ହେ ଡାକ୍ତର ! ମଣିଷ ହୁଅ …

Share it

    ସବୁ ଆଇଏଏସ୍ ସବୁ ନେତା କେବଳ ସରକାରୀ ହସପିଟାଲରେ ଚିକିତ୍ସିତ ହେଇ ଚାଙ୍କ ପ୍ରେସକ୍ରିପସନ ଗଣ ମାଧ୍ୟମରେ ଦେଖେଇ ସମାଜ ପାଇଁ ଉଦାହରଣ ସୃଷ୍ଚି କରନ୍ତୁ । ଏଇ କଥାଟି ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଅଟଇ ।

ଏ ଚିତ୍ରରେ ଯାହା ଲେଖାଯାଇଛି ଏଇଟା ସତ କଥା ।

ଅବଶ୍ୟ ଏଥିରେ କେତୋଟି ସୁଧାର ଅତି ଆବଶ୍ୟକ ହେଉଛି ।

1. ଯାହାର ଆୟ ବର୍ଷକୁ 8 ଲକ୍ଷରୁ କମ୍, ସେ ସମସ୍ତଙ୍କୁ ଏ ସ୍କିମ୍ ରେ ଅନ୍ତର୍ଭୁକ୍ତ କର । ସମସ୍ତଙ୍କୁ ଯାଚି ଯାଚି ତାଙ୍କ ଘରେ ନେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଦେଇ ଆସ ।

ତମ ଆର.ଆଇ. ଠାରୁ ନହେଲେ ତାଙ୍କର ପାନ୍ କାର୍ଡ ଚେକ୍ କରିଦେଲେ ତମେ ଇନକମ୍ ସାର୍ଟିଫିକେଟ୍ ପାଇଇଯିବ ।

ଏ ବର୍ଷ ଏ କାମଟି କର ।

ଗରିବ ଅପେକ୍ଷା ମଧ୍ୟବିତ୍ତ ସ୍ୱାସ୍ଥ୍ୟ ଖର୍ଚ୍ଚ ଯୋଗାଡ ପାଇଁ ସର୍ବାଧିକ ହନ୍ତସନ୍ତ ହୁଏ । ମଧ୍ୟବିତ୍ତ ବର୍ଗକୁ ଏଥର ଟିକେ ଗୁରୁତ୍ୱ ଦିଅ, ଏମିତିରେ ଆଜିକାଲି କେହି ବି ଗରୀବ ନାହାନ୍ତି, ସମସ୍ତେ ମଧ୍ୟବିତ୍ତ, କିଏ ନିମ୍ନ ମଧ୍ୟବିତ୍ତ ନହେଲେ ଆଉ କିଏ ମଧ୍ୟବିତ୍ତ ।

2. ଅମଣିଷମାନଙ୍କୁ ଡାକ୍ତର ପଦରେ ନିଯୁକ୍ତି ଦିଅ ନାହିଁ, ନିଯୁକ୍ତି ପୂର୍ବରୁ ସେମାନଙ୍କର ମଣିଷପଣିଆ ଯାଞ୍ଚ କରିବା ପାଇଁ ଭଲ ଭଲ ଲୋକଙ୍କ ସହ ପରାମର୍ଶ କରି କିଛି ଗୋଟେ ଉପାୟ ବାହାର କର । ଯେଉଁ ଅମଣିଷମାନେ ଏ ପଦରେ ନିଯୁକ୍ତି ପାଇଯାଇଛନ୍ତି ସେମାନଙ୍କ କର୍ମ ଆଚାର ବ୍ୟବହାରର ନିୟମିତ ଫିଡବ୍ୟାକ୍ ନେଇ ସେମାନଙ୍କୁ ତୁରନ୍ତ ଡାକ୍ତର ପଦରୁ ବାହାର କର । ଏମିତିକା ମେକାନିଜିମ୍ ଟାଏ ପ୍ରସ୍ତୁତ କର ।

3. ପ୍ରାଇଭେଟ୍ ଡାକ୍ତରଖାନାରେ ଚିକିତ୍ସା ହେବା ବର୍ତ୍ତମାନ ପରିସ୍ଥିତିରେ ଆବଶ୍ୟକତା ଦୃଷ୍ଟିରୁ ହୁଏତ ବିଶେଷ କିଛି ଖରାପ କଥା ନହୋଇପାରେ କିନ୍ତୁ ପ୍ରାଇଭେଟ୍ ହସପିଟାଲରେ ସ୍ୱାସ୍ଥ୍ୟ ଚିକିତ୍ସା ନାମରେ ସ୍ୱାସ୍ଥ୍ୟ ବେପାର ହେବା ବଡ ବିଷମ କଥା । ଏହାକୁ କେମିତି ପ୍ରତିହତ କରିବ ଚିନ୍ତା କର ।

4. 500 ନୁଆ ପିଏତସି ଖୋଲ, ପ୍ରଥମେ ରୋଗୀ ସେଠାକୁ ଯାଉ, ଡାକ୍ତର ରେଫର କରନ୍ତୁ ଲୋକଟା ବିଜୁ ସ୍ୱାସ୍ଥ୍ୟ କାର୍ଡ ନେଇ କେଉଁଠିକି ଚିକିତ୍ସା ହେବାକୁ ଯିବ ।
( ହଁ , ମୋ ଗାଁ ଖରିପଡିଆରେ ମନେ କରିକି ଗୋଟେ ନୁଆ PHC ଖୋଲିବ, ଦରଖାସ୍ତ ତମ ନିର୍ଦେଶକଙ୍କୁ ମୁଁ ନିଜେ ହାତେ ହାତେ ଦେଇ ଆସିଚି, ସିଏ ବୁଲେଇ ବଙ୍କେଇ ମତେ ଥାର୍ଡ ଫ୍ଲୋର ଯିବାକୁ କହୁଚନ୍ତି, ମୁଁ ତମ ଥାର୍ଡ ଫ୍ଲୋରକୁ ଯାଇ ପାରିବିନି, ତମ ସରକାର ତ ଗାତପଶା ମୂଷାଙ୍କ ଭଳିଆ ଲୋକଙ୍କୁ ଦୁଆର କିଳିକି ବଇଚ, ତେଣୁ ମୁଁ ମୋ ଘରର ଫାଷ୍ଚ ଫ୍ଲୋରରେ ଥାଇ ଆନ୍ତରୀକ ଅନୁରୋଧ କରୁଚି ମୋ ଗାଁରେ ଏଇ ଥର ଗୋଟେ PHC କରିଦେବ । 1990 ମସିହାରୁ ଆଜିଯାଏ ଯେତେବେଳେ ମୋର ମନେ ପଡୁଚି ମୁଁ ଏକଥା ଲେଖିକି ଦେଇ ଆସୁଚି ସରକାରଙ୍କୁ, ଦୟାକରି କଥାଟା ଶୁଣିବ, ନହେଲେ ଦେଖିବା କଣ ଗୋଟେ କରିବାକୁ ଚିନ୍ତା କରିବା, ମନଦୁଃଖ କରିବନି କି ସେତେବେଳେ କହିବନି ଆମେ ନକଲାରୁ ସିଏ କରିଦେଲା )

5. ଗୋଟେ କାମ କର, ପ୍ରାଇଭେଟ୍ ହସପିଟାଲରେ ଯେଉଁ ଡାକ୍ତର ଯେଉଁ ଯନ୍ତ୍ରପାତି ଯେଉଁ ସୁବିଧା ଅଛି ସେସବୁ ସୁବିଧା ସରକାରୀ ହସପିଟାଲରେ ଉପଲବ୍ଧ କରାଅ ଓ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଲାଙ୍କୁ ପ୍ରାଇଭେଟ୍ ହସପିଟାଲକୁ ଆଦୌ ରେଫର କରନି, କମିଶନି ଖାଇବାକୁ।

6. ହସପିଟାଲର ସମସ୍ତ ନର୍ସ ଡାକ୍ତରମାନଙ୍କର ମଣିଷପଣିଆ ଯାଞ୍ଚ୍ ର ନିୟମିତ ଫିଡ୍ ବ୍ୟାକ ନିଅ, ସେମିତି ସିଷ୍ଟମ ଟେ ଡେଭେଲପ୍ କର, ଅମଣିଷ ଚିହ୍ନଟ ହେବାମାତ୍ରେ ତାଙ୍କୁ କିରୀରୁ ସିଧା ବରଖାସ୍ତ କର ଓ ଗୋଟେ ବ୍ଲାକ୍ ଲିଷ୍ଟ ସାର୍ଟିଫିକେଟ୍ ଦେଇ ବିଦା କର, ଯେମିତି ସେ ଆଉ କେଉଁଠି ଚାକିରୀ କରିପାରିବନି । ଏଇଟା ଗୁରୁତ୍ବପୂର୍ଣ୍ଣ ।

7. ପାଣ୍ଡିଆନ୍ ସାର୍ ଙ୍କୁ ଥଣ୍ଡା ଛିଙ୍କ ହେଲେ ବି ସେ 6 ନମ୍ୱର ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଇ ତାଙ୍କ ପ୍ରେସ୍କ୍ରିପସନଟା ଗଣମାଧ୍ୟମରେ ଦେଖାନ୍ତୁ, ନହେଲେ ଚାକିରୀ ଛାଡି ତାମିଲନାଡୁ ଯାଆନ୍ତୁ ଇସ୍କୁଲ ପିଲାଙ୍କ ପାଇଁ ଦିବାଲି ଝରି ବାଣ ତିଆରି କରି ଖୁସି ହେଇ ହସିବେ ।

ସବୁ ଆଇଏଏସ୍ ସବୁ ନେତା କେବଳ ସରକାରୀ ହସପିଟାଲରେ ଚିକିତ୍ସିତ ହେଇ ଚାଙ୍କ ପ୍ରେସକ୍ରିପସନ ଗଣ ମାଧ୍ୟମରେ ଦେଖେଇ ସମାଜ ପାଇଁ ଉଦାହରଣ ସୃଷ୍ଚି କରନ୍ତୁ । ଏଇ କଥାଟି ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଅଟଇ ।

8. ତହୁଁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ଲୋକଙ୍କୁ କେମିତି ରୋଗ ନବେବ ତାହା ପାଇଁ ଗୋଟେ ନିରନ୍ତର ଯୋଜନା କରିବା । ତାଙ୍କ ମାତୃଭାଷାରେ କହିଲେ Prevention is better than cure.

ଖାଦ୍ୟ ପେୟ ଚାଲି ଚଳଣି କର୍ମ ପାଣି ପବନ ଗଛ ଲତା ପରିବେଶ … ଏଇପରି ସବୁ ପ୍ରିଭେନସନ୍ ବ୍ୟବସ୍ଥାର ପ୍ରଚାର ପ୍ରସାର ଓ ଦୈନନ୍ଦିନ ଜୀବନଚର୍ଯ୍ୟାରେ ଏହାର ଉପଯୋଗ ବ୍ୟବସ୍ଥା ପାଇଁ ବଜେଟ୍ ରେ ଗୋଟେ ମୋଟାଅଙ୍କର ବ୍ୟବସ୍ଥା କର ।

ତମ ଆଶାକର୍ମୀ ମାନଙ୍କୁ ତମ ମହିଳା ସ୍ୱୟଂସହାୟକ ଗୋଷ୍ଠି ମା ମାନଙ୍କୁ ଏକଥା ଶିଖାଅ, ଶିଖିଲେ କି ନାହିଁ ମଝିରେ ମଝିରେ ଗୋଟେ ପରୀକ୍ଷା କରି ସେମାନଙ୍କୁ ଗୋଟେ ଗୋଟେ ସାର୍ଟିଫିକେଟ୍ ବି ଦିଅ ।

କଥା ମାନ, ଏଇ କଥାଟା କରିବା ପାଇଁ ତମେ ଏଇ ବର୍ଷ ବଜେଟ୍ ରେ ବେଶୀ ନୁହେଁ ମୀତ୍ର 100 କୋଟି ଟଙ୍କାର ବ୍ୟବସ୍ଥା କର ।

ନହେଲେ ଏହାକୁ ପଢିକି ଯଦି ମୋଦୀ ସରକାର ତମ ସବୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ 50 ହଜାର ଲେଖାଏ ଦେଇଦେବେ କେନ୍ଦ୍ର ବଜେଟରୁ, ମହିଳାମାନେ ଗୋଟେ ଲେଖା ମୋଦୀ ଫଟୋ ମାରି ନାଚୁରୋପାଥି ହୋମିଓପାଥି ଆୟୁର୍ବେଦ ସୁର୍ଯ୍ୟକିରଣ ଚିକିତ୍ସା ଗୋମୁତ୍ର ଚିକିତ୍ସା …. ଏକ୍ସପର୍ଟମାନଙ୍କୁ ଡାକି ଗପସପ କରି ଖାଇପିଇ ଫଟ ଉଠେଇ ସିଧା କେନ୍ଦ୍ରକୁ ପଠେଇ ଦେବେ, ପଇସା କେନ୍ଦ୍ରରୁ ସିଧା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ, ଗୋଷ୍ଠୀ ପିଛା 50 ହଜାର ଟଙ୍କା ଓ ବହୁ ବ୍ୟବହାରିକ ଚଳଣୀ ଜ୍ଞାନ ପାଇଲା ପରେ ସେମାନେ କାହାକୁ ଭୋଟ୍ ଦେବେ ତମେ ଚିନ୍ତା ବି କରିପାରିବନି ।

କଥାଟାକୁ ହେଜିବ, ନହେଲେ ନୀର୍ବାଚନ ଫଳ ବାହାରିଲାପରେ ବୁଝିବ, ମତେ ଦୋଷ ଦବନି କି ଏଇ ଲୋକଟା ଲଙ୍ଗଳମୁନରେ ଆମ ସରକାର ମୁଳଦୁଆ ତାଡିଦେଲା ବୋଲି ।

ତମ ସେ ସୁଧ ଫ୍ରି ଋଣ ଯୋଜନା ଏବେ ଗାଁ ମହିଳାଙ୍କ ମୁଣ୍ଡ ବିନ୍ଧାର କାରଣ ହେଲାଣି, ଚାଷୀ ମାଗଣା ଚାଉଳ, କାଳିଆ ଟଙ୍କା ଆଉ ବିଜୁସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପାଇଲା ପରେ ଆଉ ମହିଳା ଗୋଷ୍ଠିରୁ ମାସକୁ ଦଶ ପଇସା ସୁଧରେ ଟଙ୍କା ନେବା ଆବଶ୍ୟକ କରୁନି, ମା ମାନେ ଏବେ ମାସକୁ 4 ପଇସା ସୁଧରେ ଟଙ୍କା ଯାଚିଲେ ବି କେହି ନବା ଲୋକ ନାହାନ୍ତି । ତେଣୁ ସେ ବିରକ୍ତ ହେବା ଆରମ୍ଭ କଲାଣି ।

ତାର ନିତିଦିନିଆ ଜୀବନରେ କାମରେ ଲଗେଇ ପାରୁଥିବା ପରି କିଛି ନୁଆ ନୁଆ କଥା ଶିଖିବା ଓ କରିବାରେ ସିଏ ଆନନ୍ଦ ପାଇବ ।

ଗୋଟେ ଛୋଟ ଉଦାହରଣ ଦେଉଛି, ହସିବନି । ମନେକର ଗୋଟେ ମହିଳା ଦଳକୁ ଗୋଟେ ଲୋକ ଦି ଚାରିଜଣ ଆୟୁର୍ବେଦ ଡାକ୍ତରଙ୍କୁ ପାଖରେ ବସେଇ କେବଳ କହି ଦେଇ ଆସିବ, ମା ଲୋ, ତୁଳସୀ ଗଛ ଟେ ଲଗେଇ ସେଥିରେ ପାଣି ଦବା, ତା ମୁଳେ ସଞ୍ଜ ବତୀଟେ ଲଗେଇବା ବାହାନାରେ ତୁ ଯଦି ଚଉଁରା ପାଖରେ ଦିନକୁ ଅଧଘଣ୍ଟାଏ ସମୟ କାଟୁ ତାହେଲେ ଜାଣେ, ସେ ତୁଳସୀ ପବନ ବାଜିଲେ ଋତୁସ୍ରାବଠୁ ଆରମ୍ଭକରି ବହୁ ସ୍ତ୍ରୀରୋଗ ଉପଶମ ହୁଏ, ନହେଇଥିଲେ ସେ ରୋଗ ଆଉ ପାଖ ମାଡେନି ।

ଏତିକି କଥା ଆଜି କହିଥିବା ଲୋକ ନୀର୍ବାଚନ ବେଳେ ଯଦି ତାକୁ ସୁତୁରେଇକି କହିବ ମା ଲୋ ତୋ ଭୋଟ୍ ଖଣ୍ଡିକ କଇଁ ଫୁଲରେ ଦୋଉନୁ, ସେ ଦେଇ ଦେବ, ଏଇଆ ଭାବିକି ଯେ ଲୋକଟା ଏବେ ଋତୁସ୍ରାବ କଥା କହିଲା ୟାକୁ ଭୋଟ୍ ଦେଲେ ଇଏ ଆଗକୁ ଆଣ୍ଠୁଗଣ୍ଠି ଦରଜ ନହେଲେ ଏସିଡିଟି ନହେବା ଘରୋଇ ଚିକିତ୍ସା ଉପାୟ କଥା ବି କହିବ ।

ହସନ୍ତୁନି ଆଜ୍ଞା ।
ନୀର୍ବାଚନ ଟା ଗଣିତ ନୁହେଁ କି ଜ୍ୟାମିତି ନୁହେଁ, ଏହା ସିଧା ସିଧା କେମିଷ୍ଟ୍ରି । ଯିଏ ନବୁଝି ପାରୁଚ ନାମ ନଉଚ, ଅଙ୍କ କଷି କଷି ଫଳ ଶୂନ ପାଉଚ ।

ତମେ ସବୁ ପା ଦିନ ରାତି ମୋବାଇଲି ଖେଳୋଉଚ, ଦେଖୁନ କି କୋଉ ଲେଖାରେ କେତେ ଭିଉଅର୍ ହେଉଛନ୍ତି, କେତେ ଲୋକ ପସନ୍ଦ କରୁଚନ୍ତି ।

ମନେ ରଖ, ସଜନା ପରଟା ବି ପଲିଟିକାଲ କେମିଷ୍ଟ୍ରି ରାମ ମନ୍ଦିର ବି କେମିଷ୍ଟ୍ରୀ, ରାଜନଗର ବାଂଲାଦେଶୀ କାହାଣୀ, ମୋଦୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ହେଲେ ଅଟା 5 ଟଙ୍କାରେ ମିଳନ୍ତା ବି କେମିଷ୍ଟ୍ରି ।

ଡାକ୍ତର କେମିଷ୍ଟ ମଧୁଚନ୍ଦ୍ରିକା ବା କେମିଷ୍ଟ୍ରି ଭାଙ୍ଗିବାକୁ ଏବେ ଯଦି କେହି ଅପୋଜିସନ ପାର୍ଟି ନିଷ୍ଠାର ସହ ଦୁର୍ବାର ଆନ୍ଦୋଳନ କରିବ ତାହା ସାମ୍ପ୍ରତିକ ସ୍ଥିତି ପାଇଁ ସବୁଠୁ ବଡ ପଲିଟିକାଲ କେମିଷ୍ଟ୍ରି ହେବ ବୋଧେ।

ଏପରିକି ଜଣେ ଏମଏଲଏ ଆଶାୟୀ କୁଆଡେ ନଯାଇ ଯଦି କେବଳ ତା ଗାଁ ପିଏଚସି ପିଣ୍ଢାରେ ସକାଳୁ ସଞ୍ଜ ବସିବ, କେବଳ ତା ଗାଁ ପିଏଚସି ଡାକ୍ତରଟିକୁ ଭଗବାନରୁ ମଣିଷ କରିଦେଇ ପାରିବ, ସିଏ କଂଗ୍ରେସ ଟିକେଟ୍ ପାଇଲେ ବି ହାଇଏଷ୍ଟ ମାର୍ଜିନରେ ଜିତିବ, ଲେଖିକି ରଖ ।

କାରଣ ଏବେ ସାଧାରଣ ଲୋକଟେ ଭୟରେ କାତର ହେଇ ଦେଖୁଛି ତା ସାମନାରେ ଛିଡା ହେଇଥିବା ଡାକ୍ତରଟି ହିଁ ତା ପାଇଁ ଏକ ମାତ୍ର ମୁଦ୍ରା ରାକ୍ଷସ ।

ରାକ୍ଷସ କବଳରୁ ଦରକାର ପଡିଲେ ଲଢେଇ କରି ଜୀବନ ଉଦ୍ଧାର କରି ହେବ, ହେଲେ ଡାକ୍ତର ରାକ୍ଷସ ହେଲେ ତା କବଳରୁ ଉଦ୍ଧାର ପାଇବାର ଉପାୟ ସାଧାରଣ ଲୋକଟି ପାଖରେ ନଥାଏ, କାରଣ ଚାହିଁଲେ ବି ରୋଗୀ ଡାକ୍ତର ସାଙ୍ଗରେ ଲଢି ପାରିବନି, ଭୟରେ ।

ସେଥି ପାଇଁ କହୁଚି ଯିଏ କେବଳ ଆଜିର ଡାକ୍ତରାସୁରମାନଙ୍କ ସାଙ୍ଗରେ ଲଢି ବିଜୟପ୍ରାପ୍ତ କରି ପାରିବ ତାକୁ ଆଉ ଏମ.ଏଲ.ଏ ପାଇଁ ଆଣ୍ଠୁ ଗଣ୍ଠି ଛିଡେଇ ଲଢିବାକୁ ପଡିବନି, ଷ୍ଟେଜ୍ ଉପରେ ଖଲି ସାଙ୍ଗରେ ପପୁ ପମ୍ ପମ୍ ଲଢିବାକୁ ଛିଡା ହେଇଥିବାର ଦେଖିଲେ ରେଫରୀ ଯେମିତି ଖଲି କୁ ବିଜୟୀ ଘୋଷଣା କରିଦେବା କଥା, ଲୋକେ ସିଧା ସିଧା ସେପରି କରିଦେବେ । ( ଏଠାରେ କେବଳ ଡାକ୍ତରାସୁର ମାନଙ୍କ କଥା କୁହାଯାଉଛି, ଡାକ୍ତରେଶ୍ବର ମାନଙ୍କ କଥା କୁହାଯାଉନି ।

ଏ ସବୁ କଥା ପରେ ମୋର ବିନୀତ ପ୍ରାର୍ଥନା –

” ହେ ଡାକ୍ତର ! ମଣିଷ ହୁଅ ”

ଏମିତି ମଣିଷ ହୁଅ ଯେମିତି ମୋ ଡାକ୍ତରକୁ ମୁଁ ଭଗବାନ କହିବା ପରିବର୍ତ୍ତେ ଏ କଣ ଗୋଟେ 5T ବିଜ୍ଞାପନ ଦେଖି ଦେଖି ମୋ ମନରେ ଗୋଟେ ଦରମା ନିଆ ଚାକରକୁ ଭଗବାନ ଭାବିବାର ଭ୍ରମ ସୃଷ୍ଚି ନହେଉ।

” ହେ ଡାକ୍ତର ! ମଣିଷ ହୁଅ ”


ଲକ୍ଷ୍ମୀଧର ନାୟକ

( Mo Lekha, FB post : 24.02.2023 )
ଟିକେ ଖୁସି ଲାଗିଲା କି ଇତି ମଧ୍ଯରେ ସରକାର ଅଳପ ସଳପ ବୁଝିଶୁଝି କଣ ଗୋଟାଏ BSKY-Naveen Card ବ୍ଯବସ୍ଥା କରୁଛନ୍ତି ହା ହା ହା


Share it

Leave a comment

Your email address will not be published. Required fields are marked *

Verified by MonsterInsights