ସୁଭଦ୍ରା ଯୋଜନାକୁ ରାଜ୍ଯ ସରକାରଙ୍କ ମଞ୍ଜୁରୀ : ଜାଣନ୍ତୁ କେଉଁମାନେ ପାଇବେ ଓ କେଉଁମାନେ ପାଇବେ ନାହିଁ

Share it

ଅଳପ ଖବର
23rd August 2024

ସୁଭଦ୍ରା ଯୋଜନାକୁ ରାଜ୍ଯ ସରକାରଙ୍କ ମଞ୍ଜୁରୀ : ଜାଣନ୍ତୁ କେଉଁମାନେ ପାଇବେ ଓ କେଉଁମାନେ ପାଇବେ ନାହିଁ

ବିଧାନସଭା ଗୃହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାହନ ଚରଣ ମାଝୀଙ୍କ ଘଷଣା, ତା 23.08 .24

ଆଜି ଏହି ଶୁଭ ଦିନରେ ମୁଁ ମହିଳା ସଶକ୍ତିକରଣ କ୍ଷେତ୍ରରେ ଯୁଗାନ୍ତକାରୀ ଯାଜନା “ସୁଭଦ୍ରା” କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ସମ୍ପର୍କରେ ଆପଣମାନଙ୍କୁ ଅବଗତ କରାଉଛି।

୨୨ ଅଗଷ୍ଟ ୨୦୨୪ ତାରିଖରେ ଲୋକସେବା ଭବନରେ ଆୟୋଜିତ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଅନୁଯାଇ ଏହି ଯାଜନା ଆର୍ଥିକ ବର୍ଷ ୨୦୨୪-୨୫ ରୁ ଆରମ୍ଭ ହାଇ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

ଏଥିପାଇଁ ୫୫,୮୨୫ କାଟି ଟଙ୍କା ବଜେଟ ଧାର୍ଯ୍ଯ କରାଯାଇଛି ।

ଏହି ଯୋଜନା ରାଜ୍ୟର ୧ କୋଟିରୁ ଉର୍ଦ୍ଧ୍ୱ ମହିଳାମାନଙ୍କ ଜୀବନରେ ପରିବର୍ତ୍ତନ ଆଣବ । ଏଥିରେ ରାଜ୍ୟର ୨୧ ବର୍ଷ କିମ୍ବା ତଦୁର୍ଦ୍ଧ ଏବଂ ୬୦ ବର୍ଷ ପର୍ଯ୍ୟନ୍ତ ସମସ୍ତ ଯୋଗ୍ୟ ମହିଳାମାନଙ୍କୁ ସାମିଲ କରାଯିବ ।

ପ୍ରତିବର୍ଷ ସମସ୍ତ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମା ଦିବସ ଏବଂ ଅନ୍ତର୍ଜାତୀୟ ମହିଳା ଦିବସ (୮ ମାର୍ଚ୍ଚ) ରେ ୫,୦୦୦/- ଟଙ୍କା ଲେଖାଏ ବାର୍ଷିକ ମାଟ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ । ତେଣୁ, ପାଞ୍ଚ ବର୍ଷରେ ଜଣେ ଯୋଗ୍ୟ ମହିଳା ହିତାଧିକାରୀ ମାଟ ୫୦,୦୦୦ ଟଙ୍କା ପାଇବେ।

ସହାୟତା ପ୍ରଦାନରେ ସ୍ୱଚ୍ଛତାକୁ ନିଶ୍ଚିତ କରିବା ପାଇଁ ଆଧାର ପେମଣ୍ଟ ବ୍ରିଜ୍ ସିଷ୍ଟମ (APBS) ମାଧ୍ୟମରେ ରାଜ୍ୟର ହିତାଧିକାରୀମାନଙ୍କ ଆଧାର-ସକ୍ଷମ (DBT) ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଆର୍ଥିକ ସହାୟତା ପଠାଯିବା ସଙ୍ଗେ ସଙ୍ଗେ ହିତାଧିକାରୀମାନଙ୍କୁ ଏକ “ସୁଭଦ୍ରା” ଡେବିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯିବ ।

ଏତଦ ବ୍ୟତୀତ, କୌଣସି ସରକାରୀ ଯୋଜନାରେ ମାସିକ ୧,୫୦୦ ଟଙ୍କା କିମ୍ବା ତଦୁର୍ଦ୍ଧ ଅଥବା ବାର୍ଷିକ ୧୮,୦୦୦ ଟଙ୍କା କିମ୍ବା ତଦୁର୍ଦ୍ଧ ସହୟତା ରାଶି ପାଉଥିବା ମହିଳାମାନେ ‘ସୁଭଦ୍ରା ‘ ଯାଜନାରେ ସାମିଲ ହବା ପାଇ ଯୋଗ୍ୟ ବିବେଚିତ ହେବେ ନାହିଁ।

ଏହି ଯାଜନାରେ ଅନ୍ତର୍ଭୁକ୍ତ ରହିବା ପାଇଁ ମହିଳାମାନେ ଅଙ୍ଗନୱାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ସେବା କେନ୍ଦ୍ର, ଇତ୍ୟାଦିରେ ମାଗଣାରେ ଉପଲବ୍ଧ ଫର୍ମ୍ ପୁରଣ କରି ଆବେଦନ କରିପାରିବେ ।

‘ସୁଭଦ୍ରା’ ପାଇଁ ଏକ CALL CENTRE ମଧ୍ୟ କାର୍ଯ୍ଯକ୍ଷମ ହେବ ।

ଏହାର କାର୍ଯ୍ୟକାରିତା ଏବଂ ତଦାରଖ କରିବାକୁ ମହିଳା ଏବଂ ଶିଶୁ
ବିକାଶ ବିଭାଗ ଏକ “ସୁଭଦ୍ରା” ସମିତି (ସୋସାଇଟି) ଗଠନ କରିବ। “ସୁଭଦ୍ରା ” ଯୋଜନାର ଶୁଭାରମ୍ଭ ଯଥାଶୀଘ୍ର କରିବା ପାଇଁ ଆମ ସରକାର ପଦଷେପ ନେଉଛନ୍ତି।

“ସୁଭଦ୍ରା” ଯାଜନାର ସଫଳ କାର୍ଯ୍ଯାନ୍ବୟନ ପାଇଁ ଏବଂ ଏହି ଯୋଜନାରୁ ଯପେରି କୌଣସି ଯୋଗ୍ୟ ମହିଳା ବଞ୍ଚିତ ନ ହୁଅନ୍ତି ସେଥିପାଇଁ ମୁଁ ଏହି ପବିତ୍ର ଗୃହରେ ଆପଣମାନଙ୍କର ସକ୍ରିୟ ସହଯୋଗ କାମନା କରୁଅଛି ।


Share it

Leave a comment

Your email address will not be published. Required fields are marked *

Verified by MonsterInsights