ସ୍ମୃତି ଏକ ରୂପା ଜହ୍ନ – ୧୧ : ସ୍ତିରୀ ପୁରୁଷ ହୁଅଇ ଶରୀର

Share it

ଦେଖି ଦେଖି ସଂସାର ଦୁଃଖଭାର
ଦିନେ ମନରେ କରିଲି ବିଚାର ।

ଯାଇ ଶୁଅନ୍ତି ଶୀତଳ ସାଗରେ
ମନ ପୁଲକେ ଅପୂର୍ବ ଶାନ୍ତିରେ ।

ଦିନେ ଗ୍ରୀଷମ ପୂର୍ଣ୍ଣିମା ତିଥିରେ
ନିଶି ବିଶ୍ରାମି ରାଜହଂସ କୋଳେ ।

ବାମେ ଘୋ ଘୋ ରତ୍ନାକର ଗର୍ଜନ
ଶାନ୍ତ ଚିଲିକା ଦକ୍ଷିଣେ ମଉନ ।

ମଧ୍ଯେ ବିଜନ ଶୁଭ୍ର ବାଲିଧାର
ରାଜହଂସ ଶେଜ ବଡ କୋମଳ ।

ଦଣ୍ଡେ ଭୁଲି ସଂସାର କୋଳାହଳ
ଗୁରୁ ମିଶ୍ରଂକ ଶରଧା ବିମଳ ।

ପ୍ରିୟ ବନ୍ଧୁ ଅଟନ୍ତି ସେ ମୋହର
ବନ୍ଧୁ ସିନା ଜାଣେ ବନ୍ଧୁ ବେଭାର ।

ଆଜି ଦୁନିଆ ବଡ ସ୍ୱାର୍ଥପର
କାହିଁ ବନ୍ଧୁତା ସେ ପ୍ରେମ ସୁନ୍ଦର ।

ଯେଣୁ ଶ୍ରୀକୃଷ୍ଣ କରୁଣା କରିଛି
ବନ୍ଧୁ ବନ୍ଧୁତା ଅପାର ପାଇଛି ।

କୃଷ୍ଣ ସଖା ହେ ନମଇ ପୟର
ସର୍ବ ବନ୍ଧୁଙ୍କୁ ହୋଲିର ଜୁହାର ।

ରଙ୍ଗ ଲିଭାଏ ସବୁ ପରିଚୟ
ଆତ୍ମା ଆତ୍ମିକ ଆନନ୍ଦେ ଉଦୟ ।

ଥରେ ରଙ୍ଗ ବୋଳି ଦେଲେ ଦେହରେ
ଗୋରା କଳା ଦିଶନ୍ତି ଏକାକାରେ ।

ଧନି ଗରିବ ବାରି ନହୁଅଇ
ପଦ ମର୍ଯ୍ଯାଦା ସବୁ ଭୁଲି ଯାଇ ।

ସ୍ନହେ ସରବେ ହୋନ୍ତି ଏକ ମେଳ
କଳା କାହ୍ନୁର ଏ ପ୍ରେମ ଭିଆଣ ।

ସର୍ବେ ସିନା ବାବୁ ଆତ୍ମ ସ୍ୱରୂପ
ଏହି ତତ୍ୱ ବାଣ୍ଟେ ହୋଲି ଉତ୍ସବ ।

ସ୍ତିରୀ ପୁରୁଷ ହୁଅଇ ଶରୀର
ଆତ୍ମା ନୁହଇ ନାରୀ ଅବା ନର ।

ନମେ ପୟରେ ହେ ବ୍ରଜ ସୁନ୍ଦର
ନନ୍ଦକୁମର ଯଶୋଦା ଦୁଲାଳ ।

ଲକ୍ଷ୍ମୀଧର ନାୟକ

Mo Lekha : Facebook post – 20.03.2019


Share it

Leave a comment

Your email address will not be published. Required fields are marked *

Verified by MonsterInsights