ସିଏ ବିନ୍ଧାଣୀ କି ଓଝା ସେକଥା ତାଙ୍କ କାମ କହିବ, ତାଙ୍କର ଆଚରଣ କହିବ

Share it

ସିଏ ବିନ୍ଧାଣୀ କି ଓଝା ସେକଥା ତାଙ୍କ କାମ କହିବ, ତାଙ୍କର ଆଚରଣ କହିବ

ଏମିତିରେ ବି ସାଧାରଣ ଲୋକଙ୍କ ପାଖରେ ସେ ପିଲାର ଗୋଟେ ବହୁତ ବଡ ଲୋକପ୍ରିୟତା ଏବେ ବି ଅତୁଟ ଅଛି

ଏପରି ଲେଖିବା/ଲେଖେଇବାର ଆବଶ୍ୟକତା ହିଁ ନାହିଁ

ଏପରି ଲେଖିବା /ଲେଖେଇବା ବରଂ ସେ ପିଲାର ଲୋକପ୍ରିୟତା ଓ ସୁନାମରେ ବହୁତ ବହୁତ କ୍ଷତି ପହଞ୍ଚାଇବ,

ସାମ୍ପ୍ରତିକ ପରିସ୍ଥିତି ପରିବେଶ ଯାହା ତୁମେ ସେ ବାବୁଙ୍କର ଭଲ କାମକୁ ଏବେ ଯେତେ ଟେକାଟେକି କରି ଲେଖିବ, ଲୋକେ ତାଙ୍କର ଖରାପ କାମକୁ ସେତେ ଖୋଜିବାକୁ ତତ୍ପର ହୋଇ ଉଠିବେ,

ଖୋଜୁ ଖୋଜୁ ଯଦି ତାଙ୍କର
ଗୋଟେ ଯୋଡେ ଅପକର୍ମ

କି ସିଜିମାଳି, ଶାଶୁବୋହୁମାଳି, ଗନ୍ଧମାର୍ଦ୍ଦନ ବକ୍ସାଇଟ୍ ଖଣି

ତଥା ଓଡିଶା ସମ୍ପଦ ବିକା/ହଡପ ଯୋଜନା ଆଲୋଚନା ଟା

ସାଧାରଣ ଲୋକଙ୍କ ମୁଣ୍ଡରେ ପଶିଗଲା ନା , ହାଣ୍ଡିଏ ପଞ୍ଚାମୃତରେ କପେ ବିଷ ଫେଣ୍ଟି ହୋଇଗଲା ପରି ପରିସ୍ଥିତି ଉପୁଜି ଯିବ

ବାବୁ ହେ ଲେଖକ/ଲେଖେଇକ !
ଇମେଜ୍ ବିଲ୍ଡିଙ୍ଗ ଏପରି କରାଯାଏନି, ଏପରି କଲେ ବରଂ ଇମେଜ୍ ନଷ୍ଟ ହୁଏ , ଇମେଜ ସମ୍ପର୍କୀତ ସୂଚନା ପ୍ରସାରର ତରିକା ଅଲଗା,

ସାବଧାନ ରୁହ
ଛ ମାସେ ବରଷେ ସମ୍ପୂର୍ଣ୍ଣ ଚୁପ୍ ରୁହ ପ୍ରଶଂସା ପ୍ରଚାରରୁ

ବରଂ ପାରୁଛ ତ ନୀର୍ବାଚନ ପୂର୍ବରୁ ସିଧା ଉପମୁଖ୍ଯମନ୍ତ୍ରୀ ହୋଇଯାଅ ଓ ଚାରି ପାଞ୍ଚ ଟା ଲୋକ କଲ୍ଯାଣକାରୀ, ରାଜ୍ଯ କଲ୍ଯାଣକାରୀ ଯୋଜନା ଘୋଷଣା କରି ସେ ଦିଗରେ ନିଷ୍ଠାର ସହ କାର୍ଯ୍ୟ କର , ଏପରି ଲେଖିବା/ଲେଖେଇବା ପ୍ରଚାର ଆବଶ୍ୟକ ହେବନି

