ହଜି ହଜି ଯାଉଛି…

Share it

ହଳ ଲଙ୍ଗଳ, କମାର ଶାଳ
ଲାଉର ଥାଳ, କଉଡ଼ି ଖେଳ
ଧାନ ବେଙ୍ଗଳା, ଅମଳ ଖଳା
ତେଲର ପଳା, କୂଅ ଉଝୁଳା
ପାଦେ ଅଳତା, ରିବନ ଫିତା
ବରଡା ଛତା, ମଞ୍ଜା ରାଇତା
ବରଡା ଚଟ, ଗୁରୁଜୀ ଛାଟ
ଖଡ଼ି ସିଲଟ, ପଢୁଆଁ ପାଟ
ମାଆ ପଣତ, କଙ୍କଣ ହାତ
କେନ୍ଦରା ଗୀତ , ନାଉରୀ କାତ
କଲମ କାଳି, ଘର ଛୁଆଳି
ଗାୟକ ଅଳି, ଚନ୍ଦନ ଥାଳି
କାଠ କଠଉ, ଚୁଲି ପିଠୋଉ
ଚିଲ ଶାଗୁଣା , କାନ୍ଥରେ ଠଣା
ଖୋଲୁଅ ଘଣା, କାନ୍ଥ ଆଲଣା
ବିବାହ ଝୋଟି, ରିବନ ଚୁଟି
କୂଅର ପାଣି, ବୋହୁ ଓଢ଼ଣୀ
ପର୍ବ ପର୍ବାଣୀ , ଗାଈ ତୋରାଣି
ଶଗଡ଼ ଗାଡି, ବଇଦ ନାଡ଼ି
ଖଣିରେ ଧାନ, କୁଣିଆ ପାନ
ମାଟି ଘୋଡଣୀ , ମାଠିଆ ପାଣି
ହାତ ବିଞ୍ଚଣା, ହେଁସ ମଶିଣା,
ସଞ୍ଜ ଗୋଧୂଳି, ପିଠା ଚକୁଳି
ରଜର ଦୋଳି, ବଗଡା ମାଳି
ଚୁଲିରେ ଜାଳ, ଫୁଙ୍କିଲା ନଳ
ହାଣ୍ଡି ପଖାଳ, ଢିଙ୍କି ଚାଉଳ
ଚଟ ଆସନ, ବଟୁଆ ପାନ
ଶିକାରେ ଦହି, ଲଙ୍ଗଳ ମହି
ପୁରାଣ ବହି, ଉଖୁଡା ଖଇ
ବତି ଲଣ୍ଠନ, ପୋଇ ମଥାନ,
ଅମାର ଧାନ, ବିଲର ମୀନ
ଶିଳ ବାଟଣ, ଛାଇଵା ଛଣ
ପଡୋଶୀ ତୁଣ, ମାପ ମହଣ
ବୁଢ଼ା ଶଙ୍ଖାରୀ, କାହାଣୀ ପରୀ
ଲୁଣ କାଠୁଆ, ମାଟି ମାଠିଆ
ଗୋବର ପାଣି, ଆଈ କାହାଣୀ
ରଖୁଛି କଥା, ମନେ ହେଜୁ ଥା

ସଂଗ୍ରାହକ – ପ୍ରଦୀପ୍ତ ଦାସ, ନାଉଗାଁ


Share it

Leave a comment

Your email address will not be published. Required fields are marked *

Verified by MonsterInsights