ସାଢେ ଚାରି କୋଟି ନୁହେଁ, ଅଖଣ୍ଡ ଓଡିଶାର ୭ କୋଟି ଓଡିଆଙ୍କର ନୈତିକ ଦାୟିତ୍ବ ଆମ ଓଡିଶା ସରକାରଙ୍କର, ସେମାନେ ଏବେ ଯେଉଁଠି ଯେଉଁ ପ୍ରଦେଶରେ ଥାଆନ୍ତୁ ନା କାହିଁକି

Share it

Mo Lekha
1st September 2022

ଓଡିଶାବାସୀ, ଭାରି ସାହସୀ
***********

ସାଢେ ଚାରି କୋଟି ନୁହେଁ, ଅଖଣ୍ଡ ଓଡିଶାର ୭ କୋଟି ଓଡିଆଙ୍କର ନୈତିକ ଦାୟିତ୍ବ ଆମ ଓଡିଶା ସରକାରଙ୍କର, ସେମାନେ ଏବେ ଯେଉଁଠି ଯେଉଁ ପ୍ରଦେଶରେ ଥାଆନ୍ତୁ ନା କାହିଁକି ।

ଏ ଦାୟିତ୍ବ ବୋଝରୁ ମୁଣ୍ଡ ଖସେଇ ବୁଲିବା କେତେ ଯୁକ୍ତିଯୁକ୍ତ ?

ବିଗତ ୨୨ ବର୍ଷ ଶାସନରେ ନବୀନ ସରକାର କେବେ ଥରେ କହିବାର ସତ୍ ସାହସ କଲେ କି , କେବେ ଥରେ କହିଲେ କି – ‘ ହେ ମୋର ୭ କୋଟି ଓଡିଆ ଭାଇ ଓ ଭଉଣୀମୀନେ, ଯେଉଁଠି ଥିଲେ ବି ଆପଣମାନେ ମୋର ଓ ମୁଁ ଆପଣମାନଙ୍କର, ଆପଣମାନଙ୍କର ସୁଖଦୁଃଖରେ ସାଥି ହେବାକୁ ମୋତେ ଶକ୍ତି ସାମର୍ଥ୍ୟ ସାହସ ଓ ଆଶୀର୍ବାଦ ପ୍ରଦାନ କରନ୍ତୁ ।’

ନା ଆମ ସରକାର ଏପରି କହି ପାରୁଛନ୍ତି, ନା ଆମେ ସେପରି ଭାବନାଟିଏ ପୋଷଣ କରିପାରିବାର ସାହସ ଓ ସାମର୍ଥ୍ୟ ରଖୁଛନ୍ତି |

ଓଡିଶାବାସୀ, ଭାରି ସାହସୀ
***********

ବନ୍ଦେ ଓଡିଶା ଜନନୀ
ସଦା ସୁହାସିନୀ ସଦା ସୁଭାଷିନୀ
ସଦା ସୁଶୋଭିନୀ ସଦା ସୁହାଗିନୀ
ଜନନୀ ଜନନୀ ଜନନୀ
ବନ୍ଦେ ଓଡିଶା ଜନନୀ ,
ବନ୍ଦେ ଓଡିଶା ଜନନୀ ।।

ବନ ଗିରି ଶୋଭିନୀ, ନଦ ନଦୀ ବେଷ୍ଟିନୀ
ସାଗର ବନ୍ଦିନୀ, ଭାରତ ନନ୍ଦିନୀ
ଜନନୀ ଜନନୀ ଜନନୀ
ବନ୍ଦେ ଓଡିଶା ଜନନୀ,
ବନ୍ଦେ ଓଡିଶା ଜନନୀ ।।

ଉଡ୍ର ଉତ୍କଳ କୋଶଳ କଳିଙ୍ଗ
ସ୍ଥାବର ଜଙ୍ଗମ, ତରୁ ଲତା ବିହଙ୍ଗ
ଶସ୍ଯ କେଦାର ଭରା, ଫଳ ପୁଷ୍ପ ଶୋଭିନୀ
ଜନନୀ ଜନନୀ ଜନନୀ
ବନ୍ଦେ ଓଡିଶା ଜନନୀ,
ବନ୍ଦେ ଓଡିଶା ଜନନୀ ।।

ସୁ ଭଦ୍ରା ସୁସଂସ୍କୃତା, ଗୁଣିଗଣ ଶୋଭିତା
ଚାରୁକଳା ମଣ୍ଡିତା, ନୃତ୍ଯ ଗୀତ ଝଂକୃତା
ସର୍ବ ହିତ କାରିଣୀ, ସର୍ବ ଧର୍ମ ପାଳିନୀ
ଜନନୀ ଜନନୀ ଜନନୀ
ବନ୍ଦେ ଓଡିଶା ଜନନୀ,
ବନ୍ଦେ ଓଡିଶା ଜନନୀ। ।।

ବନ୍ଦେ ଚାରୁ ହାସିନୀ, ବନ୍ଦେ ଚାରୁ ଭାଷିନୀ
ମମତାମୟୀ, ହେ ଓଡିଶା ଜନନୀ
ପଦେ କୋଟି ପ୍ରଣତି, ହେ ମା ପ୍ରାଣଦାୟିନୀ
ଜନନୀ ଜନନୀ ଜନନୀ
ବନ୍ଦେ ଓଡିଶା ଜନନୀ,
ବନ୍ଦେ ଓଡିଶା ଜନନୀ। ।।

– ଲକ୍ଷ୍ମୀଧର ନାୟକ
୨୮.୦୬.୨୦୧୮
**** ***** *****

ବନ୍ଦେ ଉତ୍କଳ ଜନନୀ
ଚାରୁ ହାସମୟୀ ଚାରୁ ଭାଷମୟୀ,
ଜନନୀ, ଜନନୀ, ଜନନୀ॥

ପୂତ-ପୟୋଧି-ବିଧୌତ-ଶରୀର,
ତାଳତମାଳ-ସୁଶୋଭିତ-ତୀର,
ଶୁଭ୍ର ତଟିନୀକୂଳ-ଶୀଖର-ସମୀର,
ଜନନୀ, ଜନନୀ, ଜନନୀ॥

ଘନ ଘନ ବନଭୂମି ରାଜିତ ଅଙ୍ଗେ,
ନୀଳ ଭୂଧରମାଳା ସାଜେ ତରଙ୍ଗେ,
କଳ କଳ ମୁଖରିତ ଚାରୁ ବିହଙ୍ଗେ,
ଜନନୀ, ଜନନୀ, ଜନନୀ॥

ସୁନ୍ଦର ଶାଳୀ-ସୁଶୋଭିତ-କ୍ଷେତ୍ର,
ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ର,
ଯୋଗୀଋଷିଗଣ-ଊଟଜ-ପବିତ୍ର,
ଜନନୀ, ଜନନୀ, ଜନନୀ॥

ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା,
ଚାରୁକଳାବଳୀ-ଶୋଭିତ-ବେଶା,
ପୁଣ୍ୟ ତୀର୍ଥାଚୟ-ପୂର୍ଣ୍ଣ-ପ୍ରଦେଶା,
ଜନନୀ, ଜନନୀ, ଜନନୀ॥

ଉତ୍କଳ ଶୂରବର-ଦର୍ପିତ-ଗେହା,
ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା,
ବିଶ୍ବଭୂମଣ୍ଡଳ-କୃତବର-ସ୍ନେହା,
ଜନନୀ, ଜନନୀ, ଜନନୀ॥

କବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା,
ଭୁବନ ବିଘୋଷିତ-କୀର୍ତ୍ତି ଅନିନ୍ଦ୍ୟା,
ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ,
ଜନନୀ, ଜନନୀ, ଜନନୀ॥

🌸

Laxmidhar Nayak
My Facebook Post: 1st September 2022


Share it

Join the Conversation

1 Comment

Leave a comment

Your email address will not be published. Required fields are marked *

Verified by MonsterInsights