ତମେ ଯଦି କେବେ ଆମ ଗାଁ ନଈ କୁଳ ବରମୂଳ ଭାଡିରେ ବସି ଆମ ଗାଁ ପିଲାଙ୍କ ସହ ଦି ଘଣ୍ଟା ତାସ୍ ଖେଳିବ ତ ତାରି ଭିତରେ ମୁଁ ତୁମକୁ ଗୋଟେ ଯୋଜନା କଥା ଗପିଦେବି, ସେଥିରେ ଓଡିଶାର ମୁଠାଏ ଖଣିଜ ଅଯଥାରେ ନବିକି ବି ଓଡିଶାର ବଜେଟ୍ ଆକାର 2 ଲକ୍ଷ କୋଟି ନୁହେଁ, ସିଧା 20 ଲକ୍ଷ କୋଟି ହୋଇଯିବ, ତାହା ପୁଣି ବିନା ଋଣରେ

ସେଥିରେ ତମେ ଦରକାର ପଡିଲେ 3 ଲକ୍ଷ ପାଠୁଆ ପିଲାଙ୍କୁ ପୁରା ଦରମା ଦିଆ ପରମାନେଣ୍ଟ ଶିକ୍ଷକ ରଖି ପାରିବ, ଆଉ 50 ହଜାର ଡାକ୍ତର ରଖି ପାରିବ, କୃଷି କ୍ଷେତ୍ରକୁ ଯେତେ ଇଚ୍ଛା ସେତେ ଗ୍ରିନ୍ ବକ୍ସ ସପୋର୍ଟ ଦେଇ ପାରିବ,

ସେଇ ଗୋଟିଏ ପ୍ରୋଜେକ୍ଟ କାମ କଲେ ଗ୍ରୀନ୍ ଏନର୍ଜି ସେକ୍ଟର, ଆଇ ଟି ସେକ୍ଟର, ସିଭିଲ୍ ମେକାନିକାଲ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଙ୍ଗ ସେକ୍ଟର, ରୋଡ୍ ଓ୍ବାଟର ଏୟାର୍ ସି ( sea ) ଟ୍ରାନସପୋର୍ଟ ସେକ୍ଟର, ସବୁ ଏପରି ଆକ୍ଟିଭ୍ ଆଉ ନିଯୁକ୍ତି ସୃଷ୍ଟିକାରୀ ହୋଇଯିବେ ଯେ ଦରକାର ପଡିଲେ ସାରା ଦେଶରୁ ଏପରିକି ସାରା ବିଶ୍ବରୁ ମାନବ ସମ୍ବଳ ଲାଇନ୍ ଲଗେଇବେ ଓଡିଶା ଆସି କାମ କରିବାକୁ

ସବୁଠୁ ଭଲ କଥାଟି ହେଲା ସେ ପ୍ରୋଜେକ୍ଟ ଟି ଓଡିଶା ବ୍ଯତୀତ ଭାରତର ଅନ୍ଯ କୌଣସି ରାଜ୍ଯରେ ହୋଇପାରିବ ନାହିଁ, ତେଣୁ ଅନ୍ଯ କୌଣସି ରାଜ୍ଯର ନେତାଏ ଏହାକୁ ବିରୋଧ କରିପାରିବେ ନାହିଁ, ବରଂ ସେମାନଙ୍କ ଲାଭ ପାଇଁ ସେମାନେ ଏହାକୁ ସହଯୋଗ କରିବା ପାଇଁ ବାଧ୍ଯ ହେବେ ଓ ଖୁସି ବି ହେବେ

ଏପରି ପ୍ରୋଜେକ୍ଟ ଟିଏ ଆରମ୍ଭ କରିଦେବା ମାତ୍ରେ ଲୋକେ ହୁଏତ ତୁମକୁ ଭାରତର ପ୍ରଧାନମନ୍ତ୍ରୀ ହେବାପାଇଁ ପ୍ରୋଜେକ୍ଟ ବି କରି ପାରନ୍ତି

ଏହା ନକରି ଓଡିଶା ଖଣି ପାଣିରୁ ଦଣ୍ଡି ମାରିବା ପରି ହୀନ ବୁଦ୍ଧି କାହିଁକି କରୁଛ ହେ ମହାମାନ୍ଯ , ଯେଉଁଥିପାଇଁ ନିଜ ଢୋଲ ନିଜେ ବାଡେଇବାକୁ ଏପରି ଲେଖିବା /ଲେଖେଇବାର ଆବଶ୍ଯକତା ଉପୁଜୁଛି

