ଶହେ ଜନମର ମିଳନ ଯେଉଁଠି ତାରା ହୋଇ ହସୁଥାଏ

Share it

Mo Lekha
My Facebook Post: 25th August 2018

ଶହେ ଜନମର
ମିଳନ ଯେଉଁଠି
ତାରା ହୋଇ ହସୁଥାଏ
ସୁଖର ସାଗରେ
ବୁଡି ଯେବେ ତାରା
ବିରହ ଆନନ୍ଦ ଚାହେଁ

ଖିଆଲରେ ଯେବେ
ପ୍ରୀତି ରାଗ ଜାଗେ
ଏ ଧରା ବୁକୁରେ
ଫୁଲ ହୋଇ ଫୁଟିଯାଏ

ଅଧୁରା ପ୍ରେମକୁ
ଅବ୍ଯକ୍ତ ପ୍ରୀତିକୁ
ଏ ଭୁବନେ ବିଂଚି ଦିଏ
ଅପ୍ରାକୃତ ପ୍ରେମ
ପ୍ରକୃତିସ୍ଥ ହୋଇ
ଫଲ୍ ଗୁ ହୋଇ ବହିଯାଏ

ପ୍ରେମ ତ ସାଗର
ଯେତେ ପ୍ରୀତି ଝର
ମିଶିଲେ ସାଗରେ
ସାଗର କି ପୂର୍ଣ୍ଣ ହୁଏ
ପ୍ରେମ ତ ଅଧୁରା ରହେ

ଖୁସି ଝରଣାଟି
ସବୁ ପ୍ରେମ ବାଣ୍ଟି
ପ୍ରେମ ଆକାଶରେ
ପ୍ରୀତିର ବାଦଲ ହୁଏ
ଶହେ ଜନମର
ମିଳନ ଯେଉଁଠି
ତାରା ହୋଇ ହସୁଥାଏ

ସ୍ୱର୍ଗ ସୁଷମାରେ
ବେଳେ ବେଳେ ପୁଣି
ପୂର୍ଣ୍ଣିମା ଚାଂଦ ଉଁଏ
ଖିଆଲରେ ସେବେ
ପ୍ରୀତିରାଗ ଜାଗେ
ପୁଣି ଏ ଧରାରେ
ଫୁଲ ହୋଇ ଫୁଟିଯାଏ

ତେଣୁ ବିରହୀଣି
କହେ ଏ ଧରଣୀ
ସରଗଠୁ ବଡ ହୁଏ

ଅପ୍ରାପ୍ତି ବିରହେ
ଯେ ପ୍ରୀତି ଝରଇ
ପ୍ରାପ୍ତିରେ କି ତାହା ଥାଏ !!

ତୁଚ୍ଛ ସେ ରାଇଜ
ଶହେ ଜନମର
ମିଳନ ଯେଉଁଠି
ତାରା ହୋଇ ହସୁଥାଏ
ହେଲେ ବିରହ ତୃଷ୍ଣା ନ ଥାଏ ।।

– ଲକ୍ଷ୍ମୀଧର ନାୟକ
My Facebook Post: 25th August 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights