ସରକାର ବଦଳାଅ, ଗଣତନ୍ତ୍ର ବଞ୍ଚାଅ …

Share it

Mo Lekha
02 September 2023

ହେ ମତଦାତା,ଏ ରାଜ୍ଯକୁ ରକ୍ଷାକର, ଓଡିଆ ଜାତିକୁ ରକ୍ଷାକର, ନିଜର ଭୋଟ୍ ଅସ୍ତ୍ର ପ୍ରୟୋଗ କରି ରାଜ୍ଯର ବହୁମୁଲ୍ଯ ଖଣିଜ ସମ୍ପଦକୁ ଲୁଟ୍ ହୋଇଯିବାରୁ ରକ୍ଷା କର, ପେଟ ପୋଷିବା ପାଇଁ ବାଧ୍ଯ ହୋଇ ପର ରାଜ୍ଯକୁ ଯାଇ ମୂଲ ଲାଗୁଥିବା ଦାଦନ ଖଟୁଥିବା କଲେଜ ପଢୁଆ ବେରୋଜଗାର ବେକାର ଯୁବକ ଯୁବତୀଙ୍କ ଭବିଷ୍ୟତକୁ ରକ୍ଷାକର, ଜଗା ବଳିଆ ଗୁଣ ଧାରଣ କରି ଓଡିଶାର ସରଳ ମାଆ ଭଉଣୀ ମାନଙ୍କର ସ୍ୱାଭିମାନକୁ ଗୋଟାଏ ଅପଦାର୍ଥର ପାଦ ତଳେ ଭୁଲୁଣ୍ଠିତ ହେବାରୁ ରକ୍ଷାକର, …
**** ***** ****

CGST – Central GST ବା ବର୍ତ୍ତମାନର ମୋଦୀ ସରକାରଙ୍କ ଆକାଉଣ୍ଟକୁ ଆମେ ଦାନ କରୁଥିବା ଟିକସ ଟଙ୍କା,

SGST – State GST ବା ବର୍ତ୍ତମାନର ନବୀନ ସରକାରଙ୍କ ଆକାଉଣ୍ଟକୁ ଆମେ ଦାନ କରୁଥିବା ଟିକସ ଟଙ୍କା

ଆମ ପିଲାମାନଙ୍କ ପେଟକୁ ଗଣ୍ଡେ ଦାନା ଦେବା ପାଇଁ ଗୋଟିଏ ଗ୍ଯାସ କିଣିଲେ ଆମେ କେନ୍ଦ୍ର ସରକାରଙ୍କୁ GST ଦେଉ 22 ଟଙ୍କା 05 ପଇସା ଓ ରାଜ୍ଯ ସରକାରଙ୍କୁ 22 ଟଙ୍କା 05 ପଇସା

ଏମିତି ବର୍ଷକୁ ଦେଉ ପ୍ରାୟ 2 ଲକ୍ଷ କୋଟି ଟଙ୍କା, ଯେଉଁ ପଇସାରେ IAS, OAS, Tahsildar, BDO, Police, ଡାକ୍ତର, ଇଞ୍ଜିନିୟର, ଜେଇ, ଏଇ, ନର୍ସ, ଶିକ୍ଷକ ସମସ୍ତେ ଦରମା ନିଅନ୍ତି, ଏଇ ପଇସାରୁ ଆମକୁ ବିପିଏଲ ଚାଉଳ, ବାର୍ଦ୍ଧକ୍ଯ ଭତ୍ତା , କାଳିଆ ଟଙ୍କା, କଳାକାର ଭତ୍ତା , ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଟଙ୍କା, ଛତୁଆ ଠୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଛତା ପର୍ଯ୍ୟନ୍ତ ସବୁ ଏଇ ଆମରି ପଇସାରୁ ଆମକୁ ଦିଅନ୍ତି

ଆମ ଝାଳବୁହା ପଇସାକୁ ଯଦି କିଏ ଅପବ୍ୟୟ କରିବ, ଅଥବା ମଉଜ କରିବାକୁ ଭୁବନେଶ୍ବରରୁ କଟକ ମାତ୍ର 20 କିଲୋମିଟର ବାଟକୁ ବସ୍ କି କାର୍ ରେ ନଯାଇ ହେଲିକାପ୍ଟରରେ ଉଡିକି 300 କୋଟି ଉଡେଇ ଦେବ ଆମେ ସେ କଥାକୁ ବରଦାସ୍ତ କରିବା ଉଚିତ୍ କି ? ସେ ଦଳକୁ ଭୋଟ୍ ଦେବା ଉଚିତ କି ?

ନବୀନଙ୍କ ନାଁ କୁ ଆଗରେ ରଖି ଏ ବାବୁ ଆଉ ଥରେ ଆମ ଭୋଟ୍ ନେଇଗଲା ପରେ ଇଏ ଯେ ସାରା ଓଡିଶାର ଖଣି ଖାଦାନକୁ ଆଦାନୀ ଆମ୍ବାନୀ ବେଦାନ୍ତ ଇତ୍ଯାଦି କମ୍ପାନୀମାନଙ୍କୁ ଶାଗ ମାଛ ମୁଲରେ ବିକି ଦେଇ ଲକ୍ଷ ଲକ୍ଷ କୋଟି ଟଙ୍କା ଲାଞ୍ଚ ନେଇ ବିଜୟ ମାଲ୍ଯା, ନୀରବ ମୋଦୀ ମାନଙ୍କ ପରି ଯେ ଆମ ରାଜ୍ଯ, ଦେଶ ଛାଡି ବିଦେଶ ନପଳେଇବ ସେକଥା କିଏ କହିବ ?

ନବୀନଙ୍କୁ ଯଥେଷ୍ଟ ସମ୍ମାନ ଦିଅ, କିନ୍ତୁ ତାଙ୍କ ଦଳକୁ ଏଥର ଭୋଟ୍ ଦିଅନି, କାରଣ ଏଥର ଲୋକେ ନବୀନଙ୍କୁ ଭୋଟ୍ ଦେଲେ ସେ କ୍ଷମତାକୁ ନବୀନ ଉପଭୋଗ କରିବେନି , ବରଂ ଉପଭୋଗ କରିବେ ଆଉ କେହି,

ଏଥର ବିଜେଡି ଭୋଟ୍ ପାଇଲେ ନବୀନ ଶାସନ କରିବେନି, ନବୀନଙ୍କ ଙ୍କ ନାଁ ରେ ହୁଏତ ଶାସନ କରିବେ ଆଉ କେହି

ଆମ ବିଧାୟକ ମାନେ ତ ଆଙ୍କ ପାଖରେ ମେଣ୍ଢା ପହ୍ଲ ପରିକା ମେଁ ମେଁ ହେଇ ଘାସ ଚରୁଛନ୍ତି , ଆମ ସାଂସଦମାନେ ତ ଭୟରେ ମାଈ କୁତ୍ତିଙ୍କ ପରି ତାଙ୍କ ପାଖରେ ଲାଙ୍ଗୁଡ ଯାକି କୁଉଁ କୁଉଁ ହେଉଛନ୍ତି,

ସାହସ କରି ଠିକ୍ କୁ ଠିକ୍ ଭୁଲ୍ କୁ ଭୁଲ୍ କହିବାର ସାହସ ତ ଆମ ନେତା ବିଧାୟକ ସାଂସଦ ମାନଙ୍କର ନାହିଁ,

ତେଣୁ ରାଜ୍ଯକୁ ଖଣିଜ ସମ୍ପଦ ବିକା ଲୁଟେରାଙ୍କ କବଳରୁ ଯଦି କେହି ରକ୍ଷା କରି ପାରିବେ ତ ସେ ହେଉଛନ୍ତି କେବଳ ଆଉ କେବଳ ମତଦାତା

ବିଜେଡି ଦଳରେ ଅଛ ତ ଥାଅ, ନଛାଡିଲେ ନ ଛାଡ, କିନ୍ତୁ ଏଥର, ମାତ୍ର ଏଇ ଗୋଟିଏ ଥର ବିଜେଡିକୁ ଭୋଟ୍ ଦିଅନି, ବରଂ ସ୍ବାଧୀନ ପ୍ରାର୍ଥୀଙ୍କୁ ଦିଅ ,

ନିଜର ଭୋଟ୍ ମାଧ୍ୟମରେ ରାଜ୍ଯର ବହୁମୁଲ୍ଯ ଖଣିଜ ସମ୍ପଦକୁ ଲୁଟ୍ ହୋଇଯିବାରୁ ରକ୍ଷା କର, ରାଜ୍ଯର ସ୍ୱାଭିମାନକୁ ରକ୍ଷାକର, ରାଜ୍ଯକୁ ରକ୍ଷାକର, ଓଡିଆ ଜାତିକୁ ରକ୍ଷାକର

ସରକାର ବଦଳାଅ, ଗଣତନ୍ତ୍ର ବଞ୍ଚାଅ …
**** **** *****

ଭଲ ଲେଖାଟିଏ ତ !
30.08. 2018 ରେ ଲେଖିଥିଲି । ଆଜି ପୁଣି ନଜରରେ ପଡିଲା । ଆଉ ଥରେ ପଢିଲି ।

ସେତେବେଳେ ତ ଏ ସରକାରକୁ ଉପଦେଶ ଦେବାକୁ ଏହା ଲେଖିଥିଲି

କିନ୍ତୁ ଆଜି କହୁଛି, ଯେଉଁ ଦଳ ଆମ ଓଡିଶାରୁ ବନ୍ଦ୍ ହୋଇଯାଇଥିବା ଏ ସବୁ ଶିଳ୍ପ ମାନଙ୍କୁ ପୁନଃକାର୍ଯ୍ଯକ୍ଷମ କରାଇବାର ଦୃଢ ପ୍ରତିଶ୍ରୁତି ଦେବ, ଏଥର ଆମେ ସେହି ଦଳକୁ ଭୋଟ୍ ଦେବୁ – ଏପରି ନିଷ୍ପତ୍ତିଟିଏ କରନ୍ତୁ ଓଡିଶାର ମତଦାତାମାନେ, ଦେଖିବେ ଏମାନେ ପୁରା ବାଟକୁ ଆସିଯିବେ

ଆମଠାରୁ ଏମାନେ ବର୍ଷକୁ ହାରାହାରି ଦୁଇ ଲକ୍ଷ ଟଙ୍କାର ଟିକସ ନେଲା ପରେ ଏବଂ ଏହା ବାଦ୍ ରାଜ୍ଯ ଲୋକଙ୍କର ଆର୍ଥିକ ବିକାଶ କରିବା ପାଇଁ ଆମ ମୁଣ୍ଡରେ ହଜାର ହଜାର କୋଟି ଟଙ୍କାର ଋଣ ବୋଝ ଲଦିବା ପରେ ଆମ ପିଲାଏ ସୁରଟ, କେରଳ , ବାଙ୍ଗାଲୋର, ତାମିଲନାଡୁ, ରାୟପୁରକୁ ମୂଲ ଲାଗିବାକୁ ଯିବେ କଣ ପାଇଁ ?

ଯଦି ଏ ଆଇ ଏ.ଏସ ଙ୍କ ମୁଣ୍ଡରେ ଏପରି ଶିଳ୍ପ ବସାଇବା ପରି ଛୋଟିଆ ବୁଦ୍ଧିଟିଏ ବି ନାହିଁ ଏ ଶଳେ ଓଡିଶା ଜଇଁ କୁଣିଆ ହେଇ ଆମ ଟିକସ ପଇସାରୁ ମାସକୁ 3 ଲକ୍ଷ ଦରମା ଓ ପୁଣି ହେଲିକପ୍ଟରରେ ବୁଲିବାକୁ 300 କୋଟି ବରବାଦ କରିବେ କଣ ପାଇଁ ??

ଆମର ଗୋଟେ ଭୁଲ ଧାରଣା ରହି ଯାଇଛି ଯେ ଆମେ ଗୋଟେ ଦଳକୁ ସମର୍ଥନ କରି ଆସୁଛୁ ମାନେ ସେ ଦଳ ଠିକ୍ କାମ କରୁ କି ଭୁଲ୍ କାମ କରୁ ଆମେ ସେହି ଦଳକୁ ହିଁ ସମର୍ଥନ କରିବୁ , ଦଳ ବଦଳେଇବା ବୋରଝାଞ୍ଜି ମାନଙ୍କ କାମ ।

ଏହା ଏକ ଭୁଲ୍ ଧାରଣା । ଏହା ଏକ ନିର୍ବୋଧ ମାନସିକତା ।
ଏହା ଗଣତନ୍ତ୍ର ପ୍ରତି ଅପମାନ ।

ଗଣତନ୍ତ୍ର ବ୍ଯବସ୍ଥା କହେ , ସାଧାରଣ ଲୋକେ ହେଉଛନ୍ତି ଗଣତନ୍ତ୍ରର ମାଲିକ, ଅଫିସର ନେତା ମନ୍ତ୍ରୀ ଏମାନଙ୍କ ଦରମା ନିଆ ଚାକର ଓ ସେବକ ।

ଚାକର ବା ସେବକ ଯଦି ଠିକ୍ ଠିକ୍ ଉପଯୁକ୍ତ କାମ ନକଲା ତାହେଲେ ସେ ଚାକରଙ୍କୁ ବଦଳେଇ ଦେବା ମାଲିକର ଦାୟିତ୍ବ ଓ କର୍ତ୍ତବ୍ଯ ଅଟେ ।

ଲୁଟେରା ଚୋର ଠକ ଡକାୟତ ପ୍ରବୃତ୍ତିର ଚାକର ମାନଙ୍କୁ ବଦଳାଇ ଦେବା ଗଣତନ୍ତ୍ର ପ୍ରତି ସମ୍ମାନ ହିଁ ଅଟେ ।

ହେଲେ ଯେଉଁ ଗଣତନ୍ତ୍ରରେ ମତଦାତା ନିଜକୁ ଗଣତନ୍ତ୍ରର ମାଲିକ ନଭାବି ନିଜକୁ ଦଳୀୟ ପୋଷା କୁତ୍ତା ଭାବି ମାଇକ ଲଗେଇ ଭୋ ଭୋ ଭୋ ଭୋ ଜିନ୍ଦାବାଦ ଜିନ୍ଦାବାଦ ଭୁକେ,

ସେ ଗଣତନ୍ତ୍ରରେ ସାଧାରଣ ଲୋକଟିକୁ ତାର ନ୍ଯାଯ୍ଯ ଅଧିକାର ଅଥବା ଭାଗ ହିସାବରେ ନିଃଶୁଳ୍କ ଶିକ୍ଷା, ନିଃଶୁଳ୍କ ସ୍ବାସ୍ଥ୍ଯ ସେବା, ଖାଦ୍ଯ ଓ ପୁଷ୍ଟି ନିରାପତ୍ତା ପାଇଁ ଗରିବ ଜନସାଧାରଣଙ୍କୁ ଦେୟହୀନ ଚାଉଳ, ଛତୁଆ ଇତ୍ଯାଦି ବିତରଣକୁ ଗୋଟେ ସରକାର ଆମେ ଲୋକଙ୍କୁ ଏ ସବୁ ଦାନ ଦେଉଛୁ ବୋଲି କହିବାର ସାହସ ଯୁଟାଇ ପାରେ

ସବୁଠୁ ବିଡମ୍ବନାର ବିଷୟ ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ନ୍ଯାୟମୂର୍ତ୍ତୀ ମାନେ ଅନେକ ସମୟରେ ବାହାବା ନେବା ପାଇଁ ହଜାରେ କଥାରେ ବହୁ ଚମକପ୍ରଦ ରାୟ ମାନ ଦେଉଥିବାବେଳେ ଗତ 77 ବର୍ଷର ସ୍ବାଧୀନତା ଭିତରେ କୌଣସି ଗୋଟିଏ ଦିନ ସ୍ବତନ୍ତ୍ର ଓ ସ୍ପଷ୍ଟ ଭାବେ କେବେ ଥରେ ବି ଏପରି ଗୋଟେ ରାୟ ଦେବାର ସାହସ ସଞ୍ଚୟ କରି ପାରିଲେନି ଯେ –

“କୌଣସି ନେତା, କୌଣସି ସରକାର କୌଣସି ପରିସ୍ଥିତିରେ ନିଜକୁ ଦାତା ବୋଲି କହି ପାରିବେନି, କାରଣ ଟଙ୍କା ହେଉଛି ସାଧାରଣ ଲୋକଙ୍କର,
ସରକାର କେବଳ ଏହାର ପରିଚାଳକ, କୌଣସି ଦରମା ନିଆ ମ୍ଯାନେଜର ବା ପରିଚାଳକ ନିଜକୁ ମାଲିକ ଅଥବା ଦାତା କହିବା ଏକ ମିଥ୍ଯା ପ୍ରଳାପ ଏବଂ ଗୋଟେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ମର୍ଯ୍ଯାଦାର ଘୋର ଉଲ୍ଲଂଘନ ” ।

ଦେଶର ମାନ୍ଯବର ସର୍ବୋଚ୍ଚ ନ୍ଯାୟଜ୍ଞାନୀଙ୍କ କଲମରୁ ଏଇ ପଦକ ସାହସିକପୁର୍ଣ୍ଣ ଯୁଗାନ୍ତକାରୀ ରାୟ ଟିଏ ଶୁଣିବାକୁ ଭାରତୀୟ ଗଣତନ୍ତ୍ରକୁ ଆଉ କେତେ ବର୍ଷ ଅପେକ୍ଷା କରିବାକୁ ପଡିବ ?

ଆଉ କେତେ ବର୍ଷ ଗଲା ପରେ ଭାରତୀୟ ମତଦାତା ବୁଝିବ ଯେ ସେ ଦଳୀୟ କର୍ମୀ ନୁହେଁ , ସେ ଗଣତନ୍ତ୍ରର ମାଲିକ, ଏବଂ ବିନା ଦ୍ୱିଧାରେ ଗୋଟାଏ କୁକର୍ମା ଅକର୍ମା ଦଳୀୟ ସରକାରକୁ ମତ ପରିବର୍ତ୍ତନ ମାଧ୍ଯମରେ କ୍ଷମତାଚ୍ୟୁତ କରିବା ଏକ ସମ୍ମାନନୀୟ କାର୍ଯ୍ଯ ଏବଂ ତାର ପରମ କର୍ତ୍ତବ୍ଯ ବୋଲି ?

ଲକ୍ଷ୍ମୀଧର ନାୟକ
( 01.09.2023
)

30.08.2018 ରେ ମୁଁ ଯାହା ଲେଖିଥିଲି …

ଯଦି ଗୋଟାଏ ରାଜ୍ଯରେ
ଜେଜେ ବିପିଏଲ୍
ବାପା ବିପିଏଲ୍
ନାତି ବିପିଏଲ୍ ହେବ
ସେ ରାଜ୍ଯରେ ଗୋଟାଏ ନିର୍ବାଚିତ ସରକାର ରହିବ କାହିଁକି ?

କୋଣାର୍କ ଟିଭି ବୁଡିଲା
ଅଏଲ୍ ଓଡିଶା ବୁଡିଲା
ଇପିଟ୍ରନ୍ ଟାଇମସ୍ ବୁଡିଲା
କୋଣାର୍କ ଝୋଟକଳ ବୁଡିଲା
ଓଟିଏମ୍ ବୁଡିଲା
କଳିଙ୍ଗ ଟ୍ଯୁବସ୍ ବୁଡିଲା
ଟିପିଏମ୍ ବୁଡିଲା
ବାରଙ୍ଗ କାଚ କାରଖାନା ବୁଡିଲା
ଇଷ୍ଟ କୋଷ୍ଟ ଫର୍ଟିଲାଇଜର ବୁଡିଲା
ନୟାଗଡ ଚିନି କାରଖାନା ବୁଡିଲା
ବଡମ୍ୱା ଚିନି କାରଖାନା ବୁଡିଲା
ବରଗଡ ଚିନି କାରଖାନା ବୁଡିଲା
ଆସ୍କା ଚିନି କାରଖାନା ବୁଡିଲା
ଏସ୍ ଏନ୍ କର୍ପୋରେସନ୍ ବୁଡିଲା
ଜେ କେ ସିନ୍ଥେଟିକ୍ସ ବୁଡିଲା
ବିଲାତି ଓଡିଶା ବୁଡିଲା
ହଜାରେ ଦିନରେ ହଜାରେ କୋଟିରେ ହଜାରେ ଶିଳ୍ପ ବୁଡିଲା
ପାର୍ବତୀ ପାୱାରଲୁମ୍, ଜଗତସିଂହପୁର ବୁଡିଲା
ବଳଦେବଜୀଉ ପାୱାରଲୁମ୍,କେଂଦ୍ରାପଡା ବୁଡିଲା
ମା ବାଉତୀ ପାୱାରଲୁମ୍, ଆଠଗଡ ବୁଡିଲା
ମାଣିକେଶ୍ୱରୀ ପାୱାରଲୁମ୍, କଳାହାଣ୍ଡି ବୁଡିଲା
ମଧୁନଗର ପାୱାରଲୁମ୍, କଟକ ବୁଡିଲା
ଛତିଆ ୱେଭିଂ ମିଲ୍, ଯାଜପୁର ବୁଡିଲା
ବରୁଣେଇ ପାୱାରଲୁମ୍, ଖୋର୍ଧା ବୁଡିଲା
ବ୍ରହ୍ମପୁର ପାୱାରଲୁମ୍, ଗଂଜାମ ବୁଡିଲା
ରାମନଗର ପାୱାରଲୁମ୍, ବରଗଡ ବୁଡିଲା
ବାରିପଦା ପାୱାରଲୁମ୍, ମୟୁରଭଞ୍ଜ ବୁଡିଲା
ମହାଲକ୍ଷ୍ମୀ ପାୱାରଲୁମ୍, ସୁନ୍ଦରଗଡ ବୁଡିଲା
ତା ସହିତ ୧୩ ଟା ସ୍ପିନିଂ ମିଲ୍ ବୁଡିଲା

ସବୁ ବୁଡିଥିବା ଶିଳ୍ପର ନାଁ ଲେଖିଲେ ଗୋଟାଏ ବହି ହେବ

ଓଡିଶା ବିକାଶପାଇଁ ସରକାରଙ୍କ ହାତରେ ଆମେ ବର୍ଷକୁ ଦେଉଛୁ ଦେଢଲକ୍ଷ କୋଟି ,
କ’ଣ ଗୁଜୁରାଟ, କେରଳ,ହାଇଦରାବାଦ, ହରିଆନା, ଛତିଶଗଡ ଯାଇ ଦାଦନ ଖଟିବାକୁ ?

