100 ଖଣ୍ଡ କଠା ପଣସ ଚାରା କରିଛି

Share it

Mo Lekha
My Facebook Post:11th August 2023

100 ଖଣ୍ଡ କଠା ପଣସ ଚାରା କରିଛି, କଠା ଭାବେ ତରକାରୀ କରି ଖାଇବାକୁ ଖୁବ୍ ସ୍ବାଦିଷ୍ଟ, ପତଳା ଚୋପା ମାନେ ଓଏଷ୍ଟେଜ୍ କମ୍,

ଗଛରେ ବହୁତ କଠା ଫଳିବ, ବିକିଲେ ବର୍ଷକୁ ଦଶ ହଜାର ବି ମିଳିପାରେ

ଏ ପଣସ ମଞ୍ଜି ମୁଁ କେଉଁଠୁ ଆଣି ଚାରା କଲି କହିବିନି, ହା ହା ହା

100 ରୁ ଆଜି ସୁଦ୍ଧା ଦଶ ପନ୍ଦର ଟା ଚାରା ବଣ୍ଟନ ହୋଇଛି, ଅବଶିଷ୍ଟ ଅଛି ,

ଯାହାର ଦରକାର ଆସି ନେଇ ଯାଇ ପାରିବେ, ଯଦି ଆପଣ ଆସି ପହଞ୍ଚିବା ପର୍ଯ୍ୟନ୍ତ ଚାରା ଷ୍ଟକ୍ ରୁ ସରିଯାଇ ନଥାଏ ତ

ନିମ୍ବ ଚାରା ବି 200 କରିଛି, ତାକୁ ଯାଚିଲେ ବି କେହି ନେଉ ନାହାନ୍ତି,

ଚତୁର ସଂସ୍କାରୀ ଓଡିଆ ତ

ଖାଲି ନବ କଳେବର ଟା ଆସୁ , ଦେଖିବେ କେତେ ଜ୍ଞାନ ବାଣ୍ଟିବେ, ଅମୁକ ଦାରୁ ପୋଲା ପଡିଲା, ଜଗତର ନାଥଙ୍କ ପାଇଁ ବି ଦାରୁ ଅଭାବ ହେଲାଣି, ଘୋର କଳିକାଳ, ଆଉ ଏ ସୃଷ୍ଟି ରହିବନି, ମହାପ୍ରଭୁଙ୍କ ପାଇଁ ଆଉ ନିମ୍ବ ଦାରୁ ମିଳୁନି ମାନେ କଳିଯୁଗ ଶେଷ ସମୟ ଆସିଗଲା ….

କି ହୋ ଏମିତି ହାଉଳି ଖାଇବା ଅପେକ୍ଷା ତମେ ଦଶ ଟା ନିମ ଗଛ ଲଗେଇ ଦେଉନ ? କଳି ଯୁଗର ଆୟୁଷ ଆଉ ଶହେ ବର୍ଷ ବଢି ଯାଆନ୍ତା କି ନାହିଁ ?

ଟଙ୍କିକିଆ ଚାଉଳ ଠୁ ଆରମ୍ଭ କରି ଚାରି ଚାରିଟା ଗୁଜୁରାଟି ମୋଦୀଙ୍କୁ ଚାଳିଶି ହଜାର କୋଟି ପର୍ଯ୍ୟନ୍ତ ବ୍ଯାଙ୍କ ଲୁଟ୍ ସୁବିଧା ତ ଏଇ ଯୁଗରେ ସମ୍ଭବ ନା

ପୁରା ସବକା ସାଥ୍ ସବକା ବିକାଶ,

ଗରିବୋ କା ସାଥ୍ ଭି, ଓ ଚୋର୍ ମୋଦୀ, ଚୋକସୀ, ମାଲିଆ କା ସାଥ୍ ଭି,

କୋଉ ଯୁଗରେ ଏ ସୁବିଧା ମିଳୁଥିଲା ନା ମିଳିବ ?

ତେଣୁ ଚାରି ଚାରିଟା ନିମ୍ବ ଗଛ ଲଗେଇ ଦେବା ଭଲ, ଗଛ ତ ମୁଁ ଦେଇ ଦେଇପାରିବି, ତମେ କେବଳ ତାକୁ ମାଟିରେ ପୋତିବ, ତା ଚାରିକଡେ ଟ୍ରି ଗାର୍ଡ ଟେ ଦେବ , ବାସ୍ କଥା ମାତ୍ର ଏତିକି

ହଁ ଆଉ ଗୋଟେ କଥା
ମହଙ୍ଗା ଟମାଟୋ କଞ୍ଚା ଲଙ୍କା ସହ ଲଢିବା ପାଇଁ ଯାହା ଯେତିକି ଟମାଟୋ, ବାଇଗଣ, ଲଙ୍କା ଚାରା କରିଥିଲି ଭଗବାନଙ୍କ ଦୟାରୁ କାଲି ସନ୍ଧ୍ଯା ସୁଦ୍ଧା ସେ ସବୁର ଆବଣ୍ଟନ ସୁରୁଖୁରୁରେ ହେଇଗଲା ।
ଈଶ୍ବରଙ୍କୁ ଧନ୍ୟବାଦ

କାଲି ମୋତେ ମେଞ୍ଚାଏ ଫ୍ରେସ୍ ପୋଟଳ ଆଉ ବାଇଗଣ ବି ମିଳିଲା ହେ, ପୁରା ଫ୍ରି ରେ ,

କେହି ଜଣେ ବାବୁ ଖୁସିରେ ଦେଇଥିଲେ, ମୁଁ ସେ ବାବୁଙ୍କ ନାଁ ବି ଜାଣିନି, ବାବୁ ତ ବାବୁ, ବାବୁ କଣ ଗୋଟେ ନାଁ ନୁହେଁ କି ?

ଲକ୍ଷ୍ମୀଧର ନାୟକ
My Facebook Post: 11th August 2023


Share it

Leave a comment

Your email address will not be published. Required fields are marked *

Verified by MonsterInsights