ସବୁ ସରକାର ସବୁ ବିଭାଗର ବଜେଟ୍ ର ଅତି କମ୍ ରେ 5% ରିସର୍ଚ୍ଚ ଏଣ୍ଡ ଡେଭେଲପମେଣ୍ଟ ବାବଦରେ ଖର୍ଚ୍ଚ କରନ୍ତୁ

Share it

Mo Lekha
My Facebook Post: 24th August 2023

ଚନ୍ଦ୍ରଯାନ -3 ଚନ୍ଦ୍ର ପୃଷ୍ଠରେ ସଫଳତାର ସହ ଅବତରଣ କରି ପାରିଲା। ଭଲ କଥା ।

ଗତ ଥର ପଠାଯାଇଥିବା ଚନ୍ଦ୍ରଯାନ – 2 ସଫଳତାର ସହ ଅବତରଣ କରି ପାରି ନଥିଲା , ବୈଷୟିକ ତୃଟି ହେତୁ ।

ମୁଁ ସେଥିପାଇଁ ସବୁବେଳେ କହୁଛି କି ସବୁ ସରକାର ସବୁ ବିଭାଗର ବଜେଟ୍ ର ଅତି କମ୍ ରେ 5% ରିସର୍ଚ୍ଚ ଏଣ୍ଡ ଡେଭେଲପମେଣ୍ଟ ବାବଦରେ ଖର୍ଚ୍ଚ କରନ୍ତୁ,

ତାହା ସାଇନ୍ସ ଏଣ୍ଡ ଟେକ୍ନୋଲୋଜି ବିଭାଗ ହେଉ କି ନିର୍ମାଣ ବିଭାଗ କିମ୍ବା କୃଷି, ଜଳ ସମ୍ପଦ, ଗ୍ରାମ୍ଯ ଉନ୍ନୟନ, ସମବାୟ, ଆଇନ, ସଂସ୍କୃତି ପରମ୍ପରା, ଇତିହାସ, ସାହିତ୍ଯ , ଖେଳ , ଆଇନ ଶୃଙ୍ଖଳା, ସୂଚନା ପ୍ରସାରଣ, ଯେକୌଣସି ବିଭାଗ ହେଉ ଏପରିକି ପିସି କାରବାର, ଦଲାଲି, ପ୍ରଭାକରନର ଭୁବନେଶ୍ବରରେ 49 ପ୍ଲଟ୍ କିଣା ଓ ଅପରାଜିତାଙ୍କ ଭେଣ୍ଡିଙ୍ଗ ଜୋନ୍ ରେ ହୋର୍ଡିଙ୍ଗ ଲଗା , ଶିକ୍ଷୟିତ୍ରୀଙ୍କ ପାଇଁ ଶାଢୀ ବାଛିବା ପର୍ଯ୍ୟନ୍ତ ସବୁ କିଛି ଉପରେ ଗବେଷଣାର ଆବଶ୍ଯକତା ଅଛି, ମୋ ଫେସବୁକ୍ ଲେଖା ଉପରେ ବି, ହା ହା ହା

ଶହ ଶହ ବର୍ଷ ରିସର୍ଚ୍ଚ ପରେ ହୁଏତ ପାଞ୍ଚ ଦଶଟା ସଫଳତା ମିଳିଲେ ମିଳେ ଅଥବା ନ ମିଳେ,

ସରକାର ଓ ଲୋକ ଭାବନ୍ତି ଏଗୁଡା ଅଯଥା ଖର୍ଚ୍ଚ, ଆମ ରିସର୍ଚ୍ଚ ବିଜ୍ଞାନୀ ଅପାରଗ ଅସଫଳ- ଏହା ହିଁ ଗୋଟେ ଦେଶର ପଛୁଆପଣର ଅନ୍ଯତମ ମୁଖ୍ଯ କାରଣ, ସେକଥା ଆଜି ବି ଆମେ ବୁଝିପାରିଲେ ନାହିଁ, ତାହା ହିଁ ଦୁଃଖ ,

ଚନ୍ଦ୍ରଯାନ – 2 ଅସଫଳ ହେବା ଦୁଃଖ ନୁହେଁ କି ଚନ୍ଦ୍ରଯାନ – 7 ପର୍ଯ୍ୟନ୍ତ ଅସଫଳ ହୋଇଥିଲେ ଦୁଃଖ କରିବା କଥା ବି ନୁ୍ହଁ

ଏପରି ଗବେଷଣା କାମ ପର୍ଯ୍ଯାପ୍ତ ଭାବରେ କରା ନଗଲାରୁ ଆମ ରାଜ୍ଯର, ଆମ ଦେଶର ବହୁ ମେଧାବି ମଣିଷମାନେ ବାହାର ଦେଶମାନଙ୍କୁ ଚାଲିଯିବାକୁ ଅଧିକ ପସନ୍ଦ କରୁଥିବା ଦେଖାଯାଉଛି,

ଏମିତି ହେଉଥିବ ଆମ ନବରତ୍ନ କୁମ୍ପାନୀ (?) ନାଲକୋ, ବେଦାନ୍ତ, ଉତ୍କଳ ଆଲୁମିନା ଇତ୍ଯାଦି ନିର୍ବୁଦ୍ଧିଆ ବେପାରୀ ମାନେ, ପୋତା ସମ୍ପଦ ବିକା ଦଲାଲମାନେ ଆଦିବାସୀର ପୋତା ବକ୍ସାଇଟକୁ ବିଭିନ୍ନ ଆଇନ କାନୁନ ସାମ ଦଣ୍ଡ ଭେଦ ଲଗେଇ ପାହାଡ ମଥାକୁ ଚୁରି ତାକୁ ଧୋଇ ଧାଇ ପରିଷ୍କାର କରି ଆଲୁମିନା ପାଉଡର କରି ହୁଏତ କିଲ ସତୁରି ପଞ୍ଚସ୍ତରୀ ଟଙ୍କାରେ ବିଦେଶୀ କମ୍ପାନୀ ମାଲିକଙ୍କୁ ବିକି ଦେଉଛନ୍ତି,

ସେଥିରେ ସେମାନେ ସେମାନଙ୍କର R&D ଜ୍ଞାନ କୁ ଲଗେଇ ମନେକର ଗୋଟେ ମଟରସାଇକେଲ ଇଞ୍ଜିନ କରିଦେଲେ, ଯାହାର ଓଜନ ଦଶ କିଲ ହେବ, ଦଶ କିଲ ମାନେ ଆମ ହିସାବରେ 75×10 =750 ଟଙ୍କା ହେବା କଥା, କିନ୍ତୁ ଇଞ୍ଜିନର ଦାମ୍ କେତେରେ ବିକ୍ରି କରନ୍ତି ସେମାନେ ? 15 ହଜାର ହେଉଥିବ କି ନାହିଁ ? ଯଦି ସେ ଆଲୁମିନାକୁ ସେମାନେ ରାଫେଲ କରିଦେଲେ ତ ଦାମ୍ 1500 କୋଟି ହେଲେ ବି ଆମେ କିଣିବା, ନା ନାହିଁ ?

ହଁ ମୁଁ କହୁଥିଲି ଯେ,
ଏପରି ଗବେଷଣା କାମ ପର୍ଯ୍ଯାପ୍ତ ଭାବରେ କରା ନଗଲାରୁ ଆମ ରାଜ୍ଯର, ଆମ ଦେଶର ବହୁ ମେଧାବି ମଣିଷମାନେ ବାହାର ଦେଶମାନଙ୍କୁ ଚାଲିଯିବାକୁ ଅଧିକ ପସନ୍ଦ କରୁଥିବା ଦେଖାଯାଉଛି,

ଯାଆନ୍ତୁ, ପୃଥିବୀ ତ ମଣିଷର, ଯିଏ ଯୁଆଡେ ଇଚ୍ଛାକରି ଯାଉଛନ୍ତି ଯାଆନ୍ତୁ,

କିନ୍ତୁ ମୋ ରାଜ୍ଯରେ ମୋ ଦେଶରେ ରିସର୍ଚ୍ଚ ଏଣ୍ଡ ଡେଭେଲପମେଣ୍ଟ ପାଇଁ ସୁଯୋଗ ନଥିବାରୁ ରାଜ୍ଯ, ଦେଶ ଛାଡି ଚାଲିଯିବା ଶୁଭଙ୍କର ନୁହେ,

ଏହାକୁ ଦୂରଦୃଷ୍ଟିହୀନତା ହିଁ କୁହାଯାଇପାରିବ

ତେଣୁ ସରକାର, ଏବେ ତ କଥା ମାନ,
ସବୁ ବିଭାଗ ବଜେଟର 5% ନହେଲେ ବି 1% କି 2% ତ ଅନ୍ତତ R&D ପାଇଁ ବ୍ଯବସ୍ଥା କର ,

କିଛି ଭଲ କଥା ତ ଭାବ
ଖାଲି ଆଇ.ଏ.ଏସ. ହେଇ, ମନ୍ତ୍ରୀ ହେଇ ଫାଇଲରେ Yes No Very Good Aproved as Above ଲେଖି ଦରମା ନେଇ ପେଟ ପୋଷିବା କାମ ତ ଯେ କେହି କରି ପାରିବ

( ମୋ ଏ ଅପରାଜିତା ଚାରା ଓ ପଣସ ଚାରାର ପତ୍ରରେ ଏପରି ଧଳା ଧଳା ଚିହ୍ନ କାହିଁକି ହେଇ ଯାଉଛି ? ଏହାର ପ୍ରଭାବ କଣ ହେବ? ଏହାର ପ୍ରତିକାର କଣ ? କେହି ଜାଣିଥିଲେ ଏବେ କୁହନ୍ତୁ ।

ଯିଏ ସଠିକ ଉତ୍ତର ଦେଲେ ସେ ଏକଥା ବି କୁହନ୍ତୁ ଯେ ସେ ଏକଥା କେମିତି ଜାଣିଲେ, କାହିଁକି ଜାଣିଲେ, କେବେ ଜାଣିଲେ ?

ଏ ପଦକ କଥା ଜାଣିବା କହିବା ପାଇଁ କେତେ ପଇସା ଖର୍ଚ୍ଚ ହୋଇଥିଲା କେତେ ସମୟ ଖର୍ଚ୍ଚ ହୋଇଥିଲା ସେକଥା ନକହିଲେ ନକୁହନ୍ତୁ ପଛକେ )

Laxmidhar Nayak
My Facebook Post: 24th August 2023


Share it

Join the Conversation

1 Comment

  1. ସୁଲେଖାରେ ସବୁ ଲେଖା ସତ୍ୟ ଓ ସାଂଗଠାନିକ ଭିତ୍ତିକ ହେଇ ପାରିଛି । ଏଥିରେ ଦର୍ଶାଅ ଯାଇଥିବା RESEARCH AND DEVELOPMENT କଥା ତି ପ୍ରଶଂସନୀୟ । କିନ୍ତୁ ଯିଏ ଏହାକୁ କାର୍ଯ୍ୟକାରୀ କରିବା ଉଚିତ୍ ସେ ଯଦି ଭଲରେ ନ ପଢ଼ି ଫର୍ଜୀ ପ୍ରମାଣ ପତ୍ର ରେ ପେଟ ପୋଷିବାକୁ ଚାକିରି କରିଥିବ ସେ technology ବିଷୟରେ କଣ ଜନିଥିବ ଯେ ସେ ଏହାକୁ ସୁଦୂର ପ୍ରସାରି କରି ଭାରତର ନାମ କୁ ଉଚ୍ଚ ରେ ରଖିବ । ଦେଶ ସ୍ବାଧୀନ ପରେ ଯେଉଁ କେତେଜଣ ଇଂରେଜ ଗୋଲାମୀ କରୁଥିଲେ ସେଇ ମାନଙ୍କ ପିଲା ଆଜି ଦେଶର ଶିକ୍ଷାଧିଶ, ନ୍ୟୟଧିଶ, ଶାସନାଧିଶ, ମଠାଧୀଶ ହେଇଛନ୍ତି ସତ କିନ୍ତୁ ଦେଶ ପ୍ରତି ସମର୍ପିତ o ଆନୁଗତ୍ୟ କାହିଁ ? ଯିଏ ଯାହା ପାଇଁ ଫିଟ୍ ତକ ସେଇଆ ନ ଦେଇ ଅନ୍ୟ କାମ ଦେଲେ ସେ କଣ ଭଲରେ କରି ପାରିବ । ତଥାପି ଖାଇବାକୁ ବା ବନ୍କଚିବାକୁ ରିବାକୁ ହେବ ।
    ଆଗାମୀ ଲେଖା ପ୍ରତୀକ୍ଷାରେ…
    ଗଗନ ବିହାରୀ ନାୟକ

Leave a comment

Your email address will not be published. Required fields are marked *

Verified by MonsterInsights