ଏ ପଇସା ସବୁଲୋକ ଦେଉଛନ୍ତି, ଗୋଟାଏ ଭ୍ରମ ଧାରଣା ଅଛି ଯେ, କେବଳ ଧନୀ ଲୋକ ସରକାରଂକୁ ଟିକସ ଦିଅନ୍ତି, ତାହା ଭୁଲ୍ କଥା, ଦିନକୁ ୩୦୦ ଟଙ୍କା ରୋଜଗାର ଓ ଖର୍ଚ କରୁଥିବା ମୂଲିଆ ବି ହାରାହାରି ୧୮% GST ହିସାବରେ ଦିନକୁ ସରକାରୀ ଟ୍ରେଜେରୀକୁ ୫୪ ଟଂକା ଦିଏ ।

ସେଥିରୁ ୨୭ ଟଙ୍କା ଯାଏ ମାନ୍ଯବର ନବୀନଙ୍କ ଟ୍ରେଜେରୀକୁ, ୨୭ ଟଙ୍କା ଯାଏ ମହାମାନ୍ଯ ମୋଦିଙ୍କ ଟ୍ରେଜେରୀକୁ ।

ଜଣେ ରାଷ୍ଟ୍ରନୀତିଜ୍ଞ ତାର ରାଜ୍ଯକୁ ସମ୍ପନ୍ନ କରିବାକୁ ଯୋଜନା କରେ, ତାର ଲୋକଂକୁ ରୋଜଗାରକ୍ଷମ କରିବାକୁ ଯୋଜନା କରେ, କେବଳ ଭେଜାଶୂନ୍ଯ ସରକାର ଯୋଜନା କରେ ଭିକ ଦେଇ ଭୋଟ୍ ନେବାକୁ ।

ଟଙ୍କା ତ ଲୋକଙ୍କର,
ନବୀନ ଦେଲେ କ’ଣ ?
ମୋଦୀ ଦେଲେ କ’ଣ ?
କଂଗ୍ରେସ ଦେଲା କଣ ?
କେଉଁଠୁ ଆଣିକି ଦେଲେ ?

ବାବୁ ଆମେ ସାଧାରଣ ଲୋକ, ତୁମକୁ ବୁଦ୍ଧିଆ ଭାବି ବିଧାନ ସଭାକୁ ପଠେଇଛୁ,
ବର୍ଷକୁ ଦେଢ ଲକ୍ଷ କୋଟି ଟଙ୍କା ବି ତୁମ ହାତରେ ଦେଉଛୁ,
ଲୋକଙ୍କୁ ରୋଜଗାରକ୍ଷମ କରିବାକୁ ଯୋଜନା କରିବା ପାଇଁ,

ଆମକୁ ବିପିଏଲ୍ କରି କେରଳ, ମହାରାଷ୍ଟ୍ର, ସୁରଟ, ହାଇଦରାବାଦ, ହରିଆନାକୁ ଦାଦନ ଖଟିବାକୁ ପଠାଇବାକୁ ନୁହେଁ ।

ଯଦି ଗୋଟାଏ ରାଜ୍ଯରେ
ଜେଜେ ବିପିଏଲ୍
ବାପା ବିପିଏଲ୍
ନାତି ବିପିଏଲ୍ ହେବ
ସେ ରାଜ୍ଯରେ ଗୋଟାଏ ନିର୍ବାଚିତ ସରକାର ରହିବ କାହିଁକି ?

ସେଠି ତ ରାଷ୍ଟ୍ରପତି ଶାସନ ଜାରି କରିଦେବା କଥା କି କ’ଣ
( – ଲକ୍ଷ୍ମୀଧର ନାୟକ, 30.08.2018 )

Laxmidhar Nayak
My Facebook Post: 2nd September 2023


Share it

Leave a comment

Your email address will not be published. Required fields are marked *

Verified by MonsterInsights