କଥାଟା ଥୋକେଙ୍କୁ ଗପ ଭଳିଆ ଲାଗିବ, ଥୋକେ ବିଚାରିବେ ୟାର ଏତେ ବୁଦ୍ଧି କୋଉଠୁ ଆଉଚି ? ହା ହା ହା

ହ ଉ ତାହେଲେ ସେ ସିକ୍ରେଟ୍ ଟା କହି ଦେଉଚି –
ସବୁଦିନ ସଞ୍ଜବେଳେ ମୋ ଉପନ ଭାଇ ମୋ ପାଇଁ ଫ୍ରେସ୍ ଦୁଧ ଛେନା ପଠାନ୍ତି , ମୁଁ ତାକୁ ମୁଠାଏ ମୁଢିରେ ଗୋଳେଇ ଖାଏ, ତା ପରେ ଚାନ୍ଦିନୀକୁ ତାସ୍ ଖେଳିବାକୁ ଯାଏ, ଖେଳୁ ଖେଳୁ ଗାଁ ସାଙ୍ଗସାଥୀଙ୍କ ସହ ଗପେ,

ଏଇଟା ମୋର ସବୁଦିନିଆ ସଞ୍ଜ ଜଳଖିଆ ଓ ମୋ ଗାଁର ମୋ ଖଟିଖିଆ ସାଙ୍ଗମାନେ ମୋର ଏ ଅଳପ ସଳପ ଜ୍ଞାନର ଉତ୍ସ,

ମୋ ସାଙ୍ଗମାନଙ୍କର ପଢା ଶୁଣା ଟିକେ କମ୍, ଦ୍ବୁତୀୟ ତୃତୀୟରୁ ଆରମ୍ଭ କରି ମେଟ୍ରିକ୍ ଫେଲ୍ ପର୍ଯ୍ୟନ୍ତ, ସେଥିପାଇଁ ମୁଁ ଏଠି କେବଳ ରାଜ୍ଯ ଚଳେଇବା ନହେଲେ ଅତିବେଶୀରେ ଦେଶ ଚଳେଇବା ପର୍ଯ୍ୟନ୍ତ କଥା କହୁଚି, ନହେଲେ ତ ଅନନ୍ତକୋଟି ବିଶ୍ବ ଚଳେଇବା ଜ୍ଞାନ ବି ଗପନ୍ତି

ତମେ ସେଇମିତିକା ଖାଉନ
ତମେ ସେଇମିତିକା ଲୋକଙ୍କ ସହ ସାଙ୍ଗ ହେଉନ

କିଛି ତ ସେମିତି କରିପାରିବନି, ତମ ପ୍ରେଷ୍ଟିଜ୍ ଲିକ୍ ହେଇଯିବା ଭୟରେ

ସରଳ ନଖାଇଲେ, ସରଳ ସାଙ୍ଗସାଥୀ ମେଳ ନପାଇଲେ ଅକଲ କୋଉଠୁ ପାଇବ ଯେ ରାଜ୍ଯ ଚଳେଇବ, ଦେଶ ଚଳେଇବ ?

ତେଣୁ ଆଉ ବେଶି ଗୋଟେ ଭିଡି ମୋଡି ନହେଇ ସିଧା କେବେ ଥରେ ଆମ ଗାଁ ନଈ କୁଳ ବରମୂଳ ଭାଡିକୁ ଆସ

ତାପରେ ବରଂ ଯୋଉ ଚଉକିରେ ବସିଲେ ବସ

କଥା ନମାନିଲେ ନିଜ ଗାଁ କୁ ଖସ,
ଧଳା ସାର୍ଟରେ ଲାଗିବା ପୂର୍ବରୁ କେନ୍ଦ୍ରାପଡା କଞ୍ଚା ଖଜୁରୀ ପିଞ୍ଛ ଛାଞ୍ଚୁଣି ଅନାଧୁନିଆ ପାହାର କଷ

ହେ ଋଷିପାଠକେ !
ଏତେ ପରିଶ୍ରମ କରି କେତେ କଥା ଲେଖିଲି
ଏହାକୁ ପଢି ଏବେ ଟିକେ ତ ହସ !!

Laxmidhar Nayak
My Facebook Post: 26th October 2023


Share it

Leave a comment

Your email address will not be published. Required fields are marked *

Verified by MonsterInsights