ସେ ତ ମାଆ ନଥିଲା ଝିଅ

Share it

Mo Lekha
My Facebook Post
21 August 2021

ସେ ତ ମାଆ ନଥିଲା ଝିଅ
ଭାତ ରାନ୍ଧିବ ଡାଲି କରିବ
ଶାଗ କେମିତି ବାଛିବ କୁହ

ଆଜି ସଖାଳୁ ମୁଁ ଟିକେ ଡେରିରେ ଉଠି ଦେଖିଲି ମୋ ମମି ଖୁବ୍ ମନ ଯୋଗ ଦେଇ ଗୋଟେ ଅତି ନିଷ୍ଠାର ସହ ଶାଗ ବାଛୁଚି ।

ମୁଁ ଶାଗ ଖାଇବାକୁ ଭଲ ପାଏ, ହେଲେ କାହିଁକି କେଜାଣି ମମି ଆଜିଯାଏ କେବେ ଶାଗ କରି ନଥିଲା ।

ମେ 29 ତାରିଖଦିନ ମାଡାମ ଦେହାନ୍ତରୀ ହୋଇ ଆମଠାରୁ ସ୍ଥୁଳରୂପେ ଅନ୍ତର ହୋଇଯିବାକୁ ମାସେ ପୁରିଛି କି ନାହିିଁ ଆମକୁ ବାଧ୍ଯ ହୋଇ ଭୁବନେଶ୍ବର ଆସିବାକୁ ପଡିଲା ଝିଅର ବାୟୋଟେକ୍ନୋଲୋଜି ପିଜିର ଲାଷ୍ଟ ସେମିଷ୍ଟର ପରୀକ୍ଷା ଟାକୁ ଦେଇ ଦେବାକୁ ସମସ୍ତେ ଏକ ରକମ ବାଧ୍ଯ କରିବାରୁ, ସମସ୍ତ ମନସ୍ତାପ ଓ ଗଭୀର ଦୁଃଖ ଜନିତ ଅନାଗ୍ରହ ସତ୍ତ୍ବେ ଆମେ ବାପ ପୁଅ ଝିଅ ଓ ସାନଭାଇ ଭୁବନେଶ୍ବର ଆସିଲୁ । ଗତ ଜୁଲାଇ 7 ତାରିଖରେ ଗାଁ ରୁ ଭୁବନେଶ୍ୱର ଆସିବା ପରେ ଆଜି ମୋ ମମି (ଝିଅ) ପ୍ରଥମ ଶାଗ ତରକାରୀ କରିବାକୁ ଯାଉଛି ଦେଖି କାହିଁକି କେଜାଣି ଆଖିରେ ଲୁହ ଆସିଗଲା ।

ମମି ଦେଢ ଘଣ୍ଟା ଖଣ୍ଡ ପରିଶ୍ରମ କରି ଶାଗ ବାଛି ଦେଲା, ପ୍ରତି ପତ୍ରକୁ ତଳ ଉପର ଚେକ୍ କରି ଛିଡେଇବାକୁ ହେବ ନା, ନହେଲେ ଶାଗ ବଛା କେମିତି ହେବ ! ରୋଷେଇ ବି କରିଦେଲା । ମୁଁ ଏବେ ଖାଇଲି ।

ମୋ ମମି ପଚାରିଲା ବାପା କେମିତି ହେଇଛି ?

ମୁଁ କହିଲି ଲୁଣ ଭଜା ସାଙ୍ଗରେ ଶାଗ ପଡି ଯୋଉ ତରକାରୀଟା ହେଇଚି ସେଇଟା ଆଉ ଖିରୀ ଟା ମତେ ସବୁଠୁ ଭଲ ଲାଗିଲା । ଡାଲି ତ ଭଲ ଲାଗିଲା, ବନ୍ଧା କୋବି ତରକାରୀ ବି ଭଲ ଲାଗିଲା, ସବୁ ଭଲ ଲାଗିଲା ।

ସିଏ କହିଲା, ଧେତ୍, ତମେ ଖାଉଚ ଯେ ହେଲେ କୋଉଟା କଣ ଠିକ୍ ରେ କହି ପାରୁନ ।

ତମେ ଯୋଉଟାକୁ ଖିରି କହୁଚ ସେଇଟା ଖିରି ନୁହଁ, ସେଇଟା ଭାତ, ସେଇଟା ନନା ( ବଡ ଭାଇ ) କରିଚି;
ଆଉ ତମେ ଯୋଉଟାକୁ ଲୁଣ ଭଜା ସାଙ୍ଗରେ ଶାଗ ପଡି ତରକାରୀ ହେଇଛି ବୋଲି କହୁଚ, ସେଇଟା ଆକଚୁଆଲି ଶାଗ ସାଙ୍ଗରେ ଲୁଣ ପଡି ଶାଗ ଭଜା ହେଇଚି । ମୁଁ କରିଚି ।

ମୁଁ କହିଲି
ଠିକ୍ କଥା, ସେଇଥିପାଇଁ ଏତେ ବଢିଆ ଲାଗୁଛି, ସତରେ ଅମୃତ ସମ ଲାଗୁଚି ।

ସିଏ ଭାରି ଗୋଟେ ଖୁସି ହେଇଗଲା, ଏଇଥି ପାଇଁ ଯେ, ଯାହା ହେଉ ବାପା ତ ଖାଇଦେଲେ, ପେଟକୁ ଗଣ୍ଡେ ଦାନା ତ ଗଲା !

ମୁଁ ଖାଇ ସାରିବା ପରେ ପୁଅ, ମୋ ସାନଭାଇ ଓ ଝିଅ ମଧ୍ୟ ଏ ଅମୃତସମ ଖାଦ୍ୟକୁ ମହା ଆନନ୍ଦରେ ଖାଇଲେ ।

ସେ ତ ମାଆ ନଥିଲା ଝିଅ
ଭାତ ରାନ୍ଧିବ ଡାଲି କରିବ
ଶାଗ କେମିତି ବାଛିବ କୁହ

Laxmidhar Nayak
My Facebook Post: 21st August 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights