରେଇବାରେ ନିମିତ୍ତ ହେବେବୋଲି ଗାନ୍ଧୀ ସ୍ପଷ୍ଟ ଭାଷାରେ କହିଥିଲେ । ରାଜନୈତିକ ବିପ୍ଳବ ବା ସ୍ବାଧୀନତା ଆନ୍ଦୋଳନ ପ୍ରଜାମାନଙ୍କ ଲାଗି ହୋଇଥିଲା । ଦ୍ୱିତୀୟ ବିପ୍ଳବଟି ପ୍ରଜାମାନଙ୍କ ଦ୍ବାରା ହୋଇଥାଆନ୍ତା । ମାତ୍ର ସଂଗ୍ରାମୀମାନେ ଏଇ କଥାଟିକୁ ଗୋଟାସୁଦ୍ଧା ଭୁରାଡିଦେଲେ। ସେମାନେ ପ୍ରଜାଙ୍କ ପଟ ନହୋଇ ରାଜାଙ୍କ ପଟ ହୋଇଗଲେ । ରାଜାଙ୍କଠାରୁ ସନନ୍ଦ ପାଇଲେ। ମୁହଁ ବନ୍ଦ କରିଦେଲେ”।

ଏହାପରେ ଶ୍ରୀ ଦାସ ପ୍ରବନ୍ଧର ଶେଷଭାଗରେ ଲେଖିଥିଲେ,
“ସେହି ଅମଙ୍ଗଳ ବେଳାଟାରୁ ଦେଶଟା ଏକାବେଳେକେ ରାଜାମାନଙ୍କର ଅଙ୍ଗଭୋଗରେ ପରିଣତ ହୋଇଗଲା । ଯେଉଁମାନେ ଲୋକଙ୍କ ଭିତରୁ ନେତାହୋଇ ବାହାରିଲେ, ପ୍ରଜାମାନଙ୍କପାଇଁ ଏଇଟା ବା ସେଇଟା କରିଦେବେବୋଲି ହାଲୁକା ମାରିଲେ, ବାମ ହେଲେ ଅଥବା ଡାହାଣ ହେଲେ, ସେମାନେ ଦେଖୁଁ ଦେଖୁଁ ରାଜାଙ୍କ ପଟ ହୋଇଗଲେ, ଦିଲ୍ଲୀ/ ଭୁବନେଶ୍ବର ଇତ୍ୟାଦିକୁ ପଳେଇଲେ । ତୁଛା ମିଛ କଥା କହିଲେ ଓ ଫିକରକରି ଆମ ସଂଗ୍ରାମୀମାନଙ୍କୁ ମଧ୍ୟ ପାରେ ବାନ୍ଧି ରଖିଲେ××”-।

ତେଣୁ ଅନ୍ୟାନ୍ୟ ସଂଗ୍ରାମ/ ବିପ୍ଳବ/ ଆନ୍ଦୋଳନର କର୍ଣ୍ଣଧାର ଓ ଚୁଇଁମାନେ କିପରି ଅବା ଅଲଗା ଚରିତ୍ରର ହୋଇପାରନ୍ତେ?

ଏହା ଉପରେ ଗୁଲିଗପଟିଏ ହେଉଛି, ରାଜା ବରାଦ କରିଥିବା “ଅମବାସ୍ୟାରାତିରେ ପ୍ରତ୍ୟେକ ପ୍ରଜା ନୁଆ ଖୋଳାହୋଇଥିବା ପୋରରୀରେ ପାଏ ଲେଖାଏଁ ନିଋତା କ୍ଷୀର ଢାଳି
ନିଉତା କ୍ଷୀର ପୋଖରୀଟିଏ କରେଇବେ” ଭଳି ନିର୍ଦ୍ଦେଶଟି ଶୁଣି ପ୍ରତ୍ୟେକ, “ହଁ ମ, ଆଉ ସମସ୍ତେ ତ ରାଜାଙ୍କ କଥା ମାନିବେ, ଅମାବାସ୍ୟାର କିଟିକିଟିଆ ଅନ୍ଧାରରେ ମୁଁ ପାଏ ପାଣି ଢାଳିଦେଲେ ଜଣା ପଡିବନି ଓ କେହି ବି ଦେଖି ପାରିବେନାହିଁ” ବୋଲି ଭାବି ତଦନୁଯାୟୀ ପଦକ୍ଷେପ ନେଲେ ଓ ସକାଳେ ରାଜା ଦେଖିଲା ବେଳକୁ ପୋଖରୀଟି ନିଋତା ପାଣିରେ ଭର୍ତ୍ତି ।

ନିରୁତା ପାଣିରପୋଖରୀ ହୋଇଥିଲା, ହୋଇଚାଲୁଛି ଓ ହୋଇଚାଲୁଥିବ।

ଆମରି ପଡୋଶୀ ଶ୍ରୀଲଙ୍କାରେ ଛାତ୍ରଛାତ୍ରୀ ଓ ସାଧାରଣ ଜନତା
ଆନ୍ଦୋଳନ କରିବା ଫଳରେ ତା୧୨.୦୭.୨୦୨୨ ରିଖରେ ସେଠାର ଏକନମ୍ବର ଶାସକ ତଥା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସା
ଦେଶଛାଡି ପଳେଇଥିଲା, ଯାହା ତା୦୫.୦୮.୨୦୨୪ ରିଖରେ ବଙ୍ଗଳାଦେଶର ଏକନମ୍ବର ଶାସକ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ କ୍ଷେତ୍ରରେ ଘଟିଛି।

କିନ୍ତୁ, ଯେଉଁ “ଏକଛତ୍ରବାଦ ଶାସନ, ଦୁର୍ନୀତି, ବେରୋଜଗାର ତଥା ସାଧାରଣ ଜନତାଙ୍କ କଣ୍ଠରୋଧ” ଇତ୍ୟାଦି ବିଋଦ୍ଧରେ ଏଭଳି ଆନ୍ଦୋଳନ ହୁଏ ଓ କିଛି ପ୍ରାଣବଳି ବି ଦିଅନ୍ତି, ସେହି ମୌଳିକ ସମସ୍ୟାଗୁଡିକ ଆହୁରି ଉତ୍କଟ ହେବା ହିଁ ଇତିହାସର ବିଡମ୍ବନା/ କଡଲେଉଟା ।

“ବଙ୍ଗଳାଦଶର ଯୁବଛାତ୍ରବର୍ଗଙ୍କ ବଳିଦାନ, ସେଠାର ମୌଳବାଦୀମାନଙ୍କୁ ଶାସନରେ ଅଧିଷ୍ଠିତ ନକରାଉ” ଏତିକି ଆଶା କରାଯାଉ, ଯେହେତୁ ସେମାନେ ସେଠାପାଇଁ ତଥା ଭାରତବାସୀଙ୍କ ପାଇଁ ଘୋର ଶତୃ ।

( An Editorial Write-up of a Newspaper dt 21.01.2016 on TUNISIA reads as;

Tunisia five years after its ‘Jasmine’ revolution

Editorial published on January 21, 2016

Last week, Tunisia was celebrating the five-year anniversary of its ‘Jasmine’ revolution. Since the escape of Ben Ali, on January 14th, 2011, Tunisia has started a period of democratic transition that received the Nobel Peace Prize last November.
However, the challenges to be met remain serious: rise of the Islamist party of Ennhada, social inequalities, unemployment… On January 17th, the death of a young unemployed in Kasserine has started a protest movement that expands quickly to other cities (including Tunis), given rise to violent confrontations between the Police and the demonstrators”.

ତୁଷାରକାନ୍ତ ଶତପଥି
ଭୁବନେଶ୍ବର
ମୋ – 88958 57318


Share it

Leave a comment

Your email address will not be published. Required fields are marked *

Verified by MonsterInsights