ସାବଧାନ ସାବଧାନ ସେ ତ ଗରବ ଗଂଜନ

Share it

Mo Lekha
My Facebook Post: 16th August 2018

ସାବଧାନ ସାବଧାନ
ସେ ତ ଗରବ ଗଂଜନ
ରଖିବନି କାର ଟାଣ

ସୁଦାମାର ପାଦ ଝାଡେ
ବ୍ରହ୍ମାର ବି କାନ ମୋଡେ
ଗରବ ଗଂଜନ ବାନା
ଉଡାଉଛି ଫରଫର
ସାବଧାନ ସାବଧାନ

ଗୋବର୍ଦ୍ଧନନ ଟେକୁଥାଏ
ଶିକାକୁ ହାତ ନ ପାଏ
ଆଣ୍ଠୁମାଡି ବସିପଡେ
ସୁବଳ ପିଠିରେ ଚଢେ
ଇଦ୍ର ବନ୍ଦଇ ଚରଣ
ଦେଖାଇଲେ ଟାଣପଣ
ସାବଧାନ ସାବଧାନ

ତେନ୍ତୁଳି ଛାଟକୁ ଡରେ
ମହାଯୁଦ୍ଧ ଜିତିପାରେ
ଡରୁଆ, ଛେରୁଆ ଦୁଇ
ଅବୁଝା, ହୁଣ୍ଡା କୁ ନେଇ
ଅହଂକାର ଧୂଳିଚାଟେ
ହତ ଦୁର୍ଯ୍ଯୋଧନ କର୍ଣ୍ଣ
ସାବଧାନ ସାବଧାନ

ଗାଈ ଜଗି ନପାରଇ
କୋଟି ବ୍ରହ୍ମାଣ୍ଡ ଚଳାଇ
ଯା ସର ଲବଣୀ ଖାଏ
କାଣି କଉଡି ନ ଦିଏ
ଶୁଝିବାକୁ ଖୁଦ ଋଣ
ଅଜାଡେ ମହଣ ସ୍ୱର୍ଣ୍ଣ
ସାବଧାନ ସାବଧାନ

କୋଟି ବିଶ୍ୱ ଗର୍ଭେ ଥାଇ
ତାକୁ ଯଶୋଦା ବାନ୍ଧଇ
ଯା ପାଇଁ ମିଛ ଈଶ୍ୱର
ତହୁଁ ମିଛ ନିରୀଶ୍ୱର
ସତ୍ଯ ଅସତ୍ଯ ଉର୍ଦ୍ଧ୍ବରେ
କେ ସେ ଶବଦ ବର୍ଣ୍ଣିପାରେ
ଶବ୍ଦ ହୋଇନି ସୃଜନ
କଳିବାକୁ ଯେଉଁ ଗୁଣ
ତାରେ ବଡିମା ବଖାଣ
ସାବଧାନ ସାବଧାନ

ଟେକିଦେଲେ ଦୁଇ ହାତ
ଯା ଭେଦେ ଚଂଚଳ ଚିତ୍ତ
ସରବ ନାଥ, ଅନାଥ
ଭାବେ ଅଭାବେ ଜଗନ୍ନାଥ
ଜ୍ଞାନ ଗୁଣ ଅହଂକାର
ସର୍ବ ନାଶେ ସୁ ଦର୍ଶନ
ସାବଧାନ ସାବଧାନ

ଲକ୍ଷ୍ମୀଧର ନାୟକ
My Facebook Post: 16th June 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights