ସ୍ୱର୍ଗ ଟା ନର୍କ ହେବାକୁ କେତେ ସମୟ ଲାଗେ କେଜାଣି ?

Share it

Mo Lekha
10th August 2019

ସ୍ୱର୍ଗ ଟା ନର୍କ ହେବାକୁ
କେତେ ସମୟ ଲାଗେ କେଜାଣି ?

ଆମେ 370 ଉଚ୍ଛେଦକୁ ସମର୍ଥନ କରୁଥିଲୁ କଣ ତୁମ ଗୁପ୍ତା ଭାଇଙ୍କୁ କାଶ୍ମିରରେ ପୁରେଇ ଗଛ ଲଣ୍ଡା କରି କାଗଜ କଳ ବସେଇବାକୁ ?

କୁହାଯାଉଥିଲା କାଶ୍ମୀରରେ ବିକାଶ ପଶି ପାରୁ ନଥିଲା କି ହସି ପାରୁ ନଥିଲା, ତେଣୁ ସେଠାକାର ମାତ୍ର 90% ଲୋକ ହସୁଥିଲେ, ଗୁଡାଏ ଲୋକ ମାନେ ପ୍ରାୟ 10 % ଲୋକ ବିପିଏଲ୍, କାନ୍ଦୁଥିଲେ ।

ଆମର ଇଆଡେ ସତୁରି ବର୍ଷ ହେଲା ବିକାଶ ହସୁଚି,
କାନ୍ଦିବା ଲୋକ ଏମିତି କେତେ କି ?
ମାତ୍ର ୫୦% ତ ! ବିପିଏଲ୍ ।

ଆମ ଇଆଡେ ଫୁଲ୍ ହସିବା ଲୋକ 10%
ହସି ପାରିବେନି କି କାନ୍ଦି ପାରିବେନି, ସେମିତିକା ଲୋକ 40%,
କାନ୍ଦିବା ଲୋକ ମାତ୍ର 50 % ।

ଏଇ ସନ୍ତୁଳନ ରେସିଓ ଟା କାଶ୍ମୀରରେ ଦିଶୁ ନଥିଲା ।

କାଶ୍ମୀର ବିକାଶର ଏ ପ୍ରଥମ ଗୁପ୍ତ ନକ୍ସା କହୁଛି, ଏ ଦୃଶ୍ୟ ଖୁ୍ବ୍ ଶିଘ୍ର ଦେଖିବାକୁ ମିଳିବ କାଶ୍ମୀରରେ ।

ନଈ ସବୁ ଯଥା ଶିଘ୍ର ବିଷବାହୀ ନର୍ଦମା ହେଇଯିବେ,
କାଶ୍ମୀର ପାହାଡ ଉପରେ ରାଜଧାନୀ ଦିଲ୍ଲୀ କ୍ୱାଲିଟି ପବନ ବହିବ,

ମା କୁ ସମ୍ମାନ କଥା ତ ବଡବଡ ନେତାଏ ଚିନ୍ତା କରୁଛନ୍ତି, ମୁହଁରେ କହୁଛନ୍ତି ମଧ୍ୟ ।

ଲଦାଖରେ ତ ସୁନା ପାହାଡ ଥାଏ ବୋଲି ମହାଭାରତ ଯୁଗରୁ ଆଲୋଚନା ଅଛି । ବିକାଶ ଅନ୍ଧ ମୂର୍ଖମାନେ ତାକୁ ବରଫ ତଳେ ଘୋଡାଇ ରଖିଥବେ ବୋଧେ ।
ସେମିତିକା ପାହାଡ ଯଦି ଥିବ ତାକୁ ବି ଛଡା ଯିବନି,
ବିକାଶ ଧାରାରେ ସାମିଲ କରାଯିବ । ବୁଦ୍ଧ ବି ହସିବେ ।

ଧନ୍ୟ କହିବ ୟାଙ୍କ ସ୍ୱର୍ଗ ବିକାଶ ନକ୍ସା ଓ ଚିନ୍ତା କୁ ।

ଏମିତିରେ ସାରା ଦେଶଟାକୁ ତ ଆମେ ନର୍କ ପ୍ରାୟ କରି ସାରିଛନ୍ତି, ବିକାଶ ନାଁରେ , ସେଥିପାଇଁ ବାଇ ଚଡେଇ ବି ବିଷ ପିଉଛି ନଈରୁ, କାରଣ ସେ ଆମ ବିକାଶ ଶୀଳ୍ପର ବିସଲେରି ପାଣି ବୋତଲ କିଣୁନି ।

ଗୋଟାଏ ରାଜ୍ୟକୁ ତ ଛାଡ !
ତା ପାଇଁ କିଛି ଭିନ୍ନ ଚିନ୍ତା ତ କର ।
ଯାହାକୁ ନିଜ ମୁହଁରେ ଭୂ ସ୍ୱର୍ଗ ବୋଲି କହୁଛ ।

ଈଶ୍ୱର କଲ୍ୟାଣ କରନ୍ତୁ
ସର୍ବେ ଭବନ୍ତୁ ସୁଖୀନ

ଲକ୍ଷ୍ମୀଧର ନାୟକ
My Facebook Post: 10th August 2019


Share it

Leave a comment

Your email address will not be published. Required fields are marked *

Verified by MonsterInsights