ଶିଶୁଚାଲାଣ ଓ ଶିଶୁ ଭିକ୍ଷାବୃଭି ରୋକିବା ଚିନ୍ତାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା

Share it

Bhubaneswar : 25th July 2024

ମାନସିକ ଅନଗ୍ରସର ପିଲାମାନଙ୍କ ପାଇଁ ଓଡ଼ିଶାର ୪ ଟି ଜୋନ୍‌ରେ ସ୍ଵତନ୍ତ୍ର ଗୃହ ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ଓ ଶିଶୁ ଯତ୍ନ ଅନୁଷ୍ଠାନରେ ଆରୋଗ୍ୟ କେନ୍ଦ୍ର ଓ ଯୋଗ କାର୍ଯ୍ୟକ୍ରମକୁ ଅନ୍ତର୍ଭୁକ୍ତ କରି ଶିଶୁମାନଙ୍କର ମାନସିକ ଚାପ ପରିଚାଳନା ଓ କ୍ରୋଧ ପରିଚାଳନାକୁ ବିଶେଷ ଭାବରେ ଦୃଷ୍ଟି ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ମହିଳା ଶିଶୁ ବିକାଶ ଅନ୍ତର୍ଗତ ରାଜ୍ୟ ମହିଳା ଶିଶୁ ପ୍ରତିଷ୍ଠାନରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଯାଇଛି । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁଚାଲାଣ ଓ ଶିଶୁ ଭିକ୍ଷାବୃତ୍ତି ଭଳି ସମ୍ବେଦନଶୀଳ ବିଷୟ ଉପରେ ଅଧିକ ଗୁରୁତ୍ଵ ଦେବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶାର ସୀମାନ୍ତ ଜିଲ୍ଲାଗୁଡିକରେ ଶିଶୁଚାଲାଣକୁ ରୋକିବା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଶିଶୁ ସୁରକ୍ଷା ସହ ଜଡ଼ିତ ସ୍ୱେଚ୍ଛାସେବୀ ସଂଗଠନ, ବିଭାଗୀୟ ଅଧିକାରୀ ଓ ବ୍ୟକ୍ତିବିଶେଷଙ୍କ ସହଭାଗିତାରେ ଏକ କର୍ମଶାଳାର ଆୟୋଜନ କରାଯାଇ ଏହି ସମସ୍ୟାର ସମଧାନ ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନଙ୍କର ମନୋ–ସାମାଜିକ ସହାୟତା ଉପରେ ଗୁରୁତ୍ୱ ଦେବା ସହିତ ଆନ୍ତଃ-ବିଭାଗସ୍ତରୀୟ ସଂଯୋଜନା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଏହି ବୈଠକରେ ପିଲାମାନଙ୍କର ମାନସିକ ସ୍ଵାସ୍ଥ୍ୟର ବିକାଶ ଉପରେ ଶ୍ରୀମତୀ ପରିଡା ଆଲୋକପାତ କରି କହିଛନ୍ତି ଯେ ଏହି ଡିଜିଟାଲ ଯୁଗରେ ଅତ୍ୟଧୂକ ମୋବାଇଲ ବ୍ୟବହାର ପିଲାଙ୍କ ମାନସିକ ଅଭିବୃଦ୍ଧି ପାଇଁ ଏକ ନୂଆ ଆହ୍ୱାନ । ଏହି ସମ୍ବେଦନଶୀଳ ସମସ୍ୟାକୁ ସମାଧାନ କରିବା ସହ ମାନସିକ ସ୍ଵାସ୍ଥ୍ୟବସ୍ଥାକୁ ଆଗୁଆ ଚିହ୍ନଟ କରି ପିଲାଙ୍କ ଆତ୍ମହତ୍ୟା ପ୍ରବଣତାକୁ ରୋକିବା ପାଇଁ ପ୍ରୟାସ କରିବାକୁ ପଡିବ ।

ମହିଳା ଓ ଶିଶୁ ବିକାଶ ବିଭାଗ ଓ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସହଭାଗିତାରେ ମାନସିକ ଅନଗ୍ରସର ପିଲାମାନଙ୍କ ପାଇଁ ଓଡ଼ିଶାର ୪ ଟି ଜୋନ୍‌ରେ ସ୍ଵତନ୍ତ୍ର ଗୃହ ନିମନ୍ତେ ଯୋଜନା ପ୍ରସ୍ତୁତ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଶିଶୁ ଯତ୍ନ ଅନୁଷ୍ଠାନରେ ଆରୋଗ୍ୟ କେନ୍ଦ୍ର ଓ ଯୋଗ କାର୍ଯ୍ୟକ୍ରମକୁ ଅନ୍ତର୍ଭୁକ୍ତ କରି ଶିଶୁମାନଙ୍କର ମାନସିକ ଚାପ ପରିଚାଳନା ଓ କ୍ରୋଧ ପରିଚାଳନାକୁ ବିଶେଷ ଭାବରେ ଦୃଷ୍ଟି ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭ ଶର୍ମା ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କୁ ଧନ୍ୟବାଦ ଜଣେଇବା ସହ ସମସ୍ତ ପ୍ରସ୍ତାବକୁ ସ୍ଵାଗତ କରିଛନ୍ତି । କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ଆସିଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହ ବିଭାଗର ବରିଷ୍ଠ ଅଧୂକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

#PrabhatiParida


Share it

Leave a comment

Your email address will not be published. Required fields are marked *

Verified by MonsterInsights