ସିଏ ବି ସଜେଇ ହୁଏ

Share it

ସିଏ ବି ସଜେଇ ହୁଏ
ଫୁଲରେ

ଫଗୁଣ ଆସିଲେ ସିଏ ସଜେଇ ହୁଏ
ନା ସିଏ ସଜେଇ ହେଲେ ଫଗୁଣ ଆସେ ?

ମୁଁ ବାଟରେ ଯାଉ ଯାଉ ତ ଭେଟିଲି
ହେଲେ କାହାକୁ ଭେଟିଲି ଯେ !
ଫୁଲକୁ
ନା ଫଗୁଣକୁ ??

ହଁ
ନଦୀ କୂଳ ର ଦୃଶ୍ୟ ସତରେ ମନୋରମ

କାଲି କିଛି କାମ ନଥିଲା
କାହିଁକି କେଜାଣି ଭାବିଲି
କାଇଁ ଏ ସହରଟାରେ କେବେ ଥରେ ମଳୟ ପବନ ତ ବହିଲାନି

ମଳୟ ପବନ ତ କବିର କଳ୍ପନା ବିଳାସ ନୁହେଁ

ଆଉ କେଇଦିନ ପରେ ବସନ୍ତ ଋତୁ ସରିଯିବ
ହେଲେ ମଳୟ ର ଅନୁଭବ କାହିଁ ?

ସନ୍ତୋଷ କହିଲେ
ସାର୍
ମଳୟ ଆମ ଗାଁ ବାଟରେ ଅଛି
ସତରେ ଅଛି
ଆସନ୍ତୁ ଯିବା

ସୁକାନ୍ତ ବି କହିଲେ
ହଁ ସାର୍ ଚାଲନ୍ତୁ ଯିବା
ଚରଣ ତ ଗାଡ଼ି ଚଲେଇ ଉଡିବାକୁ ସବୁବେଳେ ରେଡି

ଯାଉ ଯାଉ ଚାଲିଗଲୁ ପ୍ରାୟ ୭୦ କିଲୋମିଟର
ବାମରେ ପାଇକା ଦକ୍ଷିଣେ ମହାନଦୀ
ସୁନ୍ଦର ପବିତ୍ର ଗୋଟେ ତ୍ରିଭୁଜ ଭୂମୀ

ଫଟୋ ସୁକାନ୍ତ ଙ୍କ କ୍ୟାମେରାରୁ
ଜଗତସିଂହପୁରର ସେଇ ପାଇକା-ମହାନଦୀ ବିଚ୍ଛେଦ ବିନ୍ଦୁରେ ଫାଲ୍ଗୁନର ମୃଦୁମଳୟରେ , ରାଶିରାଶି ଉମୁଦା ( ବ୍ରଜ ମଲ୍ଲୀ, ଗୁମୁଟି ଫୁଲ ) ଫୁଲ ଚହଟ ବାସର ହସ ବଳୟରେ, ନାଲି ଫୁଲରେ ଭରା ଶିମିଳି ଗଛ ଅଗଣାରେ ଦଣ୍ଡେ ଅଟକିଯିବାରେ ମୋର ଯାହା ଅନୁଭବକୁ ଆସିଲା ଏଇଠି ଲେଖୁଛି ପଢନ୍ତୁ :

ବାଟେ ଯାଉ ଯାଉ
ଶୁଣିଲି ମୁଁ କାଲି
ଫୁଲ ନଈ କଥା ଭାଷା

ସୁଲୁ ସୁଲୁ ବାଆ
ଥିରି ଥିରି ଆହା
ଉମୁଦା ଉଲ୍ଲାସ ହସା

ଉମୂଦା ବାସରେ
ପାଇକା ଭିଜୁଛି
ମୃଦୁ ମଳୟ ରେ
ପ୍ରକୃତି ହସୁଚି
ସତେ ତ ବିଭୋରା
ଉମୁଦା ଫୁଲର ବାସ୍ନା

ଉମୁଦା ସାଙ୍ଗରେ
ପାଇକା ଗପୁଛି
ଶାଳ୍ମଳିର ଆଡଋଷା

ଶୋଭା ଶିରୋମଣି
ସୁନ୍ଦରୀ ଶାଳ୍ମଳି
କେଡେ ସରଧାରେ
ପାରିଥିଲା ବେଣୀ
ନାଲି ନାଲି ଫୁଲ ଖୋଷା

ଅଭିମାନେ ନାଲି
ବିରହରେ ଫୁଲି
ଝଡ଼ାଉ ଥିଲା ତା
କବରୀରୁ ଫୁଲ ଖୋସା

ପଥିକ ଦେଖୁଚି
ଛିଞ୍ଚାଡି ପକାନ୍ତେ
ବିଛାଡି ପଡୁଛି
ତାର ରାଗ ଅଭିମାନ ୠଷା

ପାଈକା କହୁନି ଭାଷା
ଶାଳ୍ମଳିର ଆଡ ରୁଷା

ମଳୟ ମଧ୍ୟସ୍ଥି
ଉତ୍ ଫୁଲ ପ୍ରକୃତି
କାନ ଡେରି କ୍ଷଣେ
ଶୁଣୁ ଥିଲି କାଲି
ଉମୁଦା ଶାଳ୍ମଳି ପାଇକାଙ୍କ କଥାଭାଷା
ତାଙ୍କ ଭାବ ପ୍ରୀତି ଆଡୠଷା

କଅଁଳ କବିର ଆଶା
ଟିକେ ମଳୟ ଛୁଇଁବା ନିଶା

https://www.facebook.com/share/r/7UuEiu5kPH1W3oTd/?mibextid=0VwfS7

 

ଲକ୍ଷ୍ମୀଧର ନାୟକ
16.03.2020


Share it

Leave a comment

Your email address will not be published. Required fields are marked *

Verified by MonsterInsights