ଶାଲା କି ହାରମଜାଦା ଅର୍ଥନୀତି ପାଠ କି ରେ !

Share it

ଆମ ଦେଶରେ କେତେକ ଗରିବ ବାଇକ୍ ଧରି ବି.ପି.ଏଲ ଚାଉଳ ଆଣିବାକୁ ଯାଆନ୍ତି, ଆମେ ସମାଲୋଚନା କରୁ । 3 କିମି ଦୂର କଣ୍ଟ୍ରୋଲ ଡିଲର ପଏଣ୍ଟରୁ ସିଏ 25 କିଲୋ ଚାଉଳ ମୁଣ୍ଡରେ ମୁଣ୍ଡେଇ କି ଚାଲି ଚାଲି ଆସିବା ଚାହି ।

କିଛି ପେଣ୍ଟ ସାର୍ଟ ପିନ୍ଧା ଲୋକ 5 ଟଂକିଆ ଆହାର ଖାଆନ୍ତି, ଆମେ ସମାଲୋଚନା କରୁ, ସିଏ କଟକ ବଡ ମେଡିକାଲରେ ରୋଗୀକୁ ଆଡମିସନ କରି ହୋଟେଲରେ 150 ଟଙ୍କିଆ ମିଲ୍ ନ ଖାଇପାରି ପାଉଁରୁଟି ଖଣ୍ଡେ ଖାଇ ମେଡିକାଲ ବାରଣ୍ଡାରେ ଶୋଇବା ଚାହି ।

ହେଲେ Yes Bank କୁ ଭିକାରୀ ମାନେ କଣ୍ ଧରିକି ଯାନ୍ତି ?
ସେମାନେ ଥରକେ କେତେ ଲୁଟନ୍ତି ? କାହା ପଇସା ଲୁଟନ୍ତି ?

ଏଇ 5 ଟଙ୍କିଆ ଆହାର ଖାଇ, ବିପିଏଲ୍ ଚାଉଳ ଖାଇ, ଅପମାନ ଖାଇ, କଷ୍ଟେ ମଷ୍ଟେ ବ୍ୟାଙ୍କରେ ରଖିଥିବା ହଜାରେ ପନ୍ଦରଶହ ଟଙ୍କାକୁ ଠୁଳେଇ ଦେଲେ 50 ହଜାର କୋଟି ହୁଏ,

ତାକୁ ଯିଏ ହଡପ କରି ନେଇଗଲା ସେଇଟା ଶାଲା ଆମ ସମାଜର ମାନ୍ୟଗଣ୍ୟ ବ୍ୟକ୍ତି । ଯିଏ ମାସକୁ ୧୦ କିଲୋ ଚାଉଳ ବା ୨୫୦ ଟଙ୍କା ନେଇ ଗଲା ସିଏ ଭିକାରୀ । ସିଏ ଦେଶ କୁ ଲୁଟି ନେଲା,
ତା ପାଇଁ ଦେଶ ବୁଡି ଗଲା ।


ଯୋଉ ଡକେଇତ ଜୀବନ ସାରା ଠକି ଠକି ଅଫିସରେ ବସି ବସି ଦରମା ନେଲା, ପୁଣି ଗରୀବର ଗୁହାରି ଶୁଣିବାକୁ ଉପୁରି ନେଲା, ପିସି ନେଲା,ତା ପରେ ଘରେ ଶୋଇ ଶୋଇ ପୁଣି ପେନସନ୍ ନେଲା,
ସେଇଟା ଆମର ସମ୍ମାନନୀୟ ସାର୍, ଅଫିସର୍ ।

ତାର ପୁଣି ଅଭିଯୋଗ, ମୋ ବାଡିରେ ଛେଳି ପଶୁଚି, ସେ ଶାଲା ଗରିବ ଆସୁନି ଜଗିବାକୁ, ମୁଲିଆଣି ଆସୁନି ରୋଷେଇ କରିବାକୁ, ଶାଲା ମୂଲିଆକୁ ଟଙ୍କାକିଆ ଚାଉଳ ବାଇ କରୁଚି, ଖାଇକି ଘରେ ଶୋଉଚି, ମୋ ବାଡି ଉଜୁଡି ଯିବ, ମୋ ଫୁଲଗଛ ମରିଯିବ, ରୋଷେଇ କଲେ ମୋ ମାଡାମ କଳା ପଡିଯିବ, ବାସନ ମାଜିଲେ ମୋ ମାଡାମର ହାତ ଖରାପ ହେଇଯିବ ।

ମୂଲିଆ ମାସକୁ 300 ଟଂକାର ରିହାତି ଚାଉଳ ନେଇଗଲେ ମୋ ଦେଶ ବୁଡିଯିବ, ମୋ ଦେଶ ଉଜୁଡିଯିବ, ମୁଁ ମାସକୁ 53 ହଜାର ପେନସନ୍ ନେଲେ ମୋ ଦେଶ ସମୃଦ୍ଧ ହବ ।

ଶାଲା କି ହାରମଜାଦା ଅର୍ଥନୀତି ପାଠ କି ରେ !

– ଲକ୍ଷ୍ମୀଧର ନାୟକ
Mo Lekha : FB post- 08.03.2020


Share it

Leave a comment

Your email address will not be published. Required fields are marked *

Verified by MonsterInsights