ଫେବ୍ରୁଆରି ପରଠାରୁ ଦେଶରେ ପ୍ରଥମ ଥର ପାଇଁ ଅକ୍ଟୋବର ମାସରେ ‘ଜିଏସଟି’ ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଲା।
କଥାଟାକୁ ସିଧା କହିଲେ ,
ସରକାର ଚଳିବା ପାଇଁ ଅକ୍ଟୋବରରେ ଲୋକେ ଦାନ କଲେ ୧ ଲକ୍ଷ କୋଟି ଟଙ୍କା ଜିଏସଟି ।
କରୋନା ମହାମାରୀ ସମୟରେ ଲୋକେ ଏତେ ଦୁଃଖ କଷ୍ଟରେ ଥାଇ ବି ଦେଶ ଚଳେଇବା ପାଇଁ ସରକାରୀ ରାଜ କୋଷକୁ ଲକ୍ଷେ କୋଟି ଟଙ୍କା ଦାନ କରିଛନ୍ତି, ଭାରତୀୟ ନାଗରୀକଙ୍କୁ ସରକାରଙ୍କ ତରଫରୁ ଏଥିପାଇଁ ଧନ୍ୟବାଦ ଦିଆଯିବା କଥା |
ଏଭଳି ପରମ୍ପରା ଟିଏ ଆରମ୍ଭ କରିବାର ସତ୍ ସାହସ ୭୫ ବର୍ଷର ସ୍ୱାଧୀନତା ପରେ ବି ଆମ ଦେଶର ସରକାରମାନେ ଯୁଟାଇ ପାରି ନାହାନ୍ତି |
ଏ କୃତଜ୍ଞତା ଜ୍ଞାପନ ପରମ୍ପରା ଆଜି ନହେଲେ କାଲି ଆରମ୍ଭ ହେବ ନିଶ୍ଚୟ |
ଧନ୍ୟବାଦ ଦେବି ନବୀନ ସରକାରଙ୍କୁ ଯିଏ ସରକାରୀ ଚାକିରିଆଙ୍କୁ ହାତକାଟି ଲେଖିକି ଦେଇଛନ୍ତି ଯେ
ଲୋକଙ୍କ ପଇସାରେ ସରକାର ଚଳେ, ଲୋକେ ଦାନ କରୁଥିବା ପଇସାରୁ ତୁମେମାନେ ଦରମା ନେଉଛ, ତେଣୁ ଲୋକଙ୍କୁ ଉପଯୁକ୍ତ ସେବା ଓ ସମ୍ମାନ ପ୍ରଦାନ କର ।
ସେ ଯାହା ହେଉ ଏ ଲକ୍ଷେ କୋଟି ଟଙ୍କା ପାଇଲା ପରେ ଏହାକୁ ଭୋକିଲା ଲୋକଙ୍କ ଆର୍ଥିକ ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ କଲେ ଦଳକୁ ଅଧିକ ଭୋଟ ମିଳିବ କି
ଭୋକାଲ ସରକାରୀ ଚାକିରିଆଙ୍କୁ ଅଷ୍ଟମ ବେତନ ଦେବାକୁ ଯୋଜନା କରି ସେମାନଙ୍କୁ ନିଜ ସପକ୍ଷରେ ରଖିଲେ ଦଳ ପାଇଁ ଅଧିକ ଲାଭଦାୟକ ହେବ ସେ ବିଷୟରେ ଚିନ୍ତା କରି ନିଷ୍ପତି ନେଇ ପାରନ୍ତି କେନ୍ଦ୍ର ଓ ରାଜ୍ୟ ସରକାର ମାନେ ।
Laxmidhar Nayak
My Facebook Post: 2nd November 2020