ସରକାରଙ୍କ ଆଳୁ ଯୋଜନା

Share it

ଡେରି ହେଲେ ଆଳୁ ଫଳିବନି । କାଗଜ କଲମରେ ଆଳୁ ଚାଷ ହେବ। ପିସି ଫଳିବ । ପିସି ସାଇତିବା ପାଇଁ କୋଲ୍ଡ ଷ୍ଟୋରର ଆବଶ୍ୟକତା ନାହିଁ ।

ଧନ୍ୟବାଦ ସରକାର

ଖୁସି ଲାଗିଲା, ନବୀନ ସରକାର ଏବର୍ଷ ଆଳୁ ଚାଷ ପାଇଁ ହେକ୍ଟର ପିଛା 58 ହଜାର ଟଙ୍କା ସବସିଡି ଦେବାକୁ ସ୍ଥିର କରିଛନ୍ତି ।

ଫଳରେ ବହୁ ଲୋକ ଆଳୁ ଚାଷ କରିବାକୁ ମନ ବଳାଇବେ । ଆଳୁ ପାଇଁ ମମତା ନିର୍ଭରତା ନିଶ୍ଚୟ କମିବ ।

ସରକାର ଏ ସ୍କିମଟାକୁ ଦଣ ବର୍ଷ ଲଗାତର ଚଲାନ୍ତୁ, ଓଡିଶା ଆଳୁ ଆମଦାନୀ ନୁହେଁ, ରପ୍ତାନୀ କରିବ , ମମତା ପୁରା ସାଇଜ୍ ହେଇଯିବେ ।

ତା ପରେ ପରେ କୋଲ୍ଡ ଷ୍ଟୋରେଜ୍ ପାଇଁ ବିଜୁଳି ୟୁନିଟ୍ ପିଛା ଟଙ୍କାଏ କରି ଦିଅନ୍ତୁ, ଦି ବର୍ଷ ଭିତରେ ଓଡିଶା ପିଲା ଲୋନ୍ କରି ହଜାର ହଜାର କୋଲ୍ଡ ଷ୍ଟୋର କରି ଦେବେ, ଲୋନ୍ ବି ଶୁଝି ଦେବେ ଦଶ ବର୍ଷ ଭିତରେ ।

ନହେଲେ ଆଳୁ ବର୍ଷେ ଫଳିବ, ବିଲରେ ପଚିବ, ତା ପର ବର୍ଷ ଆଉ ବିଲରେ ଆଳୁ ଚାଷ ନହେଇ କାଗଜ କଲମରେ ଆଳୁ ଚାଷ ହେବ, ପ୍ରବଳ ପିସି ଫଳିବ

ମୋ କହିବା କଥା ଯଦି ହର୍ଟିକଲଚର ଡିପାର୍ଟମେଣ୍ଟ ଆଳୁ ସ୍କିମ କରୁଛି ତ କୋଲଡ ଷ୍ଟୋରେଜ୍ ପାଇଁ ବିଜୁଳି ୟୁନିଟ୍ କୁ ଟଙ୍କାଏ କରିବାକୁ ସରକାରଙ୍କୁ ରାଜି କରେଇବା ମଧ୍ୟ ହର୍ଟିକଲଚର ବିଭାଗର ଦାୟିତ୍ୱ ।

ଏଇଟା ଶକ୍ତି ବିଭାଗ କି ଅର୍ଥ ବିଭାଗ ଦାୟିତ୍ୱ ଭାବି ସ୍କିମ କଲେ ସେଇଟାକୁ ଆଳୁ ସ୍କିମ୍ କୁହା ଯିବନି, ସରକାରୀ ରାଜକୋଷର ଲୁଟ୍ ପାଇଁ ଯୋଜନା ବୋଲି କୁହାଯିବ। ପିସି ଉତ୍ପାଦନ ଯୋଜନା ବୋଲି କୁହାଯିବ ।

ସରକାର Sir

ମୁଁ ଏକ ହେକ୍ଟର ଆଳୁ ଚାଷ କରିବାକୁ ଚାହୁଁଛି । ଆମ ଗାଁ ଲୋକ 10 ହେକ୍ଟର ଆଳୁ ଚାଷ କରିବାକୁ ରାଜି ଅଛନ୍ତି ।

ଯଦି ବିହନ ଇନପୁଟ୍ ଖର୍ଚ୍ଚ ( ତାହା କୃଷି ଋଣ ଆକାରରେ ମିଳିଲେ ବି ଚଳିବ ) ନଭେମ୍ବର 5 ତାରିଖ ସୁଦ୍ଧା ହର୍ଟିକଲଚର ବିଭାଗ ଯୋଗାଇ ଦେଇ ପାରିବେ, ତେବେ ।

ଡେରି ହେଲେ ଆଳୁ ଫଳିବନି ।
ସରକାରଙ୍କ ସବସିଡି ଟଙ୍କା ପାଣିରେ ପଡିବ । ଚାଷୀର କ୍ଷତି ହେବ ।

ସରକାର ସ୍କିମ୍ କରିଦେଇଛନ୍ତି, ଏ ପର୍ଯ୍ୟନ୍ତ ସ୍କିମ୍ ଗାଇଡ୍ ଲାଇନ କରି ନାହାନ୍ତି ।

ଦିନେ ଦୁଇଦିନ ଭିତରେ ଶୀଘ୍ର ସ୍କିମ ଗାଇଡ ଲାଇନ ଫାଇନାଲ କରି ଚାଷୀଙ୍କୁ କହିଲେ ସେମାନେ ଆଳୁ ଚାଷ ପାଇଁ ଜମି ରଖିବେ ।

ନଭେମ୍ବର 5 ତାରିଖ ସୁଦ୍ଧା ଆଳୁ ଲୋନ୍ ଓ ବିହନ ସାର ମିଳିଲେ ଆଳୁ ଲଗାଇବାକୁ ରାଜି ହେବେ , ଆଳୁ ଲଗାଇବେ ଓ ଆଳୁ ଫଳିବ ।

ଡେରି ହେଲେ ଆଳୁ ଫଳିବନି । କାଗଜ କଲମରେ ଆଳୁ ଚାଷ ହେବ। ପିସି ଫଳିବ । ପିସି ସାଇତିବା ପାଇଁ କୋଲ୍ଡ ଷ୍ଟୋରର ଆବଶ୍ୟକତା ନାହିଁ ।

ସରକାର ପ୍ରଥମେ ଧୀର ଚିତ୍ତରେ ନିଷ୍ପତ୍ତି କରନ୍ତୁ, ସେ ଆଳୁ ଉତ୍ପାଦନ କରିବାକୁ ଚାହୁଁଛନ୍ତି ନା ପିସି ଉତ୍ପାଦନ କରିବାକୁ ଚାହୁଁଛନ୍ତି । ସେହି ଅନୁସାରେ ସ୍କିମ୍ କରନ୍ତୁ ।

ଆଳୁ ଉତ୍ପାଦନ କରି ଓଡିଶାକୁ ସ୍ୱାବଲମ୍ୱୀ କରିବାକୁ ଚାହୁଁଥିଲେ ଦିନେ ଦୁଇ ଦିନ ଭିତରେ ଗାଇଡ ଲାଇନ ଫାଇନାଲ କରନ୍ତୁ ଓ ଆଳୁ କୋଲ୍ଡ ଷ୍ଟୋର ମାନଙ୍କ ପାଇଁ ବିଜୁଳି ୟୁନିଟ୍ ପିଛା 6.50 ନୁହେଁ 1 ଟଙ୍କା କରନ୍ତୁ ।

ପିସି ଉତ୍ପାଦନ କରିବାକୁ ଚାହୁଁ ଥିଲେ ଗାଇଡ ଲାଇନ ଯେତେ ଡେରି ହେବ , ବିଜୁଳି ଦର ଯେତେ ବଢିବ, ପିସି ଉତ୍ପାଦନ ତେତେ ବଢିବ ।

ଚାଷ ତରତର ବଣିଜ ମଠ ।

ନମସ୍କାର
ଲକ୍ଷ୍ମୀଧର ନାୟକ
ଗ୍ରାମ – ଖରିପଡିଆ
ଗ୍ରା.ପ. – ସ୍ବାଇଁଖଣ୍ଡ
ବ୍ଲକ – ବରୀ
ଜିଲ୍ଲା – ଯାଜପୁର
ମୋ: 9937252955

ମୋର ଆଳୁ ଚାଷରେ ଅଭିଜ୍ଞତା ଅଛି । ଗତ ବର୍ଷ ପଇସା ଅଭାବରୁ ଡେରିରେ ଲଗେଇ କନକ ନାମ ନେଇଛି । ହାତରୁ ଖର୍ଚ୍ଚ କରି ଲଗେଇ ଥିଲି, ସବୁ ବୁଡିଗଲା । କରଜ ଆଜିଯାଏ ଗଡୁଛି ।
ଫଟ ଦେଉଛି ଦେଖନ୍ତୁ ।

Laxmidhar Nayak
My Facebook Post: 26th October 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights