ହଜାରେ ମରଣ

Share it

Mo Kabita
18th August 2024

ହଜାରେ ମରଣ

ଅବିଚଳିତ ମନକୂଳେ ମଉନାବତୀ ସ୍ୱପ୍ନ ଦେଖେ
ମଲ୍ଲିକା ହସେ,ରଜନୀଗନ୍ଧା ବାସେ ଅନ୍ଧାର ମୁଖେ ।

ତରଙ୍ଗେ ଗୋଧୂଳି ଲଗ୍ନ ବାସ ଚହଟେ ସନ୍ଧ୍ୟାକାଳେ,
ମାନସପଟେ ଅକୃତିମ ପ୍ରେମରସେ ଭାବବିହ୍ଵଳେ,
ଭାସିଆସେ ଗାଁ’ ଦେଉଳ-ଶଙ୍ଖଧ୍ଵନି ପବନ ସୁଅରେ,
ଫୁଟେ ଫୁଲ ମଉଳିବାକୁ ଭାଗବତ ଟୁଙ୍ଗୀ ଭିତରେ ।

ଅହଂ-ଅହମିକା ସୂତ୍ରରେ ନିମଗ୍ନ ତାଳି ଲୋଡ଼ାପଡେ-
ଫୁଲ-ଫଳ,ଧୂପଦୀପ,ଝୁଣାବତୀ,ନୈବେଦ୍ୟ,ପଇଡେ;
ଦିଆନିଆ ଭାବପ୍ରବଣତା ନିର୍ଜୀବ ପ୍ରତିମା ମୁଣ୍ଡରେ,
ଜୀବନ୍ତ ପ୍ରତିମା ନିତି ଜଳେ, ବଞ୍ଚେ ଅନ୍ତର୍ବେଦନାରେ।

ଅନିର୍ବାଚନୀୟ ଜନ୍ମରୁ ମୃତ୍ୟୁ ଯାଏ ଲୋକାପବାଦ,
ପ୍ରେମାସିକ୍ତ ଆକାଶ ପାଲଟେ ସ୍ଥିର, ନିରବ-ନିଶବ୍ଦ;
ଅନ୍ତର ଭିତରେ ସମାଧିସ୍ଥ ଶିଉଳିର ବିସ୍ମରଣ ,
ଜୀବନ ଜିଇଁବା ପାଇଁ ଗଳାହାର ହଜାରେ ମରଣ।

©® DKD
ଦୀପକ କୁମାର ଦେ
Mob : +91 73260 77644


Share it

Leave a comment

Your email address will not be published. Required fields are marked *

Verified by MonsterInsights