ସବୁ ତ ପ୍ରାଇଭେଟାଇଜ୍ ହେବ, ତାହେଲେ ଓବିସି, ଏସ ସି, ଏସଟି ରିଜର୍ଭେସନ୍ କେଉଁ କାମରେ ଲାଗିବ ?

Share it

Mo Lekha
Laxmidhar Nayak
My Facebook Post: 13th August 2021

ସବୁ ତ ପ୍ରାଇଭେଟାଇଜ୍ ହେବ, ତାହେଲେ ଓବିସି, ଏସ ସି, ଏସଟି ରିଜର୍ଭେସନ୍ କେଉଁ କାମରେ ଲାଗିବ ? ଏ କଥାକୁ ନେଇ ବଡ ଦ୍ୱନ୍ଦରେ ରହୁଛନ୍ତି ଏସ ସି, ଏସ ଟି, ଓବିସି ବର୍ଗର ଛାତ୍ର ଛାତ୍ରୀ ଓ ତାଙ୍କ ଅଭିଭାବକମାନେ ।

ଅର୍ଥମନ୍ତ୍ରୀ ଶିଳ୍ପପତିମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଅର୍ଥ ବ୍ୟବସ୍ଥାକୁ ଆଗକୁ ନେବା ପାଇଁ ଆବଶ୍ୟକ ସ୍ଥଳେ ଆଇନର ସଂଶୋଧନ କରାଯାଇଛି ।

ସରକାରୀ ଜେନାରଲ ଇନ୍ସ୍ୟୁରାନ୍ସ କମ୍ପାନୀ ଓ ଅନ୍ୟ ସରକାରୀ କମ୍ପାନୀକୁ ଘରୋଇକରଣ କରିବା ନେଇ ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ ।

ଡିଆଇପିଏମ ସେକ୍ରେଟାରୀ ତୁହିନ କାନ୍ତ ପାଣ୍ଡେ କହିଥିଲେ ଯେ, ଏୟାର ଇଣ୍ଡିଆ, ଭାରତ ପେଟ୍ରୋଲିୟମ କର୍ପୋରେସନ ଲି.ର ଘରୋଇକରଣ ଚଳିତ ବର୍ଷ ହୋଇଯିବ ।

ସିପିଂ କର୍ପୋରେସନ ଅଫ୍ ଇଣ୍ଡିଆ, ଭାରତ ୟାର୍ଥ ମୁଭର୍ସ ପ୍ରା. ଲି., ପୱନ ହଂସ ଓ ନିଳାଚଳ ଇସ୍ପାତ ନିଗମ ଲି.ର ଘରୋଇକରଣ ନେଇ ବିଡର୍ସ ଆଶାୟୀ ରହିଛନ୍ତି ।

ସରକାର ଚଳିତ ବର୍ଷର ବଜେଟରେ ୧.୭୫ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେଥିପାଇଁ ଦୁଇଟି ସରକାରୀ ବ୍ୟାଙ୍କ ଓ ଏଲଆଇସିର ଅଂଶଧନ ବିକ୍ରି ମଧ୍ଯ କରାଯିବ ବୋଲି ଶ୍ରୀ ପାଣ୍ଡେ କହିଥିଲେ ।

ସବୁ ତ ପ୍ରାଇଭେଟାଇଜ୍ ହେବ, ତାହେଲେ ଓବିସି, ଏସ ସି, ଏସଟି ରିଜର୍ଭେସନ୍ କେଉଁ କାମରେ ଲାଗିବ ? ଏ କଥାକୁ ନେଇ ବଡ ଦ୍ୱନ୍ଦରେ ରହୁଛନ୍ତି ଏସ ସି, ଏସ ଟି, ଓବିସି ବର୍ଗର ଛାତ୍ର ଛାତ୍ରୀ ଓ ତାଙ୍କ ଅଭିଭାବକମାନେ । ଏହା ସରକାରଙ୍କ ପ୍ରତି ଏକ ରକମ ଗୋଟେ ଅବିଶ୍ୱାସ ଭାବନା ସୃଷ୍ଟି କରିବାରେ ବ୍ୟାପକ ସହାୟକ ହେଉଛି।

Laxmidhar Nayak
My Facebook Post: 13th August 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights