ସୁକତେଲ ଡ୍ଯାମକୁ କେବଳ ଏକ ବ୍ଯାରେଜ ହିସାବରେ ବ୍ଯବହାର କରିବା ମଙ୍ଗଳ, ଅନ୍ୟଥା ଅମଙ୍ଗଳ ହିଁ ଅମଙ୍ଗଳ ..

Share it

My Facebook p: 4th August 2023
ସୁକତେଲ ଡ୍ଯାମକୁ କେବଳ ଏକ ବ୍ଯାରେଜ ହିସାବରେ ବ୍ଯବହାର କରିବା ମଙ୍ଗଳ, ଅନ୍ୟଥା ଅମଙ୍ଗଳ ହିଁ ଅମଙ୍ଗଳ ….

ସୁକତେଲ ଡ୍ଯାମ : ଏହା ଏକ ଭୁଲ୍ କାମ, ଏକ ଦୂରଦୃଷ୍ଟିହୀନ ଅପବ୍ୟୟ, ଘୋର ଅନ୍ଯାୟ ଓ ପାପ କର୍ମ ।

ଲୋୟର ସୁକତେଲ ଡ୍ଯାମରୁ ବିଜୁଳି ଉତ୍ପାଦନ ହେବାର ନାହିଁ

କେବଳ ବଲାଙ୍ଗୀର ସହରବାସୀଙ୍କ ପାଇଁ ପାନୀୟଜଳ ଯୋଗାଇ ଦିଆଯିବ, ସେମାନେ ଆଗରୁ ପାଣି ନୁ୍ହଁ ପବନ ପିଉଥିଲେ, ସୁକତେଲ ହେଲା ପରେ ପାଣି ପିଇବେ ବୋଧେ, ହେଲା ପାନୀୟଜଳ ଅଭାବ ଥିଲେ ଥାଇ ପାରେ, ସୁକତେଲରୁ ପାନୀୟଜଳ ଯୋଗାଯାଉ, ଖୁବ୍ ଭଲ କଥା

ହଁ ଏଥିରେ କିଛି ଚାଷ ଜମି ଜଳସେଚିତ ହେବ, ଏଇଟା ଗୋଟେ ବଡ କଥା

ଏଥି ପାଇଁ ଏମିତି କେତେ ପାଣି ଦରକାର ଥିଲା ଯେ ସେଠାରେ ଗୋଟେ ବ୍ଯାରେଜ ପରିବର୍ତ୍ତେ ଡ୍ଯାମ କରି ଶହ ଶହ ଗାଁ, ହଜାର ହଜାର ହେକ୍ଟର ଚାଷ ଜମି, ବହୁ ମୂଲ୍ଯବାନ ଗ୍ରାଫାଇଟ୍ ଖଣି, ଗୋଟାଏ ମହାନ ଆଦିବାସୀ ସମ୍ପ୍ରଦାୟର ଗଙ୍ଗା ସମ ପବିତ୍ର ଅସ୍ଥି ବିସର୍ଜନ ସ୍ଥଳ, ଗୋଟାଏ ପୁରାତନ ସଂସ୍କୃତି ଓ ସଭ୍ୟତାକୁ ଜଳ ସମାଧି ଦେବାକୁ ପଡିଲା ?

ମହାନଦୀର ଯୋବ୍ରା ବ୍ଯାରେଜ ବି ତ କଟକ ସହରବାସୀଙ୍କୁ ପାନୀୟଜଳ ଯୋଗାଉଛି, ବଲାଙ୍ଗୀର ସହରର ଲୋକ ସଂଖ୍ଯା କଟକ ସହରରୁ ଅଧିକ କି ?

ସେମିତି ଯୋବ୍ରା ବ୍ଯାରେଜ ବି ତ କଟକରୁ ପାରାଦୀପ ପର୍ଯ୍ଯନ୍ତ ଚାଷ ଜମିକୁ ଜଳ ଯୋଗାଉଛି , ନା ନାହିଁ ?

    କଟକ ଚଉଦ୍ବାରର ଗୋଟିଏ ଇଞ୍ଚ୍ ଜାଗା ଜମି ନବୁଡାଇ ଯଦି ଯୋବ୍ରା ବ୍ଯାରେଜ୍ ଏତେ ଏତେ ଉପକାର କରି ପାରୁଛି, ତାହେଲେ ସୁକତେଲରେ ଗୋଟେ ଦୁଇଟି ବ୍ଯାରେଜ ନିର୍ମାଣ ନକରି ସରକାର ସେଠାରେ ଡ୍ଯାମ ଟିଏ କାହିଁକି କଲେ ?

ସେ ଡ୍ଯାମ ରେ ଯେତିକି ପଇସା ଖର୍ଚ୍ଚ ହୋଇଥିବ ସେଥିରେ ସୁକତେଲରେ ପ୍ରତି କୋଡିଏ କିଲୋମିଟରରେ ଗୋଟିଏ କରି ଏମିତି ହୁଏତ ପାଞ୍ଚଟା ବ୍ଯାରେଜ କରା ଯାଇ ପାରି ଥାଆନ୍ତା ।

କେଉଁ ଟି ଅଧିକ ଲାଭଦାୟକ ହୋଇଥାଆନ୍ତା ?

ସତ କଥା ହେଉଛି ଆମେ ଆମ ଆଇଏଏସ, ଇଞ୍ଜିନିୟର ମାନଙ୍କୁ ଜ୍ଞାନବାନ ବୋଲି ଯାହା ଭାବୁଛେ ସେଇଟା ଗୋଟେ ଭ୍ରମ, ଅସଲରେ ସେଗୁଡା ତୁଚ୍ଛା ପିସି ଚରା ଗଧ ଦଳ ।

ଏବେ ବି ସମୟ ଅଛି, ଯାହା ପଇସା ଅପବ୍ୟୟ କଲ ତ କଲ, ସୁକତେଲରେ 30 ମିଟର ଉଚ୍ଚର ଡ୍ଯାମ ଦରକାର ନାହିଁ,

– ସେ ଡ୍ଯାମ ଟିକୁ ବ୍ଯାରେଜ୍ ହିସାବରେ ବ୍ଯବହାର କର, ଗୋଟେ ବ୍ଯାରେଜରେ ଯେତିକି ଉଚ୍ଚତାର ପାଣି ରଖିବା କଥା, ସେତିକି ପାଣି ରଖ

– ବୁଡି ଯାଇଥିବା ଗାଁ ଗଣ୍ଡା ଅଞ୍ଚଳ ପାଣିରୁ ମନକୁ ମନ ପୁନରୁଦ୍ଧାର ହୋଇ ଯାଉ , ଯେଉଁ ବିସ୍ଥାପିତ ମାନେ ଜମି ବାବଦକୁ ପାଇଥିବା ଟଙ୍କା ଫେରେଇ ଦେଇ ପୁନର୍ବାର ତାଙ୍କର ଭିଟାମାଟିକୁ ଫେରିଆସିବାକୁ ଚାହିଁବେ ସେମାନଙ୍କୁ ତାଙ୍କ ଜମି ଜାଗା ଫେରେଇ ଦିଆଯାଉ, ଘର ଗଛବୃଛ ଚହଲା ଇତ୍ୟାଦି ପାଇଁ ଯାହା କ୍ଷତିପୂରଣ ନେଇଛନ୍ତି ତାକୁ ନଫେରାନ୍ତୁ

– ସୁକ ତେଲ ନଦୀରେ ଆଉ ପାଞ୍ଚଟା ବ୍ଯାରେଜ ନିର୍ମାଣ କରାଯାଉ

ଅଫିସର ଆଉ ଇଞ୍ଜିନିୟର ମାନେ ଯେତେ ପିସି ନେଇଛନ୍ତି ତାକୁ ସେମାନେ ଫେରାନ୍ତୁ, ନହେଲେ ତାଙ୍କ ଜମିବାଡି ନିଲାମ କରି ଅସୁଲ କରାଯାଉ

– ଏଭଳି ଭୁଲ୍ ଯୋଜନା କରିଥିବା ସେ ମନେ ମନେ ମହାଜ୍ଞାନୀ ଯୋଜନାକାରୀମାନେ ରାଜ୍ଯବାସୀଙ୍କୁ କାନ ଧରି କ୍ଷମା ମାଗନ୍ତୁ ଏଭଳି ଅଦୂରଦର୍ଶୀ ଅନାବଶ୍ୟକ ଅପବ୍ୟୟ ଓ ଅଘଟଣା ପାଇଁ

ସୁକତେଲ ଡ୍ଯାମକୁ କେବଳ ଏକ ବ୍ଯାରେଜ ହିସାବରେ ବ୍ଯବହାର କରିବା ମଙ୍ଗଳ, ଅନ୍ୟଥା ଅମଙ୍ଗଳ ହିଁ ଅମଙ୍ଗଳ

( ଫଟୋ : ଏ ଗାଁ ନାଁ ଗଡଶଙ୍କର ଡୁଙ୍ଗୁରିପାଲି ବୋଧେ, ପ୍ରାୟ କୋଡିଏ ବର୍ଷ ପୁର୍ବେ ମୁଁ କେବେ ଥରେ ଗଡଶଙ୍କର ଡୁଙ୍ଗୁରିପାଲିର ଏଇ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବସିଥିଲି, ମୋର ଯାହା ମନେପଡୁଛି,

କେତେ ଫଟୋ ବି ଉଠାଇ ଥିଲି, ହେଲେ ସେ ଫଟୋଗୁଡିକ କେଉଁଠି ଥିବ କେଜାଣି ! ମାଡାମଙ୍କ ଅବର୍ତ୍ତମାନରେ ମୁଁ ସେ ଫଟୋ କେଉଁଠୁ ପାଇବି , ଘର ସିଫ୍ଟ କଲାବେଳେ ସେ ହଜାର ହଜାର ଫଟୋର ବୁଜୁଳା ଗୁଡା ପିଲାଙ୍କ ନଜରରେ ପଡିଛି କି ନାହିଁ, ସେ ସ୍ମୃତିମାନେ ନୁଆ ଭଡାଘରକୁ ଆସିଛନ୍ତି କି ନାହିଁ, ମୁଁ କହି ପାରିବି ନାହିଁ, ଖୋଜି ପାଇବି କି ନା ବି ସନ୍ଦେହ ।

ଆଜି ସେ ମନ୍ଦିର ଟି ଜଳ ସମାଧି ନେଉଥିବାର ଏ ଫଟୋଟି ଦେଖିଲା ପରେ ବହୁତ ଦୁଃଖ ଲାଗିଲା )


ଲକ୍ଷ୍ମୀଧର ନାୟକ
My Facebook Post: 4th August 2023


Share it

Join the Conversation

1 Comment

  1. ଭାଇ, ଏସବୁ ସରକାରଙ୍କୁ ଲେଖି ଜଣାଇଲେ ସିନା।

Leave a comment

Your email address will not be published. Required fields are marked *

Verified by MonsterInsights