ସରକାର ! କଥା ମାନ ଏବେ ଲୋୟର ସୁକତେଲ ଡ୍ଯାମକୁ କେବଳ ଗୋଟେ ବ୍ଯାରେଜ ହିସାବରେ ବ୍ଯବହାର କର ଅନ୍ତତଃ ଆସନ୍ତା 20 ବର୍ଷ ପାଇଁ

Share it

ଖୋଲା ବିଚାର
My Facebook Post:5th August 2023
Laxmidhar Nayak

ସୁକତେଲ : ଓଡିଶା ଲୋକଙ୍କର ଅତି ପ୍ରିୟ ନେତା ଓ ମୁଖ୍ଯମନ୍ତ୍ରୀ ନବୀନ ବାବୁ ଏପରି ଅକର୍ମ କରିବାକୁ ସତରେ କଣ ତାଙ୍କ ରାଜସ୍ବ ବିଭାଗ ଓ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ??? ….
***** ****** ******* ******

ଲୋୟର ସୁକତେଲ ଡ୍ଯାମରେ ପାଣି ଅଟକାଇବା କଥା : ଜଳ ସେଚନ ପାଇଁ ତ ଏପର୍ଯ୍ୟନ୍ତ କେନାଲ ଖୋଳା ହୋଇନି ଅଥବା ଭୁତଳ ପାଇପ ବ୍ଯବସ୍ଥା ବି ହୋଇନି,

ଆସନ୍ତା ପାଞ୍ଚ ବର୍ଷ ଭିତରେ ବି ହୋଇ ପାରିବନି

ଏ ଡ୍ଯାମରୁ ତ ବିଦ୍ୟୁତ ଉତ୍ପାଦନ ବି ହେବନି

ତାହେଲେ ଏ ବର୍ଷ ଡ୍ଯାମରେ ପାଣି ଅଟକାଇ ଗାଁ ଗଣ୍ଡା ବୁଡାଇବାର ଆବଶ୍ଯକତା କଣ ଥିଲା ?

ଏ ପାଣିକୁ କଣ କଲେକ୍ଚର ପିଇବେ
ନା ଜଳ ସମ୍ପଦ ବିଭାଗ ଇ.ଆଇ.ସି. ?

ସରକାର ! କଥା ମାନ
ଏବେ ଲୋୟର ସୁକତେଲ ଡ୍ଯାମକୁ କେବଳ ଗୋଟେ ବ୍ଯାରେଜ ହିସାବରେ ବ୍ଯବହାର କର ଅନ୍ତତଃ ଆସନ୍ତା 20 ବର୍ଷ ପାଇଁ

ସୁକତେଲ ଡ୍ଯାମ ପାଇଁ ସରକାର ଯେତେ ଟଙ୍କା ଖର୍ଚ୍ଚ କଲେ ସେଥିରେ ସୁକତେଲ ନଦୀ ଉପରେ 5 ଟି ବ୍ଯାରେଜ ନିର୍ମାଣ କରାଯାଇ ପାରିଥାଆନ୍ତା

ଏବେ ଆଉ ଚାରି ପାଞ୍ଚଟା ବ୍ଯାରେଜ କର

5 ଟି ନୁଆ ବ୍ଯାରେଜ କଲା ପରେ ଯଦି ପାଣି ନିଅଣ୍ଟ ହେବ ତ ସେତେବେଳେ ବରଂ କଣ କରିବାକୁ ହେବ ଚିନ୍ତା କରିବ

ହିଟଲର ଗ୍ଯାସ ଚାମ୍ବରରେ ପୁରେଇ ଲୋକଙ୍କୁ ମାରିବା କଥା ଆମେ ଶୁଣିଥିଲୁ,

ଏବେ ଗୋଟେ ସରକାର ଲୋକଙ୍କୁ କ୍ଷତିପୂରଣ ରାଶି ନଦେଇ ସେମାନଙ୍କ ପାଇଁ ଥଇଥାନ ବ୍ଯବସ୍ଥା ନକରି ସେମାନଙ୍କୁ ପାଣିରେ ବୁଡେଇ ମାରିଦେବାର ଭୟ ଦେଖେଇବା କଥା ଓଡିଶାବାସୀ ଦେଖିଲେ ।

ସେମାନଙ୍କ ଜମିବାଡି, ଘରେ ପାଣି ପୁରେଇ ସେମାନଙ୍କୁ ସେମାନଙ୍କର ଭିଟାମାଟିରୁ ଉଚ୍ଛେଦ କରି ଯାଯାବରଙ୍କ ପରି କୋଉ ଗୋଟେ ଟିଣ ସେଡ୍ ତଳେ ଗୋରୁଗାଈଙ୍କ ପରି ରଖିବା କୌଣସି ଲୋକ କଲ୍ଯାଣକାରୀ ସରକାର କରନ୍ତି କି ?

ସତରେ କଣ ସେମାନଙ୍କ ପାଇଁ ସରକାର ନୁଆ ଘର ତୋଳେଇ ଦେଇଛନ୍ତି ? ସେମାନଙ୍କ ଜୀବନ-ଜୀବିକା ଉପାର୍ଜନପାଇଁ ସରକାର କଣ ସେମାନଙ୍କ ପାଇଁ ଜମିବାଡି କିଣି ଦେଇଛନ୍ତି ? ଅଥବା ପରିବାର ପ୍ରତିପୋଷଣ ପାଇଁ ସେମାନଙ୍କୁ ସରକାରୀ ଚାକିରୀ ବାକିରୀ ଦେଇଛନ୍ତି ?

ହଜାର ହଜାର ଲୋକଙ୍କୁ ହିଟଲର ଗ୍ଯାସ ଚାମ୍ବରରେ ପୁରେଇ ମାରିଦେବା ପରିକା ଗୋଟେ ଲୋକପ୍ରିୟ ସରକାରଙ୍କ ରାଜସ୍ବ ବିଭାଗ ଓ ତାଙ୍କ କଲେକ୍ଚର ତଥା ଜଳସମ୍ପଦ ବିଭାଗ କୌଣସି ଆବଶ୍ୟକତା ନଥାଇ କେବଳ ନିଜ କ୍ଷମତା ଅହଙ୍କାର ଦେଖେଇବାକୁ ହଜାର ହଜାର ଲୋକଙ୍କୁ ପାଣିରେ ବୁଡେଇ ମାରିଦେବାର ବ୍ଯବସ୍ଥା କରି ଲୋକଙ୍କୁ ଭୟଭୀତ କରିବା କଥାକୁ ଦେଖି କୌଣସି ସଭ୍ଯ ସରକାର ପୁଣି ନବୀନଙ୍କ ପରି ଲୋକପ୍ରିୟ ନେତା ସେ ରାଜସ୍ବ ବିଭାଗ ଓ ଜଳ ସମ୍ପଦ ବିଭାଗ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ଯାନୁଷ୍ଠାନ ନନେବା ସମସ୍ତଙ୍କୁ ଆଶ୍ଚର୍ଯ୍ଯ ଚକିତ କରୁଛି ।

ଓଡିଶାର ଶାନ୍ତିପ୍ରିୟ ଜନସାଧାରଣ ଅନ୍ଯାୟର ଯଥାଯଥ ପ୍ରତିରୋଧ କରିବାର ଦକ୍ଷତା ରଖନ୍ତି ନାହିଁ ଏକଥା ସତ, ସେଥିପାଇଁ ତ ସେମାନେ ଜଣେ ମଣିଷପଣିଆ ଥିବା ଲୋକକୁ, ଯାହାଙ୍କ ପାଇଁ ପ୍ରତ୍ଯେକ ଜୀବନ ମୁଲ୍ୟବାନ ହୋଇଥାଏ, ସେଭଳି ଜଣେ ଲୋକଙ୍କୁ ସରକାର କରି ତା ପାଖରେ ଶରଣ ପଶିଥାଆନ୍ତି,

ଓଡିଶା ଲୋକଙ୍କର ଅତି ପ୍ରିୟ ନେତା ଓ ମୁଖ୍ଯମନ୍ତ୍ରୀ ନବୀନ ବାବୁ ଏପରି ଅକର୍ମ କରିବାକୁ ସତରେ କଣ ତାଙ୍କ ରାଜସ୍ବ ବିଭାଗ ଓ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ???

ଆଜ୍ଞା ଓଡିଶାର ନିରୀହ ଜନ ସାଧାରଣ ସିନା ଶାନ୍ତିପ୍ରିୟ , ହେଲେ ଇତିହାସ ତ ନିର୍ଭୟ ଏବଂ କ୍ରୁର ସତ୍ଯର ଅବିନାଶୀ ଫର୍ଦ୍ଦ ।

କେଇ ଜଣ ରାଜସ୍ବ ଅଧିକାରୀ ଓ ଜଳସମ୍ପଦ ଅଧିକାରୀଙ୍କ ପାଇଁ ନବୀନଙ୍କ ନାମରେ ଗୋଟେ କଳଙ୍କିତ ସୁକତେଲ ଇତିହାସ ଲେଖା ହେବ କାହିଁକି ?

ଏହା ପ୍ରାୟ ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ଏକ ଅସମାହିତ ପ୍ରଶ୍ନ ହୋଇଯାଉଛି ।

ଓଡିଶା ସରକାରଙ୍କ ବଜେଟ୍ କଣ ଏତେ ଦୁର୍ବଳ ଯେ ଆମେ ସୁକତେଲ ଉପରେ ଆଉ ଗୋଟାଏ ଯୋଡାଏ ବ୍ଯାରେଜ ବି କରିପାରିବାନି ?

କେତେ ଏମିତି ଖର୍ଚ୍ଚ ହେବକି ? ଏବେ ଆଉ ଦୁଇଟା ବ୍ଯାରେଜ କରିବାକୁ ହୁଏତ ଦୁଇ ହଜାର କୋଟି ଟଙ୍କା ଖର୍ଚ୍ଚ ହେଲେ ହୋଇ ପାରେ, କଣ ଆମ ବଲାଙ୍ଗୀରର କୃଷି ଓ କୃଷକର କଲ୍ଯାଣ ପାଇଁ ଆଉ ଦୁଇ ହଜାର କୋଟି ଟଙ୍କା ବଜେଟରୁ ଖର୍ଚ୍ଚ କରିଦେଲେ ସାରା ଓଡିଶା କାଙ୍ଗାଳ ହୋଇଯିବ ??

ଯଦି ଏ ଅନୁରୋଧ ସରକାରୀ ବାବୁମାନଙ୍କ ଚଞ୍ଚକତା ହେତୁ ନବୀନଙ୍କ ପର୍ଯ୍ୟନ୍ତ ନପହଞ୍ଚେ ଓ ଏହାର ଆଶାନୁରୂପ ପ୍ରତିକାର ନହୁଏ, ତାହେଲେ
ଏ ସରକାରୀ ଧନର ଅପବ୍ୟୟ ଓ ସାଧାରଣ ଲୋକଙ୍କର ଅନାବଶ୍ୟକ ଭାବେ ଜୀବନ-ଜୀବିକା ହାନୀ କରାଯାଇଥିବାରୁ କେହି ଜଣେ ସ୍ଥାନୀୟ ଲୋକ ଚିଠି ମାଧ୍ୟମରେ ଏବେକାର ସୁପ୍ରିମକୋର୍ଟର ଚିଫ୍ ଜଷ୍ଟିସ ଶ୍ରୀଯୁକ୍ତ ଚନ୍ଦ୍ରଚୁଡଙ୍କ ଦୃଷ୍ଟି ଆକର୍ଷଣ କରିବା ଉଚିତ ହୁଅନ୍ତା , ଯେହେତୁ ସରକାରଙ୍କୁ କହିଲା ପରେ ବି କଥା ଶୁଣୁ ନାହାନ୍ତି

ଲକ୍ଷ୍ମୀଧର ନାୟକ
My Facebook Post:5th August 2023

 

https://m.facebook.com/story.php?story_fbid=pfbid0gAKSLSPfgVQBjH2CcvCd9GTxxmyN8y92Rx7zv1zJWAx4txfurD9Dg2zSh5TK4dqVl&id=100003833454165&mibextid=UyTHkb


Share it

Leave a comment

Your email address will not be published. Required fields are marked *

Verified by MonsterInsights