ସରସ୍ବତୀ ପୂଜାକୁ ବିରୋଧ କରାଯିବା ଉଚିତ କି ?

Share it

ସୁବିଦ୍ୟା ସମ୍ଭାରର ଅନ୍ୟନାମ ବା ସର୍ବନାମ ସରସ୍ୱତୀ

ବିଦ୍ୟା ବୋଧହୁଏ ଏକମାତ୍ର ଗୁଣ-ସମ୍ପତ୍ତି ଯାହାକୁ ଦାନ କଲେ ତାହା ବହୁଗୁଣିତ ହୋଇଥାଏ, ତେଣୁ ସରସ୍ୱତୀଙ୍କ ଅନ୍ୟନାମ ବିଦ୍ୟାଦାତ୍ରୀ ହିଁ ହୋଇପାରେ

ସରସ୍ୱତୀଙ୍କୁ ବିଦ୍ୟା ମାଗଣ ଭିକମଗା ମାନସିକତାର ଭିଆଣ

ସରସ୍ୱତୀ ବନ୍ଦନୀୟା ବା ବିଦ୍ୟା ବନ୍ଦନୀୟ
ଅତଃ ସରସ୍ୱତୀଙ୍କ ସାକାର ରୂପକଳ୍ପ ସ୍ତୁତିଯୋଗ୍ୟ ବନ୍ଦନୀୟ ଅର୍ଚ୍ଚନୀୟ, ଆନନ୍ଦ ଓ ବିଦ୍ୟାର୍ଜନ ନିମନ୍ତେ ଉତ୍ସାହ ପ୍ରାପ୍ତି ନିମିତ୍ତ

ତେଣୁ ସରସ୍ୱତୀଙ୍କର ସାକାର ମାତୃ ରୂପକଳ୍ପନା ଓ ଅର୍ଚନା ଏକ ଶିଶୁମନସ୍ତତ୍ତ୍ୱ ଉପଯୋଗୀ ଆନନ୍ଦଉତ୍ସବାନୁଷ୍ଠାନ
ଯାହା ଅବଶ୍ୟ କରଣୀୟ , କାରଣ ଶିଶୁ ମନସ୍ତତ୍ତ୍ୱରେ ମା ଠୁ ବଳି ସ୍ନେହମୟୀ ଆନନ୍ଦମୟୀ ଜ୍ଞାନଦାୟୀ ପ୍ରେରଣାଦାୟୀ ସୁନ୍ଦର ନିର୍ମଳ ରୂପକଳ୍ପ ଅଚିନ୍ତନୀୟ ନିଶ୍ଚୟ

ପ୍ରଚଳିତ ଧାରା ପ୍ରକାରେ ସରସ୍ୱତୀଙ୍କୁ ବିଦ୍ୟା ମାଗିବା ଯେମିତିକା ଅପରିପକ୍ୱତା ସରସ୍ୱତୀଙ୍କ ଅର୍ଚ୍ଚନା ଓ ତତ୍ ପ୍ରେରିତ ଉତ୍ସବ ଅନୁଷ୍ଠାନକୁ ବିରୋଧ କରିବା ତହୁଁ ବଳି ନିର୍ବୋଧତା

ଥରେ ସରସ୍ୱତୀଙ୍କ ବନ୍ଦନା କରି ଦେଖନା ମନରେ କେତେ ଆନନ୍ଦ ଓ ଉତ୍ସାହ ଜାତ ହେଉଛି ଅନୁଭବ କରିପାରିବ

ମନ ଉତ୍ଫୁଲ ରହିଲେ ଅପ୍ରାପ୍ତି ଦୂରତ୍ୱ କିଭଳି ଦ୍ରୁତ ସଙ୍କୁଚିତ ହୁଏ ସେକଥା କଣ ଅନୁଭବ କରି ହୁଏନି ଯେ ତାହାକୁ ମାପିବା ପାଇଁ ଯନ୍ତ୍ରପାତିର ଆବଶ୍ୟକତା ପଡିବ ?

ଅଇଲେ ମା ସରସ୍ୱତୀ ନିର୍ମଳ ବର୍ଣ୍ଣେ
ରତନ ବିଭୁଷିତ କୁଣ୍ଡଳ କର୍ଣ୍ଣେ
କଣ୍ଠଦେଶେ ଶୋଭିତ ମୁକୁତାର ହାର
ବନ୍ଦଇ ମା ସରସ୍ୱତୀ ବିଦ୍ୟା ଭଣ୍ଡାର
ବୀଣା ପୁସ୍ତକ ରଞ୍ଜିତ ହସ୍ତେ
ଜୟ ମା ସରସ୍ୱତୀ ଦେବୀ ନମସ୍ତେ

ଲକ୍ଷ୍ମୀଧର ନାୟକ
FB Post : 16.02.2021


Share it

Leave a comment

Your email address will not be published. Required fields are marked *

Verified by MonsterInsights