ସମୟ ପାଇଲେ ଧନରେ ଥରେ ମୋତେ ଡାକିବୁ …

Share it

ହାଡିଦାସ ମହାପୁରୁଷ କହିଲେ –
” ଦୁଃଖଧନ୍ଦା କରି ବାବୁରେ ପରିବାର ପୋଷିବୁ
ସମୟ ପାଇଲେ ଧନରେ ଥରେ ମୋତେ ଡାକିବୁ ।।”

ଜୀବନକାଳ ଭିତରେ ମୋତେ ମାତ୍ର ଥରୁଟେ ଡାକିଲେ ବି ଚଳିବ, ତାହା ପୁଣି ତୋର ଘର ସଂସାର ପାଞ୍ଚପ୍ରାଣୀ କୁଟୁମ୍ବ ପୋଷଣ ପାଇଁ କର୍ମ କଲା ପରେ ଯଦି ସମୟ ମିଳିଲା ତେବେ, ନହେଲେ ବି କିଛି କଥା ନାହିଁ, ତୋ କର୍ମ ହିଁ ମୋର ଉପାସନା ।।

ହେଲେ ଏଭଳି ଭାବନାରେ କର୍ମ କରିବାକୁ ଆମେ ଆଜି ବି ସେଭଳି ପରିବେଶଟିଏ ସୃଷ୍ଟି କରି ପାରିଲେଣି କି ?

ଏଠି ଆମ ଜ୍ଞାନୀଏ କହୁଛନ୍ତି ଦିନ ରାତି ଗିନି ବାଡେଇବୁ, ସମୟ ବଳିଲେ କାମ କଥା ଚିନ୍ତା କରିବୁ ନହେଲେ ନାହିଁ, ଯୋଉ ସୁଯୋଗରେ ଯିଏ ସୁବିଧାରେ ସାମନାରେ ପଡିଲା ତାକୁ ଲୁଟିବୁ, ଖଟିବା ପଥରେ ମୋକ୍ଷ କାହିଁ ବା ?

ମାଗିଖିଆ ଯହିଁ ଜ୍ଞାନୀ ବୋଲାବନ୍ତି
ବାହୁବଳୀ ଲୁଟିଖିଆ
ବେପାରୀ ଯେଉଁଠି ଠକିଖିଆ ହୁଏ
ଶିରୀହୀନ ଖଟିଖିଆ

ଏ ତିନି ଚତୁର ରୁଣ୍ଡରେ ତୁଣ୍ଡରେ ନରାଧମ ଦୀନ ହୀନ ଦାଣ୍ଡ ଧୂଳି ମାନ୍ୟ ପାଏ ସଚରାଚରର ପୋଷକ ରକ୍ଷକ ଶ୍ରମିକ ଚାଷୀମୁଲିଆ । ଏ ଆମ ଜ୍ଞାନୀ ଦୁନିଆ ।


ଲକ୍ଷ୍ମୀଧର ନାୟକ
Mo Lekha : Facebook post- 20.03.2023


Share it

Leave a comment

Your email address will not be published. Required fields are marked *

Verified by MonsterInsights