ନୁଆଖାଇ ଜୁହାର
Goddess of Resources ( Sambaleswari or Samaleswari ) Land, full of Resources ( Sambalpur )
ଗୋଟାଏ ସମୟରେ ଗୋଧନକୁ ଓ ତତ୍ ପରେ ପରେ ଧାନକୁ ଧନ ବା ସମ୍ୱଳର ପ୍ରତୀକ ହିସାବରେ ଗ୍ରହଣ କରାଯାଉଥିଲା । ଧାନ ବା ଶସ୍ଯ ଉତ୍ପାଦନକାରୀକୁ ଆଗଧାଡିର ମାନବ ସମ୍ୱଳ ଭାବରେ ବିଚାର କରାଯାଉଥିଲା ।
ଏବେ ଅବଶ୍ଯ ଚାକିରିଆଂକୁ ଆଗଧାଡିର ମାନବ ସମ୍ୱଳ ଓ ଧାନ ଉତ୍ପାଦନକାରୀକୁ ମାନବ ସମ୍ୱଳ ଭିତରେ ଅଗାଡି ଜ୍ଞାନ କରାଯାଉଛି ।
କିନ୍ତୁ ନୁଆଖାଇ ପର୍ବ ଅତୀତର ସେଇ ଶସ୍ଯ ଉତ୍ପାଦନକାରୀ ମାନବ ସମ୍ୱଳକୁ ଏକ କାଳଜୟୀ ପ୍ରଣାମ, ଏକ ବିନମ୍ର କୃତଜ୍ଞତା ହିଁ ଅଟେ ।
ମୁଁ ସେଇ ନମସ୍ଯ ମାନବ ସମ୍ୱଳ, ସେହି ଶ୍ରଦ୍ଧାର ଠୁଳ ପ୍ରତିମା ସମ୍ୱଳେଶ୍ୱରୀ ଓ ସେ ପାବନ ଭୁଇଁ ସମ୍ୱଳପୁରକୁ ମୋର ଆନ୍ତରୀକ ପ୍ରଣାମ ବାଢୁଛି ।
ବେଳେବେଳେ ଭାବୁଛି ସମଗ୍ର ଓଡିଶା ଭୁଇଁ ବିଶ୍ୱରେ ସମ୍ୱଳପୁର (Land of Resources) ନାମରେ ପରିଚିତ ହୁଅନ୍ତା କି !
ନୁଆଖାଇ ଜୁହାର
– ଲକ୍ଷ୍ମୀଧର ନାୟକ
My Facebook Post: 14th September 2018