ଗଣମାଧ୍ୟମ ମାଲିକମାନଙ୍କର TRP ଚାପ ଭଲ କଥା ନୁହେଁ ….
ଅରିନ୍ଦମ୍ ଙ୍କ ପରିବାରକୁ OTV ମାଲିକ ପାଞ୍ଚ କୋଟି ଟଙ୍କା ବି କ୍ଷତିପୁରଣ ଦିଅନ୍ତୁ, ଏହାକୁ କ୍ଷତି ପୁରଣ କୁହାଯାଇ ପାରିବ ନାହିଁ।
ସତରେ ବଡ ଦୁଃଖଦ କଥା ଏ । ସରକାର ଓ ଅନ୍ଯ ବିଜ୍ଞାପନଦାତା ମାନଙ୍କର TRP ଚାପ ହିଁ ଏହାର ମୂଳ କାରଣ। ସରକାର ଗଣମାଧ୍ୟମ ନୀତି ବଦଳାନ୍ତୁ, ଛାପା ସଂଖ୍ଯା ଦର୍ଶକ ସଂଖ୍ଯାକୁ ମାନଦଣ୍ଡ ନକରି ଲେଖାର ଗୁଣାତ୍ମକ ମାନକୁ ମାନ୍ଯତାର ମାନଦଣ୍ଡ କରନ୍ତୁ ।
ଏ ଘଟଣାରେ ସର୍ବ ମୋଟ୍ ନିଉଜ୍ ଧାଡିଏ ହିଁ ଥିଲା।
– ହାତୀ ଟିଏ ମୁଣ୍ଡୁଳି ବ୍ୟାରେଜରେ ପାଣିରେ ପଡି ଯାଇଛି। ବନ ବିଭାଗ, ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ୍ ଓ ଜଳ ସମ୍ପଦ ବିଭାଗ ତୁରନ୍ତ ଏ ବନ୍ୟ ପ୍ରାଣୀଟିକୁ ଉଦ୍ଧାର ନକଲେ ଏହାର ଜୀବନ ହାନି ହେବାର ଆଶଙ୍କା ରହୁଥିବାରୁ ସୁଅ ମୁହଁରୁ ହାତୀଟିକୁ ଉଦ୍ଧାର କରିବା ଏକାନ୍ତ ଜରୁରୀ। –
ବାସ୍ ନିଉଜ୍ ବୋଇଲେ ସର୍ବ ମୋଟ୍ ଏଇ ଧାଡିଏ।
ହଁ ଦାୟିତ୍ୱ ଅବଶ୍ୟ ଆଉ ଟିକିଏ ଅଧିକ।
ଯେହେତୁ ଏମାନେ ଗଣ ମାଧ୍ୟମ, ଅନେକଙ୍କ ପାଖରେ ଜଙ୍ଗଲ ସଚିବ, ଜଳ ସମ୍ପଦ ସଚିବ, ଅଗ୍ନିଶମ ବିଭାଗ ଡିଜି ଇତ୍ୟାଦିଙ୍କ ନମ୍ୱର ଏମାନଙ୍କ ପାଖରେ ଥାଏ ବା ଥିବା କଥା।
ଏମାନେ ଏ ଧାଡିକ ଗୁରୁତ୍ୱପୂର୍ଣ୍ଣ ନିଉଜ୍ କୁ ଏ ସବୁ ସଚିବମାନଙ୍କ ପାଖକୁ ହ୍ୱାଟସ ଆପ୍ କରି ଦେଇ, କଥା ଟାକୁ ତଦାରଖ କରିବା କଥା, ସେମାନେ ଗଲେ କି ଯିବାରେ ବିଳମ୍ୱ କରୁଛନ୍ତି।
ତାହା ଗୋଟେ ଫଲୋଅପ୍ ନିଉଜ୍ ହୁଏ।
ନହେଲେ ଆଉଟିକେ ସମ୍ୱେଦନଶୀଳତା ଆବଶ୍ୟକ ହେଲେ ସଚିବ ମନ୍ତ୍ରୀ ମାନଙ୍କୁ ଥରେ ଦୁଇଥର ଟେଲିଫୋନ୍ କରି କହିବାକୁ ପଡେ।
ସେତିକିରେ କାମ ହୋଇଯାଏ ବା ହୋଇଯିବା କଥା। ନହେଲେ ସେ ଇସ୍ୟୁକୁ ନେତାଏ ଜନତାଏ ଆଗକୁ ବଢାନ୍ତି।
ସାମ୍ୱାଦିକର ପରିସୀମା ବାସ୍ ଏତିକିରେ ସୀମିତ ରହିବା କଥା।
କିନ୍ତୁ ଆଜି କାଲି ଏପରି ହେଉଛି କି ?
ଘରୋଇକରଣର ଯୁଗ, ପ୍ରତିଯୋଗୀତାର ଯୁଗ। ଆୟ ବଢାଇବାକୁ ଟିଆରପି ବଢିବା ଗୋଟେ ଅବାଞ୍ଛିତ ଆବଶ୍ୟକତା ଏବେ।
ନହେଲେ ଆମ ଭଳି ମାଗଣା ଖିଆ ପାଠକ ନିଉଜର ମୂଲ୍ୟ ତ ଦୂରର କଥା ନିଉଜ୍ ପେପରର ଦାମ୍ ମଧ୍ୟ ଦେବାକୁ ରାଜି ନୁହଁ । 5 ଟଙ୍କିଆ ଖବର କାଗଜର ଉତ୍ପାଦନ ମୂଲ୍ୟ 50 ଟଙ୍କା । ଆମେ ପାଠକ ଦିଅନ୍ତି 5 ଟଙ୍କା। ଖବର କାଗଜ ମାଲିକ ବିଜ୍ଞାପନରୁ ଯୋଗାଡ କରିବ 45 ଟଙ୍କା। ନହେଲେ ସଂସ୍ଥା ବନ୍ଦ୍।
ବୈଦ୍ୟୁତିକ ଗଣ ମାଧ୍ୟମ ମଧ୍ୟ ସେଇ ଏକା କଥା। ZEE TV ମାଗଣା ହେଲେ ଆଉ କାହାର ମାସକୁ ଟଙ୍କାଏ ତ, କମ୍ ବିଜ୍ଞାପନ ହେତୁ ମାସକୁ 14 ଟଙ୍କାରେ ମିଳୁଥିବା NDTV ବି ସେମିତି ବିନା ବିଜ୍ଞାପନରେ ଚାଲିଲେ ମାସକୁ 140 ଟଙ୍କା ହେବ କି କଣ।
ଆମକୁ ତ ସବୁ ମାଗଣା ଦରକାର। ଆମେ ସ୍ୱଚ୍ଛଳମାନେ ସବୁ କ୍ରିମ୍ କୁ ମାଗଣା ଚାଟି ଦେଇ ଓଲଟା ଗରୀବର ଟଙ୍କାକିଆ ଚାଉଳ ପଛରେ ପଡିଥାଉ। ସିଏ ସବୁ ଖାଇଗଲା।
ଧନୀ ଗୁଡା କାର୍ତ୍ତିକ ମାସ ବଗ। ଏମାନେ କେବଳ ନକୁଳି ଦାନା ଖାଇ ବଞ୍ଚନ୍ତି, ମାଗଣା ସବସିଡି ଆଇଁଷ ଏମାନେ କୁଆଡେ ଛୁଅନ୍ତି ହିଁ ନାହିଁ।
ବିଜ୍ଞାପନ ଦେଲା ବାଲାଙ୍କ ପାଖକୁ ଗଣ ମାଧ୍ୟମ ମାଲିକ ଗଲେ ସେମାନେ ତଉଲନ୍ତି ନାହିଁ ଯେ ଏ ନିଉଜ ପେପରରେ ବାହାରୁଥିବା ନିଉଜର ଉପଯୋଗୀତା କେତେ, ସେମାନେ ପଚାରନ୍ତି ତମର ସାର୍କୁଲେସନ କେତେ କୁହ ବା ଟିଆର୍ପି କେତେ କୁହ।
ଯାହାର ଟିଆରପି ଯେତେ ଅଧିକ ଆମେ ତାକୁ ସେତେ ଅଧିକ ମୂଲ୍ୟର ବିଜ୍ଞାପନ ଦେବୁ।
ବିଜ୍ଞାପନଦାତା ମାଲିକ ମୁଣ୍ଡରେ ଲଦୁଥିବା ଟିଆରପି ଚାପକୁ ମାଲିକ ତା କର୍ମଚାରୀଙ୍କ ମୁଣ୍ଡରେ ଲଦି ଦେଇ ହେଲିକାପ୍ଟର ଧରି ସାତ କୋଶିଆ ଗଣ୍ଡରେ ଉଡେ, ତେଣି କି ସେ ସାଉଣ୍ଡରେ ହରିଣ ହୁରୁଡି ପଥର ଝୁଣ୍ଟିକି ମରୁ କି ହାତୀ ହୁରୁଡି ମହାନଦୀରେ ପଡୁ, ୟାଙ୍କର ସେ ଆଡିକି ନିଘା ହିଁ ନଥାଏ।
ଫଳରେ ମାଲିକର ଟିଆର୍ ପି ବଢେଇବା ଚାପରେ ତଥା ନିଜ ପରିବାରର ଭରଣ ପୋଷଣ ପାଇଁ ନିଜ ଚାକିରୀ ଖଣ୍ଡିକ ସୁରକ୍ଷିତ ରଖିବାକୁ
ପ୍ରାଇଭେଟ୍ ଚାକିରୀ କରିଥିବା ପ୍ରାଇଭେଟ୍ ଚାନେଲର କର୍ମଚାରୀମାନେ ଜୀବନକୁ ପାଣି ଛଡେଇ ଅନେକ ସମୟରେ ଏଭଳି ଦୁଃସାହସିକ କାମ କରିବାକୁ ବସ୍ତୁତଃ ବାଧ୍ୟ ହୋଇ ଥାଆନ୍ତି, କେତେବେଳେ ଡ୍ରଗସ ଆଡ୍ଡାରେ, କତେବଳେ ମାଫିଆଙ୍କ ବିରୁଦ୍ଧରେ , କେତେବେଳେ ବାହୁବଳୀ ନେତାଙ୍କ ବିରୁଦ୍ଧରେ, କେତେବେଳେ ……।
ଯାହାର ଏକ କରୁଣ ପରିଣତି ଆଜି ସାରା ସଂସାର ଲାଇଭ୍ ଦେଖିଲା।
ଏମିତି ତ କ୍ଷୋଭରେ କହିଲେ କହି ଦେଇ ହେବ ଯେ ସରକାର ଅରିନ୍ଦମଙ୍କ ପରିବାରକୁ କୋଟିଏ ଟଙ୍କାର କ୍ଷତିପୁରଣ ଦିଅନ୍ତୁ ଓ ଓଟିଭିର ଧନୀ ମାଲିକ ଅରିନ୍ଦମଙ୍କ ପରିବାରକୁ ପାଞ୍ଚ କୋଟି ଟଙ୍କା କ୍ଷତିପୁରଣ ଦିଅନ୍ତୁ।
କିନ୍ତୁ ନା ଏହା ଏକ ଯୁକ୍ତି ହେଉଚି ନା ସମସ୍ୟାର ଗୋଟେ ସମାଧାନ ହେଉଚି।
ଅତ୍ୟନ୍ତ କ୍ଷୋଭ ଏବଂ ଦୁଃଖରେ ମଣିଷ କିଛି ତ କହିବ, ସରକାରଙ୍କୁ କିଛି ତ କରିବାକୁ ପଡିବ, ତେଣିକି ତାହା ଭୁଲ୍ ହେଉ ଅଥବା ଠିକ୍।
ଏଭଳି ଏକ ଦୁଃଖଦ ସ୍ଥିତିରେ ମୋ ମନକୁ ଅଧିକ କିଛି ଜୁଟୁନି, କଣ ଜୁଟିଲେ ତ କହନ୍ତି ନା !
ସତରେ ବଡ ଦୁଃଖଦ କଥା ଏ । ସରକାର ଓ ଅନ୍ଯ ବିଜ୍ଞାପନଦାତା ମାନଙ୍କର TRP ଚାପ ହିଁ ଏହାର ମୂଳ କାରଣ। ସରକାର ଗଣମାଧ୍ୟମ ନୀତି ବଦଳାନ୍ତୁ, ଛାପା ସଂଖ୍ଯା ଦର୍ଶକ ସଂଖ୍ଯାକୁ ମାନଦଣ୍ଡ ନକରି ଲେଖାର ଗୁଣାତ୍ମକ ମାନକୁ ମାନ୍ଯତାର ମାନଦଣ୍ଡ କରନ୍ତୁ ।
Laxmidhar Nayak
My Facebook Post: 24th September 2021