ସମୟ ସହିତ ବିଚାର ମଧ୍ୟ ବଦଳି ଯାଏ
କୌଣସି ଆଚରଣ କ୍ରିୟାରେ ପରିଣତ ହେବା ପୂର୍ବରୁ ବିଚାର କ୍ଷେତ୍ରର ପ୍ରବେଶ କରିଥାଏ । ମଞ୍ଜି ବୁଣିବା, ଗଛ ତିଆରି କରିବାର ପ୍ରଥମ ପାହାଚ ଅଟେ । ଏହି ପ୍ରକାର ମହାନତାର ପ୍ରଥମ ପର୍ଯ୍ୟାୟ ହେଉଛି, ଉତ୍କୃଷ୍ଟତାର ପକ୍ଷ ନେଉଥିବା ବିଚାର ସହିତ ଗଭୀର ସମ୍ବନ୍ଧ ସ୍ଥାପନ କରିବା ।
ଚିନ୍ତନ, କର୍ମର ମଞ୍ଜି ଅଟେ । ଏହି ଆଧାର ଉପରେ ବ୍ୟକ୍ତି ସତକର୍ମୀ ଏବଂ ଦୁଷ୍କର୍ମୀ ହୋଇଯାଏ, ନିଜକୁ କ୍ଷୁଦ୍ର କିମ୍ବା ମହାନ କରିଥାଏ, ପତନର ଗର୍ତ୍ତରେ ପଡିଯାଏ କିମ୍ବା ସ୍ଵର୍ଗର ଉଚ୍ଚ ଶିଖରରେ ପହଞ୍ଚି ଯାଏ।
ଏଥିପାଇଁ ସଦଜ୍ଞାନ ପାଇବାକୁ, ଶାରୀରିକ ସୁଖ ଏବଂ ସଂପତ୍ତି ସଂଗ୍ରହ କରିବା ଠାରୁ ଅଧିକ ଆବଶ୍ୟକ ମନେ କରାଯାଇଛି । ପେଟ ଭୋକିଲା ରହିଲେ କେବଳ ଶରୀରର କ୍ଷତି ହୋଇଥାଏ । ମାତ୍ର ଜ୍ଞାନର ଅଭାବରେ ମନୁଷ୍ୟକୁ ନରପଶୁଠାରୁ ନରପିଶାଚ ପର୍ଯ୍ୟନ୍ତ ହୋଇ ଅନ୍ଧାରୁଆ ଗଳିରେ ସାରା ଜୀବନ ଭ୍ରମିତ ହେବାକୁ ପଡିଥାଏ ।
ସଦଜ୍ଞାନ କୁ ସ୍ପର୍ଶମଣି କୁହାଯାଏ । ଏହାକୁ ହୃଦୟରେ ସ୍ଥାପନା କଲେ ଲୁହା ଭଳି ସାମାନ୍ୟ ବ୍ୟକ୍ତିତ୍ୱ ସଂପନ୍ନ ବ୍ୟକ୍ତି ମଧ୍ୟ ସୁନାଭଳି ମହାମାନବ ହୋଇଯାଆନ୍ତି । ଏହା ନହେଲେ ଅନ୍ଧ ଭଳି ମନୁଷ୍ୟ ସତ୍ୟକୁ ଦେଖି ବୁଝିପାରେ ନାହିଁ । ଯଦିଓ ଚତୁରତାରୁ ଉତ୍ପନ୍ନ କୌଶଳକୁ ଜ୍ଞାନ କୁହାଯାଏ, ମାତ୍ର ତାହା ଶସ୍ତା ପ୍ରଶଂସା, ସଂପନ୍ନତାପରକ କ୍ଷଣିକ ଲାଭ ପ୍ରଦାନ କରିବା ବ୍ୟତୀତ ଆଉ କିଛି ଦେଇପାରେ ନାହିଁ । ଜ୍ଞାନର ବାସ୍ତବିକତା ଏବଂ ଗମ୍ଭୀରତା ସୃଷ୍ଟି କରିବାର ମାପକାଠି ହେଉଛି ଯେ, ଏହା ବ୍ୟକ୍ତିକୁ ସଦ୍ଗୁଣରେ ସଂପନ୍ନ ଏବଂ ବିବେକବାନ୍ କରି ଗଢିଦିଏ । ସେଥିରେ ଏଭଳି ରୀତିନୀତି ଧାରଣ କରିବାର ପ୍ରେରଣା ଭରିଦିଏ ଯାହା ଆତ୍ମ ପରିଷ୍କାର ଏବଂ ଲୋକମଙ୍ଗଳ ପାଇଁ ଲଗାତାର ଉତ୍ସାହିତ କରିଚାଲେ । ପ୍ରତ୍ୟେକ ସମସ୍ୟା ଗୁଡିକର ସମାଧାନ ସୂତ୍ର ବିଷୟକ ଜ୍ଞାନ ପ୍ରଦାନ କରିବା ସହିତ ଏହାକୁ ଗ୍ରହଣ କରିବାର ସାହସ ବୃଦ୍ଧି କରିଥାଏ ।
ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ
ସଂଗ୍ରାହକ : ପ୍ରଦୀପ କୁମାର ନନ୍ଦ