ସମବାୟ ବ୍ୟବସ୍ଥା ସହିତ ସଂଶ୍ଳିଷ୍ଟ ପ୍ରାୟ ୧ ଲକ୍ଷ ସଦସ୍ୟଙ୍କୁ ବିଜେପିର ସଦସ୍ୟତା ପ୍ରଦାନ କରାଯିବ

Share it

ଅଳପ ଖବର
ଭୁବନେଶ୍ୱର, ତା.୦୫/୦୯/୨୦୨୪

ବିଜେପିକୁ ଆହୁରି ଅଧିକ ଶକ୍ତିଶାଳୀ କରିବାକୁ ହେଲେ ବିଜେପିର ସାଂଗଠନିକ ଶକ୍ତିକୁ ମଧ୍ୟ ସୁଦୃଢ କରିବା ଆବଶ୍ୟକ ଏବଂ ସମବାୟବିତଙ୍କ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିବ । ଏଥି ପାଇଁ ବିଜେପିର ସମବାୟ ପ୍ରକୋଷ୍ଠ ସମସ୍ତ ପ୍ରକାରର ପ୍ରୟାସ ଜାରୀ ରଖିବାକୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆହ୍ୱାନ ଦେଇଛନ୍ତି ।

ସମବାୟକୁ ଗ୍ରାମାଚଂଳରେ ବିଜନେସ୍‌ର ହବ୍ ଭାବେ ପରିଣତ କରାଯିବାକୁ ହେଲେ ସମବାୟ ସଂସ୍ଥା ଜରିଆରେ କୃଷି ଋଣ ସମେତ ଔଷଧ, ପେଟ୍ରୋଲ, ଡିଜେଲ, କୀଟନାଶକ ଓ ସାର ଆଦି ଉପଲବ୍ଧ କରାଯିବା ସହିତ ସୌରଚାଳିତ ଶୀତଳ ଭଣ୍ଡାର, ଗୋଦାମ ଗୃହ, ଜନସେବା କେନ୍ଦ୍ର, ବ୍ୟାଂକ ଓ ଏଟିଏମ, କିଷାନ ସମୃଦ୍ଧି କେନ୍ଦ୍ର ପ୍ରତିଷ୍ଠାକୁ ପ୍ରାଧାନ୍ୟ ଦିଆଯିବା ଆବଶ୍ୟକ । ଏହା ଦ୍ୱାରା ଗ୍ରାମ୍ୟ ଅର୍ଥନୀତିକୁ ସମୃଦ୍ଧ ହୋଇପାରିବ ।

ବର୍ତମାନ ବିଜେପି ସଦସ୍ୟତା ଅଭିଯାନର ଶୁଭାରମ୍ଭ ହୋଇଛି । ଏହି ଅଭିଯାନରେ ରାଜ୍ୟର ସମବାୟ ବ୍ୟବସ୍ଥା ସହିତ ସଂଶ୍ଳିଷ୍ଟ ପ୍ରାୟ ୧ ଲକ୍ଷ ସଦସ୍ୟଙ୍କୁ ବିଜେପିର ସଦସ୍ୟତା ପ୍ରଦାନ କରାଯିବ । ସମସ୍ତ ପ୍ରାଥମିକ ସମବାୟ ସମିତିର ନେତା ଓ ସମବାୟବିତ୍‌ମାନଙ୍କୁ ଦଳରେ ସାମିଲ କରିବା ପାଇଁ ନିଷ୍ପତି ନିଆଯାଇଛି ।

ଏହି ବୈଠକରେ ବରିଷ୍ଠ ନେତା ସୁଦର୍ଶନ ନାୟକ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ସମବାୟ ମନ୍ତ୍ରୀ ଅରବିନ୍ଦ ଢ଼ାଲି, ଉପସଭାପତି ଗୋଲକ ମହାପାତ୍ର, ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଯଜେ୍ଞଶ୍ୱର ବାବୁ, ପବିତ୍ର ଦାସ, ଅକ୍ଷୟ ମହାନ୍ତି, ଇଂ.ଅଜୟ ସାହୁ, ରଞ୍ଜିତ୍ ଆଚାର୍ଯ୍ୟ, କଲ୍ୟାଣ ଚାଟାର୍ଜୀ, ଅରଣ ଭଟ୍ଟମିଶ୍ର, ଶେଷକୁମାର ମେହେର ଓ ସୈାମ୍ୟରଂଜନ ଲେଂକା ପ୍ରମୁଖଙ୍କ ସମେତ ସମସ୍ତ ଜିଲ୍ଲା ସଦସ୍ୟ ଟୋଲିର ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ଥିଲେ ।


Share it

Leave a comment

Your email address will not be published. Required fields are marked *

Verified by MonsterInsights