ବାବୁ ସେଗୁଡା ତମର ଅନ ଲାଇନ ଯନ୍ତ୍ର ନା ଧଣିଆ ମଞ୍ଜି ବା ?

Share it

2nd August 2021

ହେ ସରକାର,
ତମ ଅନ ଲାଇନ ମାନେ କଣ ?

ମନେକର ଜଣେ ପିଲା ପରୀକ୍ଷା ଦେବ,
50 ଟା କୋଶ୍ଚିନର ଉତ୍ତରରେ ଠିକ୍ ମାରିବ,
ଶେଷକୁ submit ବଟନ୍ ଚିପିଲେ ଫଟ୍ କିନା କେତେ ଟା ଠିକ୍ ହେଲା ଅଥବା କେତେ ମାର୍କ ରହିଲା ଜଣାପଡିବ ।

ପରୀକ୍ଷା ସରିଲା ତ computer generated ମେରିଟ୍ ଲିଷ୍ଟ ସବୁ ପିଲାଙ୍କୁ ଦେଖାଯିବ ।

ମୋ ଜାଣିବାରେ ଚାକିରୀପାଇଁ ଏମିତି ପରୀକ୍ଷାକୁ on line ପରୀକ୍ଷା କୁହାଯାଏ ।

ଏଠି ପିଲା ଅନ ଲାଇନରେ ପରୀକ୍ଷା ଦେଇ ମାସ ମାସ ବର୍ଷ ବର୍ଷ ଅପେକ୍ଷା କରୁଛି ରେଜଲ୍ଟ ଜାଣିବା ପାଇଁ,
ଇଏ କେମିତିକା ଅନ ଲାଇନ୍ ଆଜ୍ଞା ?

ଓଡିଶା ଅନ ଲାଇନ୍ କଣ ଅଲଗା କି ?
ଯଦି ଅଲଗା ତାହେଲେ କାହିଁକି ଅଲଗା ?
କେଉଁ ଉଦ୍ଦେଶ୍ୟରେ ଅଲଗା ?

ହଁ ଯଦି ପିଏଚଡି ପାଇଁ on line ରେ ପିଲା ଥେସିସ ଲେଖୁଥିବ , ତାହେଲେ ହୁଏତ ଖାତା ଦେଖିବାକୁ ଟିକେ ଟାଇମ ଲାଗୁ,

କିରାଣୀ, ଇନିସପେକ୍ଟର, ଶିକ୍ଷକ, ଡାକ୍ତର, ଇଞ୍ଜିନିୟର, ଓଏଏସ, କନେଷ୍ଟବଳ, ଷ୍ଟେନୋ ଇତ୍ୟାଦି ଚାକିରୀ ପାଇଁ କଣ ପିଲାଙ୍କୁ ଅନ ଲାଇନରେ ଥେସିସ ଲେଖିବା ପରିକା ପାଠ ଲେଖିବା ଜରୁରୀ ? ସେଗୁଡା ପା ସିଏ ଆଗରୁ ପଢିକି ବିଏ, ଏମ ଏ ସାର୍ଟିଫିକେଟ୍ ପାଇଥିବେ । ପୁଣି କଣ ?

    ବାବୁ ସିଷ୍ଟମ ପରିବର୍ତ୍ତନ କର, ନହେଲେ ଏ ଯୁବା ବର୍ଗ ମାତିଲେ ତମ ଶାସନ ବି ପରିବର୍ତ୍ତନ କରି ଦେବେ, କାରଣ ଏଟା ବେରୋଜଗାର ପାଠୁଆ ଯୁବା ବର୍ଗକୁ ଅତି ମାତ୍ରାରେ ବାଧିଲା ପରିକା କଥା,

ମନେ ରଖ ,
ସେମାନେ ତୁମ ଟଙ୍କାକିଆ ତାଉଳ ହୀତାଧିକାରୀ ନୁହନ୍ତି କି ବାର୍ଦ୍ଧକ୍ଯ ଭତ୍ତା ଅଥବା ଇନ୍ଦିରା ଆବାସ ହିତାଧିକାରୀ ନୁହନ୍ତି ଯେ ଚୁପ୍ ରହିଯିବେ,

ସେମାନେ ନିଆଁ,
ଲାଗିନି ଲାଗିନି, ଭଲରେ ଅଛ,

ଯଦି ଲାଗୁ ଲାଗୁ ଲାଗିଗଲା, ସବୁ ଜଳି ପୋଡି ଛାରଖାର ହେଇଯିବ ନିମିଷକେ, ସାବଧାନ ହୋଇଯିବା ଭଲ, ଭୁଲ ଭାଲ ସିଷ୍ଟମକୁ ସୁଧାରୀ ନେବାର ପ୍ରକୃଷ୍ଟ ସମୟ ଇଏ,

ଟିକେ ଭାବି ଦେଖ ସରକାର ।

ମଲଟିପୁଲ ଚଏସ ଅନ ଲାଇନ ପରୀକ୍ଷାର ରେଜଲ୍ଟ submit button ଚିପିବ ତ ବାହାରିବ, ଏମିତି କର ।

ଏବେ ଏତିକି କର, କୋଶ୍ଚିନ ଲିକ୍ ବା ଚୋରା ସପ୍ଲାଇ କଥା ପରେ ଦେଖିବା ।

ଆଜି ବଟନ ଚିପିବ, 6 ମାସ ପରେ ଫଳ ବାହାରିବ,
ବାବୁ ସେଗୁଡା ତମର ଅନ ଲାଇନ ଯନ୍ତ୍ର ନା ଧଣିଆ ମଞ୍ଜି ବା ?
ଆଜି ବୁଣିଲେ 21 ଦିନ ପରେ ଗଜା ମୁନେଇବ ।

#jaybiranchinarayan

ଲକ୍ଷ୍ମୀଧର ନାୟକ
My Facebook Post: 2nd August 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights