ସତ କହିବେ

Share it

ସତ କହିବେ

1. ଆପଣଙ୍କ ଗାଁ ରୁ କେତେ ପିଲା ନିଜ ବାପା ମା ସ୍ତ୍ରୀ ପିଲାଙ୍କୁ ଗାଁ ରେ ଛାଡି ନିଜ ପରିବାରର ଭରଣ ପୋଷଣ ପାଇଁ କେରଳ, ସୁରଟ, ହାଇଦରାବାଦ, ଦିଲ୍ଲୀ, ହରିଆନା ଇତ୍ଯାଦି ବାହାର ରାଜ୍ୟରେ କାମ କରୁଛନ୍ତି ?

2. ଆପଣମାନଙ୍କ ଜିଲ୍ଲାରେ ଆଗରୁ ଥିବା କେଉଁ କେଉଁ ଶିଳ୍ପ, କେତେଟା ଶିଳ୍ପ କାରଖାନା ବିଗତ 25 /30 ବର୍ଷ ଭିତରେ ବନ୍ଦ ହୋଇଛି ଏବଂ ସେ ସଂସ୍ଥା ମାନଙ୍କରେ କେତେ ଲୋକ କାମ କରି ପରିବାର ପୋଷୁଥିଲେ ?

3. ବିଗତ 24 ବର୍ଷ ଭିତରେ ଆପଣଙ୍କ ଜିଲ୍ଲାରେ କେଉଁ କେଉଁ ନୁଆ ଶିଳ୍ପ କାରଖାନା ବସିଛି ଓ ସେଠାରେ ଆପଣଙ୍କ ଗାଁ ର କେତେ ଲୋକ କାମ ଦାମ ମୂଲ ମଜୁରୀ କରୁଛନ୍ତି ?

4. ବିଗତ 24 ବର୍ଷ ଭିତରେ ଓଡିଶାର କେତେଟା ଲୁହା ପଥର ବକ୍ସାଇଟ ମାଙ୍ଗାନିଜ ଚୁନପଥର ଇତ୍ଯାଦି ଖଣି ବିକ୍ରି ହୋଇଛି ଓ କେତେ ଜଣ ଓଡିଆ ସେ ଖଣି କିଣିଛନ୍ତି ବା ଲିଜ୍ ନେଇଛନ୍ତି ?

5. ଆପଣଙ୍କ ଗାଁ ସ୍କୁଲରେ କେତେ ଜଣ ଶିକ୍ଷକ ଆବଶ୍ଯକ ଓ ଏବେ କେତେ ଜଣ ଅଛନ୍ତି ?

6. ଆପଣଙ୍କ ଗାଁ ର ସ୍ବୟଂ ସହାୟକ ମହିଳା ଗୋଷ୍ଠିମାନେ କି କି ଦ୍ରବ୍ଯ ଉତ୍ପାଦନ କରି ମାସକୁ କେତେ ଟଙ୍କା ରୋଜଗାର କରୁଛନ୍ତି ?

7. ବିନା ଲାଞ୍ଚରେ ଆପଣଙ୍କ ସରପଞ୍ଚ ଆପଣଙ୍କୁ ସରକାରୀ ଘର, ଠିକା କାମ ଦିଅନ୍ତି କି ? ବିନା ପିସିରେ ଆପଣଙ୍କ ଜେଇ , ବିଡିଓ ଆପଣଙ୍କ ବିଲ୍ ପାସ୍ କରନ୍ତି କି ? ବିନା ଲାଞ୍ଚରେ କୈଣସି ସରକାରୀ ଅଫିସର ଆପଣଙ୍କ କାମ କରିବା କଥା ଆପଣ ଜାଣନ୍ତି କି ?

8. ସଭା ସମିତି କରିବାକୁ , ଦଳୀୟ ରାଲି କରିବାକୁ, ଭୋଟ୍ ଦେବାକୁ ଆପଣଙ୍କ ନିଜ ନିଜ ଦଳର ନେତାମାନେ କେତେ ଟଙ୍କା ଲେଖାଏ ଦିଅନ୍ତି ଓ ସେ ଟଙ୍କା ସେମାନେ କେଉଁଠୁ ଆଣନ୍ତି ?

9. ଆପଣଙ୍କ ବିଧାୟକଙ୍କୁ, ଆପଣମାନଙ୍କୁ ସରକାରୀ ଅଫିସର, ବିଭାଗୀୟ ସଚିବମାନେ ନମସ୍କାର କରନ୍ତି ନା ଆପଣଙ୍କ ବିଧାୟକମାନେ ଅଫିସରମାନଙ୍କୁ ନମସ୍କାର କରନ୍ତି ?

10. ଆପଣମାନେ କେବଳ ମତଦାତା ବା ଗଣତନ୍ତ୍ରର ମାଲିକ ହୋଇ ରହିବାକୁ ପସନ୍ଦ କରନ୍ତି ନା କୈଣସି ଦଳର ଦଳୀୟ କର୍ମୀ ହେବାକୁ ଅଧିକ ପସନ୍ଦ କରନ୍ତି ?

ବେଶୀ ନହେଲା ନାହିଁ, ମାତ୍ର ଏଇ 10 ଟି ପ୍ରଶ୍ନର ଉତ୍ତର ଖୋଜନ୍ତୁ

ଏ ଉତ୍ତର କାହାକୁ ଦେବା ଆବଶ୍ୟକ ନାହିଁ, କେବଳ ନିଜ ମନକୁ ଏ ସବୁ ପ୍ରଶ୍ନ ପଚାରନ୍ତୁ ଏବଂ ନିଜ ବିବେକକୁ ଏହାର ଉତ୍ତର ଦିଅନ୍ତୁ

Laxmidhar Nayak
My Facebook Post: 5th September 2023


Share it

Leave a comment

Your email address will not be published. Required fields are marked *

Verified by MonsterInsights