ସ୍ମାର୍ଟ ହେଲ୍‌ଥ କାର୍ଡ : ଇତିହାସ ମନେ ରଖିବ ନବୀନ ସରକାରଙ୍କ ଏ ମହତ କାମକୁ….

Share it

Mo Lekha
– ଲକ୍ଷ୍ମୀଧର ନାୟକ
My Facebook Post: 15th August 2021

ସ୍ମାର୍ଟ ହେଲ୍‌ଥ କାର୍ଡ : ଇତିହାସ ମନେ ରଖିବ ନବୀନ ସରକାରଙ୍କ ଏ ମହତ କାମକୁ….

‘ସାରା ଓଡିଶା ମୋ ପରିବାର। ମୋ ପାଇଁ ପ୍ରତି ଜୀବନ ମୂଲ୍ୟବାନ। ଯେତେବେଳେ ଲୋକମାନେ ଚିକିତ୍ସା ପାଇଁ ଜମି ବିକିବା, ସୁନା ବିକିବା ଓ ପିଲାଙ୍କ ପାଠ ବନ୍ଦ କରିବା ଖବର ମିଳେ, ସେତେବେଳେ ମୋତେ ବହୁତ କଷ୍ଟ ଲାଗେ । ଲୋକଙ୍କର ଏହି ଦୁଃଖ ଦୂର କରିବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନୂଆ ରୂପରେ ଲାଗୁ କରାଯିବ ବୋଲି ମୁଁ ଘୋଷଣା କରୁଛି ।’ – ମୁଖ୍ୟମନ୍ତ୍ରୀ , ଓଡିଶା

ଏଥିପାଇଁ ରାଜ୍ୟର ୯୬ ଲକ୍ଷ ପରିବାର, ସାଢେ ତିନି କୋଟି ଲୋକଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ମିଳିବ। ସାରା ଓଡିଶାରେ ପର୍ଯ୍ୟାୟକ୍ରମେ ଏହି କାର୍ଡ ଦିଆଯିବ । ଏଭଳି ସ୍ମାର୍ଟ ହେଲ୍‌ଥ କାର୍ଡ ଦେବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ।

ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଅନ୍ନପୂର୍ଣ୍ଣା ଓ ଅନ୍ତଦ୍ୟୋୟ ହିତାଧିକାରୀ, ସମସ୍ତଙ୍କୁ ଏହି ସ୍ମାର୍ଟ ହେଲ୍‌ଥ କାର୍ଡ ମିଳିବ ।

ଏଥିରେ ପରିବାର ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପ୍ରତି ବର୍ଷ ମିଳିବ।

ଓଡିଶା ସମେତ ସାରା ଦେଶର ୨୦୦ରୁ ଅଧିକ ବଡ ବଡ ହସ୍‌ପିଟାଲ ଚେନ୍‌ ମାନଙ୍କରେ ମାଗଣାରେ ଚିକିତ୍ସା ସୁବିଧା ମିଳିବ ।

ସାରା ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଇତିହାସ ସୃଷ୍ଟି କରିବ । ଓଡିଶାବାସୀଙ୍କ ସ୍ବାସ୍ଥ୍ୟ ନିରାପତ୍ତା କୁ ଆହୁରି ସୁଦୃଢ କରିବାରେ ଏହି ବ୍ୟବସ୍ଥା ବିଶେଷ ସାହାଯ୍ୟ କରିବ । ରାଜ୍ୟରେ ସ୍ବାସ୍ଥ୍ୟ ସେବା ବିକାଶରେ ଏହା ଏକ ନୂଆ ଯୁଗ ଆରମ୍ଭ କରିବ ।

ମୁଁ ଅନ୍ତରରୁ ପ୍ରଣାମ କରୁଛି ନବୀନ ସରକାରଙ୍କ ଏପରି ସ୍ୱାସ୍ଥ୍ୟ ଚିନ୍ତା ଓ ତାହାର ପ୍ରତିକାରାତ୍ମକ ବ୍ୟବସ୍ଥା ନିଷ୍ପତ୍ତିକୁ ।

କେବଳ ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଅନ୍ନପୂର୍ଣ୍ଣା ଓ ଅନ୍ତଦ୍ୟୋୟ ହିତାଧିକାରୀଙ୍କୁ ନୁହେଁ ଏହି ସ୍ମାର୍ଟ ହେଲ୍‌ଥ କାର୍ଡ ସେ ସମସ୍ତଙ୍କୁ ମିଳୁ ଯେଉଁମାନଙ୍କର ବାର୍ଷିକ ଆୟ 5 ଲକ୍ଷ ଟଙ୍କାରୁ କମ୍ ।

ବାକି ରହିଲା ରୋଜଗାର, ଶିକ୍ଷା, ସେବା ଓ ଆଇନ ଶୃଙ୍ଖଳା ।ସାମାନ୍ୟ ଅକଲ ଖର୍ଚ୍ଚ କଲେ ସେ ସମ୍ପର୍କରେ ବି ଏହି ପ୍ରକାରେ ଐତିହାସିକ ନିଷ୍ପତ୍ତି ନିଆ ଯାଇ ପାରିବ ।


– ଲକ୍ଷ୍ମୀଧର ନାୟକ
My Facebook Post: 15th August 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights