ସୌର ଶକ୍ତି ଚୁଲା ଦରକାର ନା ଉଜ୍ଜଳା ଗ୍ଯାସ୍ ଚୁଲା ?

Share it

Mo Lekha
My Facebook Post: 18th August 2018

ଆମ ଅର୍ଥନୀତିପାଇଁ
ସୌର ଶକ୍ତି ଚୁଲା,
ଧୁମ୍ରହୀନ କାଠ ପତ୍ର ଚୁଲା ଦରକାର
ନା ଉଜ୍ଜଳା ଗ୍ଯାସ୍ ଚୁଲା ?

ଆମେ ବର୍ଷକୁ ୭ନିୟୁତ ଟନ୍ ଗ୍ଯାସ୍ ଆମଦାନୀ କରୁଛୁ ଏବଂ ଏହାର ଅଧା କେବଳ ଆମେରିକାରୁ ଆମଦାନୀ କରିବୁ ବୋଲି ୨୦ ବର୍ଷିଆ ଚୁକ୍ତି କରିଛୁ, ଗତ ମାର୍ଚ ମାସରୁ ଆମେରିକା ସପ୍ଲାଇ ଆରମ୍ଭ କରିଛି । ଆମ ଦେଶ ମୁଖ୍ଯ ଆମେରିକା ଗଲେ ସେମାନେ ନିଶ୍ଚୟ ରେଡ୍ କାର୍ପେଟ୍ ବିଛାଇବେ ।

ଆମେ ପ୍ରତିଦିନ ବିଦେଶରୁ ତେଲ ଓ ଗ୍ଯାସ୍ ଆମଦାନୀ ପାଇଁ ୨ ହଜାର କୋଟି ଟଂକା ଖର୍ଚ କରୁଛୁ ।ତାହା ପୁଣି ଡଲାର୍ ରେ । ଏହା ଦିନକୁ ଦିନ ବଢି ଚାଲିଛି । ଗତ ଏପ୍ରିଲ୍ ରେ କେବଳ ଗ୍ଯାସ୍ ଆମଦାନୀ ବିଲ୍ ୩୩.୩୩% ବଢିଯାଇଥିଲା ପୁର୍ବ ମାସ ତୁଳନାରେ ।

କେହି କେହି ଆଶଂକା ପ୍ରକାଶ କରନ୍ତି ଯେଉଁ ହାରରେ ଦେଶମାନେ ଖଣିଜ ତୈଳ ବ୍ଯବହାର କରୁଛନ୍ତି ହୁଏତ ୭୫ ରୁ ୧୦୦ ବର୍ଷ ଭିତରେ ବିଶ୍ୱରୁ ଖଣିଜ ତୈଳ ସରିଯିବ ।

ଅଳ୍ପ ଲୋକସଂଖ୍ଯା ବିଶିଷ୍ଟ ବିକଶିତ ଦେଶମାନେ ବେଳଥାଉ ବିକଳ୍ପ ବ୍ଯବସ୍ଥା କରି ନେବେ । ଭାରତ ଭଳି ବିଶାଳ ଜନ ସଂଖ୍ଯା ବିଶିଷ୍ଟ ଦେଶ ସୌର ଶକ୍ତି, ଶୁଖିଲା କାଠ ପତ୍ର ଶକ୍ତି ଛାଡି ଯେପରି ଉଜ୍ଜଳା ଯୋଜନା କରୁଛି, ତାର ପରିଣତି କ’ଣ ହେବ କିଏ କହିବ !

ଅତ୍ଯଧିକ ଡଲାର ପେମେଣ୍ଟ ଯୋଗୁ ଟଂକାର ମୂଲ୍ଯ ସବୁଦିନ ହ୍ରାସ ପାଉଛି, କେତେବେଳେ ଅର୍ଥନୀତି ଭୁଷୁଡି ମଧ୍ଯ ଯାଇପାରେ ।

ଇଣ୍ଡୋନେସିଆ ପରି ପାଣି ବୋତଲଟିଏ କିଣିବାକୁ ୧୨୦୦ ଟଂକା ଧରି ବଜାରକୁ ଯିବାକୁ ନପଡୁ । କେବଳ ଲୋକପ୍ରିୟତାପାଇଁ ଆମକୁ ମଧ୍ଯ ଏ ସ୍ଥିତି ଦେଖିବାକୁ ନପଡୁ ।
ଆମ ଅର୍ଥନୀତି ଯେତିକି ବୋଝ ମୁଣ୍ଡେଇ ପାରିବ ତା ମୁଣ୍ଡରେ ସେତିକି ବୋଝ ଲଦାଯାଉ ।

Laxmidhar Nayak
My Facebook Post: 18th August 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights