ସେ ବସ୍ତାରେ ଗୋଟେ ମୋଦୀ ଫଟୋ କାହିଁକି ଛପା ହେଉଛି ବୁଝି ହେଉନି

Share it

Mo Lekha
My Facebook Post: 24th August 2021

ଖାଦ୍ୟ ଗୋଦାମ ନା ଭୋକ ଗୋଦାମ ? ମୁଁ ଥରେ ଏଇ ଶୀର୍ଷକରେ ଆର୍ଟିକିଲ ଟିଏ ଲେଖିଥିଲି ପର୍ଯ୍ଯବେକ୍ଷକ ଓ ଆଉ କେତେକ ଖବର କାଗଜରେ, 2000 ମସିହାରେ ବୋଧହୁଏ ।

କାହାର ଭୋକକୁ ବଳକା ଚାଉଳ କହି FCI ଗୋଦାମରେ ସାଇତିଛ ବୋଲି ତ ଲେଖିଲେ ଲେଖିବା ଲୋକେ ।

ଖାଦ୍ୟ ଗୋଦାମରେ ହଜାର ହଜାର ଟନ୍ ଚାଉଳ ଗହମ ପୋକ ଖାଉଛି ବୋଲି ତଥ୍ୟ ସହ ସୁପ୍ରିମ କୋର୍ଟରେ କାନ୍ଦିଲେ ଏନଜିଓ ଲୋକ ମାନେ।

ଚାଉଳକୁ ପଚିବାକୁ ନ ଦେଇ ଗୋଦାମ ଖାଲି କରି ଭୋକିଲା ଲୋକଙ୍କୁ ବାଣ୍ଟିବାକୁ ଆଦେଶ ଦେଲେ ସୁପ୍ରିମ କୋର୍ଟ ।

ସୋନିଆ ସରକାର ଆଣିଲେ ଦି ଟଙ୍କିଆ ଚାଉଳ ସ୍କିମ୍, ଖାଦ୍ଯ ସୁରକ୍ଷା ଆଇନ ମଧ୍ଯ ।

ନବୀନ ଆଉ ଟଙ୍କାଏ ଦେଇ ତାକୁ ଟଙ୍କାକିଆ କଲେ ।

ଏବେ ସେ ବସ୍ତାରେ ଗୋଟେ ମୋଦୀ ଫଟୋ କାହିଁକି ଛପା ହେଉଛି ବୁଝି ହେଉନି ।

ସୋନିଆ ଇଟାଲିରୁ, ମନମୋହନ ତାଙ୍କ ଜମି ବିକିକି, ମୋଦୀ ତାଙ୍କ ଚାହା ପଇସାରୁ, ନବୀନ ତାଙ୍କ ଦିଲ୍ଲୀ ଗ୍ୟାରେଜ୍ ବିକିକି ତ ଲୋକଙ୍କୁ ଚାଉଳ ଦେଉ ନାହାନ୍ତି, ତାହେଲେ ଏ ଫଟୋ ସେସନ୍ କାହିଁକି ?
ତମେ ସବୁ କିଏ କି ? ଦରମା ନଉଚ, କାମ କରୁଚ । ଏ ଚାକରଙ୍କର ବହପ ଦେଖ ହେ ।

ଆଜି ମୋଦୀ ଫଟ ଲାଗିଲେ କାଲି ସୋନିଆ ଫଟ ଲାଗିବ ପହରିଦିନ ନବୀନ ଫଟ ଲାଗିବ ।
ଦାଆ ଧରିଥିବା ଲୋକଟା ବୋଧେ ଧାନ କାଟୁ ନଥିଲା, କେବଳ କଦଳୀ ମଞ୍ଜ ପତର କାଟୁଥିଲା । ତାଙ୍କର ବି ଗୋଟେ ଫଟ ଛୋଟିଆକିନି ସେ କଣୁକୁ ଛାପୁନ !

ଯଦି ସେ ବସ୍ତାରେ ଗୋଟେ ଫଟ ନାଗିବା ନିହାତି ଜରୁରୀ, ଏବଂ ସେଠି ସର୍ବ ମୋଟ ଗୋଟେ ଫଟ ରହିପାରିବ, ନହେଲେ ତମେ ଗୋଟେ କାମ କର, ସେଠି ସେ ନୋକ ଟାର ଫଟ ନଗେଇ ଦିଅ, ଯୋଉ ନୋକ ଟା ନେଖିଥିଲା –

ହଇ ହୋ ସରକାର ! ଏଗୁଡା ତମ ଖାଦ୍ୟ ଗୋଦାମ ନା ଭୋକ ଗୋଦାମ ?

ଫଟ ମୁଁ ଯୋଗେଇ ଦେମି । ଗୋଟାକୁ ଟଙ୍କାଏ ରେଟ୍ ରେ ।

https://www.facebook.com/100003597106776/posts/2315503435246204/


Laxmidhar Nayak
My Facebook Post: 24th August 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights