ସରକାରୀ ବିଦ୍ୟାଳୟ, ବେସରକାରୀ ବିଦ୍ଯାଳୟ ସବୁ ଶିକ୍ଷକଙ୍କ ଦରମା ସମାନ ହେଉ, ଅର୍ଥାତ୍ scale of pay ଏକ ପ୍ରକାର ହେଉ, ସରକାର ଏପରି ଆଇନ ଟିଏ ଆଣନ୍ତୁ

Share it

Mo Lekha
Laxmidhar Nayak
My Facebook Post: 17th August 2023

ସରକାରୀ ବିଦ୍ୟାଳୟ, ବେସରକାରୀ ବିଦ୍ଯାଳୟ ସବୁ ଶିକ୍ଷକଙ୍କ ଦରମା ସମାନ ହେଉ, ଅର୍ଥାତ୍ scale of pay ଏକ ପ୍ରକାର ହେଉ,

ସରକାର ଏପରି ଆଇନ ଟିଏ ଆଣନ୍ତୁ

ସେହି ଖର୍ଚ୍ଚ ଆଧାରରେ ପ୍ରାଇଭେଟ୍ ସ୍କୁଲ ମାନେ ଫିସ୍ ନିର୍ଦ୍ଧାରଣ କରନ୍ତୁ,

( ପିଲା ପିଛା ମାସକୁ 5 ହଜାର ଫିସ୍ ପଡିଲେ ପଡି ପାରେ, ପଡୁ, ତମ ପିଲାଙ୍କୁ ମଣିଷ କରି ଗଢିବାକୁ ଜଣେ ଶିକ୍ଷକ ପରିବାର କାହିଁକି ଅର୍ଦ୍ଧ ଭୁକ୍ତ ରହିବ ? ଛିଡା ଟ୍ରାଉଜରକୁ ସାତ ସିଆଁ କରି ପିନ୍ଧିବ ? ତା ପରେ ଦେଖାଯାଉ କେତେ କେତେ ମାତାଏ ତାଙ୍କ ପିଲାଙ୍କୁ ମାସକୁ ପାଞ୍ଚ/ ସାତ ହଜାର ଦେଇ ପ୍ରାଇଭେଟ ସ୍କୁଲକୁ ଏ ବି ସି ଡି ପଢେଇବାକୁ ପଠାଉଛନ୍ତି )

ଶିକ୍ଷକମାନଙ୍କୁ ଗୋତି ଖଟୋଉଥିବା ପ୍ରାଇଭେଟ୍ ସ୍କୁଲ ଶିକ୍ଷା ବ୍ଯବସାୟୀମାନଙ୍କୁ ଏପରି ଅନ୍ଯାୟ କରିବାରୁ ବିରତ ହେବାକୁ ଏ ଆଇନ ବାଧ୍ଯ କରୁ

ଶିକ୍ଷକ ତ ଶିକ୍ଷକ, ସେଥିରେ ପୁଣି ପ୍ରାଇଭେଟ୍ କଣ ସରକାରୀ କଣ ?

ଶିକ୍ଷକ ସମାଜ ପ୍ରତି ଏପରି ଅନ୍ୟାୟକୁ ବରଦାସ୍ତ କରାନଯିବା ଉଚିତ

ସରକାର ପ୍ରାଇଭେଟ୍ ସ୍କୁଲ/କଲେଜ୍ ଖୋଲିବାକୁ ଅନୁମତି ଦେଲାବେଳେ ବିଭିନ୍ନ ପାରାମିଟର ଯାଞ୍ଚ କରନ୍ତି, ଯଥା –

ଅନୁଷ୍ଠାନର ପର୍ଯ୍ଯାପ୍ତ ଜମି ଅଛି କି ନାହିଁ ,
କୋଠା ଅଛି କି ନାହିଁ,
ଖେଳ ପଡିଆ ଅଛି କି ନାହିଁ,
ଲାଇବ୍ରେରୀ ଅଛି କି ନାହିଁ, ଲାବୋରାଟୋରୀ ଅଛି କି ନାହିଁ,
କ୍ୱାଲିଫାଏଡ ଶିକ୍ଷକ ଅଛନ୍ତି କି ନାହିଁ,

ଏ ସବୁ ଟିକିନିଖି ତଦାରଖ କରି ଦେଖି ସନ୍ତୁଷ୍ଟ ହେଲା ପରେ ଯାଇ ପ୍ରାଇଭେଟ୍ ସ୍କୁଲ ମାଲିକମାନଙ୍କୁ ଶିକ୍ଷାୟତନ ଖୋଲି ଶିକ୍ଷା ବ୍ଯବସାୟ କରିବାକୁ ଅନୁମତି ଦିଅନ୍ତି,

କେବଳ ଯାହା ଯାଞ୍ଚ କରନ୍ତି ନାହିଁ ସେଇଟି ହେଲା ଶିକ୍ଷକମାନଙ୍କ ଦରମା

ପ୍ରାଇଭେଟ୍ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ 7 ହଜାର ଦରମା ନେଇ ପେଟପୁରା ଗଣ୍ଡେ ଖାଇବାକୁ ପାଆନ୍ତୁ କି ନପାଆନ୍ତୁ , ସରକାରୀ ସ୍କୁଲ ମାଷ୍ଟର ମାଷ୍ଟ୍ରାଣି 70 ହଜାର ଦରମା ନେଇ, ଏସିରେ ରହି, ସ୍କୁଲରେ ହାଇ ମାରି , ନିଜ ଛୁଆକୁ ପ୍ରାଇଭେଟ ଇସ୍କୁଲରେ ଛାଡି, ପେନସନ ପାଇଁ ବର୍ଷକୁ 6 ମାସ ମାଷ୍ଟର କ୍ୟାଣ୍ଟିନ୍ ରେ ଟେଣ୍ଟ ଭିତରେ ଶୋଇଲେ ବି ସରକାର ସେ କଥାରେ ମୁଣ୍ଡ ଖେଳେଇବାର ନାହିଁ

ଏଭଳି ସରକାର କଣ ସତରେ ଗୋଟେ ସରକାରରେ ଗଣା ??

ସରକାର ପରୀକ୍ଷା କରି ପିଲାଙ୍କ ମେରିଟ ଲିଷ୍ଟ ବାହାର କରୁଛନ୍ତି, ସେଇ ମେରିଟ ଲିଷ୍ଟରୁ ସବୁ ବିଦ୍ଯାଳୟ ଶିକ୍ଷକ ନିଯୁକ୍ତ କରନ୍ତୁ, ସେ ସରକାରୀ ହେଉ କି ବେସରକାରୀ । ପିଲାଙ୍କୁ ଅପ୍ସନ ଦେଇ ଦେଲେ ସେମାନେ ନିଜ ଇଚ୍ଛା ଅନୁସାରେ ଅନୁଷ୍ଠାନ ବାଛିବେ, ସରକାରୀ ହେଉ କି କିସ୍ କି ଶିଶୁମନ୍ଦିର କି ବିବେକାନନ୍ଦ।

ତହସିଲଦାର ସ୍ତ୍ରୀ, ଆର ଆଇ ନାରୀ ହେଇଥିଲେ KISS ସ୍କୁଲରେ ରହିବ, ବିଜେପି ନେତାଙ୍କ ବନ୍ଧୁବାନ୍ଧବ ହେଇଥିଲେ ସରସ୍ଵତୀ ସ୍କୁଲରେ ରହିବ, ନିଜ ବନ୍ଧୁବାନ୍ଧବ ହେଇଥିଲେ ବିବେକାନନ୍ଦ ସ୍କୁଲରେ ଶିକ୍ଷକ ହେବ , ପଣକିଆ ଆସୁ କି ନ ଆସୁ , ସେପରି କରାନଯାଉ।

ଗୋଟିଏ ମେରିଟ ଲିଷ୍ଟ ରୁ ସମସ୍ତେ ଶିକ୍ଷକ ନିଅନ୍ତୁ, ସେ ସ୍କୁଲ ଶିକ୍ଷକ ହୁଅନ୍ତୁ କି କଲେଜ ଶିକ୍ଷକ।

ଏମିତି ଶିକ୍ଷା ସଂସ୍କାର ଟେ ଜରୁରୀ ।

ଲକ୍ଷ୍ମୀଧର ନାୟକ

Laxmidhar Nayak
My Facebook Post: 17th August 2023


Share it

Leave a comment

Your email address will not be published. Required fields are marked *

Verified by MonsterInsights