ସାମ୍ବାଦିକ କଲ୍ଯାଣ ନାମରେ 8 କୋଟିର ପ୍ରିମିୟମ : ବୀମା କମ୍ପାନୀ ଠାରୁ ପିସି ଖାଇବା ଯୋଜନାର ନବୀକରଣ

Share it

ଅଳପ ଖବର
31st August 2024

ସାମ୍ବାଦିକ କଲ୍ଯାଣ ନାମରେ 8 କୋଟିର ପ୍ରିମିୟମ : ବୀମା କମ୍ପାନୀ ଠାରୁ ପିସି ଖାଇବା ଯୋଜନାର ନବୀକରଣ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ କ୍ରମେ ରାଜ୍ଯ ସରକାରଙ୍କ ପକ୍ଷରୁ କର୍ମଜୀବୀ ସାମ୍ବାଦିକଙ୍କୁ ଦିଆଯାଉଥିବା ସ୍ବାସ୍ଥ୍ୟବୀମା ଯୋଜନାର ଅବଧି ୧ ସେପ୍ଟେମ୍ବର ୨୦୨୪ରୁ ୩୧ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରାଜ୍ୟର ୭୦୪୧ ସାମ୍ବାଦିକ ଏଥିରେ ଉପକୃତ ହେବେ।

ବାର୍ଷିକ ପ୍ରିମିୟମ୍ ବାବଦକୁ ୮କୋଟି ୫୫ଲକ୍ଷ ୭୬ ହଜାର ୩୧୪ ଟଙ୍କାର ଚେକ୍‌ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ବୀମା କମ୍ପାନୀ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଛନ୍ତି।

ନୂତନ ଭାବରେ ପଞ୍ଜିକୃତ ହେବାକୁ ଇଚ୍ଛୁକ ଥିବା ଆବେଦନକାରୀଙ୍କ ନିମନ୍ତେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବିଭାଗର ପୋର୍ଟାଲ ଖୋଲାଯିବ ଏବଂ ପଞ୍ଜିକରଣ ନିମନ୍ତେ ଏକ ମାସ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ସୂଚନାଯୋଗ୍ଯ ଯେ, ପଞ୍ଜିକୃତ ସାମ୍ବାଦିକ ପୁନର୍ବାର ଆବେଦନ କରିବା ଆବଶ୍ୟକ ନାହିଁ।

ବର୍ଷକୁ ବୀମା କମ୍ପାନୀ ନେଉଛି 8 କୋଟି ପ୍ରିମିୟମ। ବିଗତ ବର୍ଷମାନଙ୍କରେ ବୀମା କମ୍ପାନୀ କେତେ ସାମ୍ବାଦିକଙ୍କ ପରିବାରକୁ କେତେ ସହାୟତା ଦେଇଛି, ସେକଥା ବି ଲୋକଙ୍କୁ ଜଣାନ୍ତୁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ।

ବର୍ଷକୁ 8 କୋଟି ଟଙ୍କା ସାମ୍ବାଦିକ କଲ୍ଯାଣ ପାଣ୍ଠିରେ ରଖି ସେଥିରୁ ମୃତାହତ ସାମ୍ବାଦିକଙ୍କ ପରିବାରକୁ 20 ଲକ୍ଷର ସହାୟତା ଦେଲେ ବି ପଇସା ନିଅଣ୍ଟ ହେବ କି ? ତାହେଲେ ବୀମା କମ୍ପାନୀ ମାନଙ୍କୁ ସରକାର ବର୍ଷକୁ 8 କୋଟି 55 ଲକ୍ଷ ଟଙ୍କାର ପ୍ରିମିୟମ ଗଣୁଛନ୍ତି କାହା ସ୍ବାର୍ଥରେ ? ଏହା ପଛର ପ୍ରଚ୍ଛନ୍ନ ଉଦ୍ଦେଶ୍ଯଟି କଣ ?

ଏଗୁଡା କମ୍ପାନୀଠୁ ପିସି ଖାଇବା ଯୋଜନା ଥିଲା ବିଜେଡି ଦଲାଲ ମାନଙ୍କର । ତାହାକୁ ମୋହନ ସରକାର ପରିବର୍ତ୍ତନ ନକରିବା ବିଡମ୍ବନାର ବିଷୟ।


Share it

Leave a comment

Your email address will not be published. Required fields are marked *

Verified by MonsterInsights