ସେ ବ୍ରିଟିଶ ଢାଞ୍ଚା ଛୁଟି ବନ୍ଦ କରି ସରକାର ନିମ୍ନମତେ ଛୁଟି ଘୋଷଣା କରିବା ଆବଶ୍ଯକ

Share it

ନୂଆଖାଇ ଦୁଇଦିନକୁ ଛୁଟି ଓ ତୃତୀୟ ଦିନଟିକୁ ଅପସନାଲ୍ ହଲି ଡେ ଘୋଷଣା କରାଯାଉ

ପର୍ବପର୍ବାଣି : ଏହା ଗୋଟିଏ ଗୋଟିଏ ସମୂହ ଆନନ୍ଦ ଉତ୍ପାଦନ ଆୟୋଜନ

ସରକାର ସବୁ ଗଣ ପର୍ବରେ ଛୁଟି କରନ୍ତୁ । ନୁଆଖାଇରେ ଅତି କମ୍ ରେ ଦୁଇ ତିନି ଦିନ ଛୁଟି ନିହାତି କରିବା ଆବଶ୍ଯକ ।

ସରକାର ନିମ୍ନମତେ ଛୁଟି କରିବା ଆବଶ୍ଯକ :
୧. ସବୁ ଗଣ ପର୍ବରେ ଆବଶ୍ଯକତା ଅନୁସାରେ ଦିନେ କିମ୍ୱା ଦୁଇ ଦିନ ।
୨. ବସନ୍ତ ଉତ୍ସବ – ଦୋଳ ଓ ହୋଲି ସମୟରେ – ୭ ଦିନ
୩. ବର୍ଷା ଉତ୍ସବ – ରଜ ସମୟରେ – ୭ ଦିନ
୪. ଶରତ ଉତ୍ସବ – ଦଶହରା ସମୟରେ – ୭ ଦିନ
୫. ଶୀତ ଉତ୍ସବ – ମକର ସମୟରେ – ୭ ଦିନ

ସାତ ଦିନ ଛୁଟି ମିଳିଲେ ବାପ ମା ଗାଁ କୁ ଯିବେ, ପିଲାମାନେ ପ୍ରକୃତି, ପରିବେଶକୁ ପାଖରୁ ଦେଖିବେ, ପ୍ରକୃତିକୁ ଭଲପାଇବେ, ଏହାର ସୁରକ୍ଷାପାଇଁ ଆଗ୍ରହୀ ହେବେ, କେବଳ ଭୟରେ ନୁହେଁ, ଭଲପାଇ ପ୍ରକୃତି ସୁରକ୍ଷା କରିବେ ।

ଗାଁରେ କିଛି ପଇସା ଖର୍ଚ ହେଲେ, ଗାଁ ଅର୍ଥନୀତି ଚଳ ଚଞ୍ଚଳ ହେବ।

ମନୋବୈଜ୍ଞାନିକ ଦୃଷ୍ଟି କୋଣରୁ ମଧ୍ଯ ପଢୁଆ ପିଲାଙ୍କୁ ଏପରି ମଝିରେ ମଝିରେ ପ୍ରକୃତି କୋଳରେ ଖେଳି ବୁଲିବା ଅତ୍ଯନ୍ତ ଆବଶ୍ଯକ । ତାହା ମଧ୍ଯ ପାଠ ।

କିଏ କହିବ, ବଡଙ୍କୁ ଯାହା ତୁଚ୍ଛା ନଈବାଲି ପରି ଦିଶେ, ପିଲାଙ୍କୁ ତାହା ୟୁରାନିୟମ୍ ପରି ନ ଦିଶିବ !

ଏତେ ଛୁଟି ସରକାର ଆଣିବେ କେଉଁଠୁ ??

୧. ସବୁ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଖୋଲା ରହୁ = ୨୪ ଦିନ
୨. ସବୁ ଜୟନ୍ତି ( ଗାନ୍ଧୀ ଜୟନ୍ତି, ଆମ୍ୱେଦକର ଜୟନ୍ତି, ମଧୁ ଜୟନ୍ତି, ବିଜୁ ଜୟନ୍ତି ଇତ୍ଯାଦିରେ ଛୁଟି ନକରି ସେ ସବୁ କର୍ମବୀରଙ୍କୁ ସମ୍ମାନ ଜଣେଇବାକୁ ସେ ଦିନ ମାନଙ୍କରେ ଦୁଇ ଘଣ୍ଟା ଅଧିକା କାମ କରିବା ) = ୯ ଦିନ

ନୁଆଖାଇ ଜୁହାର

ଧାନ ପାଚି ପାଚି ନାହିଁ
ଦୁଆରେ ଠିଆ ନୁଆଖାଇ

ପଣ୍ଡିତେ କାଢନ୍ତି ତିଥିବାର
ନୁଆ ଚାଉଳ ଧାର ଉଧାର

ସେଇତ ବାଣ୍ଟେ ଭାଇଚାରା
ନୋହିବେ କେହି ବେସାହାରା

ସମ୍ପର୍କ ଯୋଡେ ସୁମଧୁର
ନୁଆ ଖାଇର ନମସ୍କାର

ନୁଆଖାଇ ଜୁହାର
ନୁଆଖାଇ ଜୁହାର
ନୁଆଖାଇ ଜୁହାର


ଲକ୍ଷ୍ମୀଧର ନାୟକ
My Facebook Post; 13th September 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights