ସେଭଳି ସତ ସାହସୀ ବ୍ୟକ୍ତି ଆମର ମୁଖ୍ୟ ଶାସନ ସଚିବ ହୋଇ ପାରି ନାହାନ୍ତି ଆଜିଯାଏ

Share it

Mo Lekha
My Facebook Post: 25th August 2022

ମୁଁ ଆଜି ଗ୍ରାମ୍ୟ ନିର୍ମାଣ ବିଭାଗ ଇଞ୍ଜିନିୟର ଇନ୍ ଚିଫ୍ ଙ୍କୁ ଭେଟିବାକୁ ଯାଇଥିଲି , ମୋର ଦୁଇଟି ବ୍ୟକ୍ତିଗତ କାମର ଅଗ୍ରଗତି ସମ୍ପର୍କରେ ବୁଝିବା ପାଇଁ, ତନ୍ମଧ୍ୟରୁ ଗୋଟିଏ କାମ ହେଲା ମୋ ପଞ୍ଚାୟତର କଳାଖଣ୍ଡ ବ୍ରିଜ୍ କଥା ଓ ଦ୍ୱିତୀୟ ଟି ହେଲା ସୁଜନପୁର ଠାରୁ ଅଭିମନ୍ୟୁ ସାମନ୍ତ ସିଂହାର ସେତୁ, ଖରିପଡିଆ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ରାସ୍ତାର ପ୍ରଶସ୍ତିକରଣ କାମ ।

ଫେରିଲା ବେଳକୁ ସୁମନ ଗାଡି ଆଣିବାକୁ ଟିକେ ଡେରି କଲା, ତେଣୁ ପୋର୍ଟିକୋରେ ମୋତେ କିଛି ସମୟ ଅପେକ୍ଷା କରିବାକୁ ପଡିଲା ।

ସେଠାରେ ଛିଡା ହୋଇଥିବାବେଳେ ସେ କାନ୍ଥରେ ସ୍ଥାୟୀ ଭାବେ ଲେଖା ହୋଇଥିବା ଗୋଟେ ଲେଖା ଉପରେ ମୋର ନଜର ପଡିଲା । ଲେଖାଟିକୁ ସମ୍ପୂର୍ଣ୍ଣ ପଢିଲି, ମନଟା କିଛି ସମୟ ପାଇଁ ଖୁସି ହୋଇଗଲା ଏ ଲେଖାଟିକୁ ଦେଖି (ଧଳା ଫଟୋ ) ।

କୃତଜ୍ଞତାରେ ମନ ଭରିଗଲା ଯାହାଙ୍କ ନିର୍ଦ୍ଦେଶରେ ଏ ଲେଖାଟି ଲେଖାଯାଇଛି – ତାଙ୍କ କଥା ଭାବି ।

ଭାରତ ବର୍ଷରେ ବୋଧହୁଏ ନବୀନ ସରକାର ଏକମାତ୍ର ସରକାର ଯିଏ ସାହସ କରି ଏ ହଳଦିଆ ଲେଖାଟି ଲେଖିଛନ୍ତି, ଦୁଇ ତିନି ବର୍ଷ ପୂର୍ବରୁ।

ଗ୍ରାମ୍ୟ ଉନ୍ନୟନ ସଚିବ ଭାବରେ ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀ କିମ୍ବା ପ୍ରଦୀପ କୁମାର ଜେନା ବୋଧହୁଏ ପ୍ରଥମ ସଚିବ ଯିଏ ସତ ସାହସର ସହ ନବୀନଙ୍କ ସେ ଲେଖାଟିକୁ ନିଜ ବିଭାଗୀୟ ଅଫିସ୍ ମୁଖ୍ୟ ଦ୍ୱାର କାନ୍ଥରେ ସ୍ଥାୟୀ ଭାବରେ ଲେଖିଛନ୍ତି । – ଧଳା ଲେଖା –

ମୁଁ ଆଜି ଅନ୍ୟ କେତେକ ଅଫିସ ବି ଗଲି, କାହିଁ ନବୀନଙ୍କ ସେ ନିର୍ଦ୍ଦଶ ତ ଅନ୍ୟ କେଉଁ ଅଫିସ ସାମନାରେ ଲେଖା ହେବା ମୁଁ ଦେଖିଲି ନାହିଁ ।

ଅଥଚ ସେଭଳି ସତ ସାହସୀ ବ୍ୟକ୍ତି ଆମର ମୁଖ୍ୟ ଶାସନ ସଚିବ ହୋଇ ପାରି ନାହାନ୍ତି ଆଜିଯାଏ । ମନ ବହୁତ ଦୁଃଖ ହେଲା ଏଥିପାଇଁ।

କୋଉ ଦିନ ମେଘ ଛାଡିବ, ବନ୍ୟା ରିଲିଫ୍ ଦିଆ ସରିବ, ସରକାର ହୁଏତ ଦୟାକରି ପ୍ରଦୀପ କୁମାର ଜେନାଙ୍କୁ ଚିଫ୍ ସେକ୍ରେଟାରୀ କରିବେ, ଦେଖାଯାଉ ।

ଧଳା ହଳଦିଆ ଉଭୟକୁ ପଢିବେ ।

ମୁଁ ଭାବୁଛି ସେଥିରୁ କିଛି ଛାପି ଯେଉଁ ଅଫିସକୁ ଯିବି ସେ ଅଫିସ କାନ୍ଥରେ ଗୋଟେ ଓ ସବୁ ଅଫିସରଙ୍କ ଟେବୁଲ ଉପରେ ଗୋଟେ ରଖିଦେବି ।


Laxmidhar Nayak
My Facebook Post: 25th August 2022


Share it

Leave a comment

Your email address will not be published. Required fields are marked *

Verified by MonsterInsights