ଆଇଲା ବଡ ବଇ ଘୋଷା ପଣ୍ଡିତ ଟା, ଶାଲା ଗଉଡଙ୍କୁ ବ୍ରହ୍ମଜ୍ଞାନ ବୁଝେଇଲା, ଜଲଦି ଗଲୁ ନା ଏଠୁ, ନା ଦେଖିବୁ ?

Share it

Mo Lekha
3rd September 2023

ଭାବୁଛୁ କିଛି ଦିନ ମହେନ୍ଦ୍ରଗିରିରେ ଯାଇ ଅବସ୍ଥାନ କରିବୁ

ଏଠାରେ ଭୁବନେଶ୍ବରରେ ରହିଲେ ସକାଳୁ ଉଠି ବିଜେପି ବିଜେଡି କଂଗ୍ରେସ କମୁନିଷ୍ଟ ଇଣ୍ଡିଆ ଏନଡିଏ ଚର୍ଚ୍ଚା କରିବାକୁ ପଡୁଛି, କାହାରି କାହାରି ପୋଷ୍ଟ ନଜରରେ ପଡିଲେ କିଛି ନା କିଛି କମେଣ୍ଟ ବି ଲେଖି ହୋଇଯାଉଛି

ଧାର ଉଧାର କରି ଦଶ ହଜାର ଘର ଭଡା ଦେଇ ଏ ଫାଲତୁ କଥାରେ ସମୟ ଦେବାର ବା କି ଆବଶ୍ୟକତା ଟେ ଅଛି କେଜାଣି

ଆମେ ମହେନ୍ଦ୍ରଗିରିରେ ଅବସ୍ଥାନ କଲେ ମହେନ୍ଦ୍ରଗିରି ତ ଆମକୁ ରହିବା ଭଡା ମାଗିବେନି, ଓଲଟା ଏଇ ସମୟରେ ମହେନ୍ଦ୍ରଗିରି ଉପରେ ବଢିଆ ବଢିଆ ଖାଦ୍ଯ ଯଥା ଖୀର , ସର, ଲହୁଣୀ, ଛେନା, ଦହି, ଘିଅ ଭରପୁର ମିଳିବ ତାହା ପୁଣି ସୁଦୁ ମାଗଣାରେ

କାରଣ ଏବେ ଚତୁର୍ମାସ୍ୟା ବରଷାକାଳ ହୋଇଥିବାରୁ ଏଇ ସମୟରେ ମହେନ୍ଦ୍ରଗିରି ଆଖ ପାଖ ପଚାଶ ଶହେ ଗାଁ ର ଗୋପାଳମାନେ ସେମାନଙ୍କ ଗୋ ବତ୍ସା ସହିତ ମହେନ୍ଦ୍ରଗିରି ଉପରେ ରହିଥାଆନ୍ତି, ସେମାନଙ୍କ ଗୋଧନଙ୍କୁ ଚାରଣ ସୁଲଭ ଉପଲବ୍ଧ କରାଇବା ଉଦ୍ଦେଶ୍ଯରେ,

ଗୋପାଳ ତ କାଳେ କାଳେ ଦାତା, ଦରକାର ପଡିଲେ ଦି ଲିଟର କ୍ଷୀରରେ ଚାରି ଲିଟର ପାଣି ପୁରେଇ ଦେବେ ସିନା କାହା ପିଲାକୁ କ୍ଷୀର ଅଭାବ କରେଇବେ ନାହିଁ,

ଦେଖୁ ନାହାନ୍ତି ତାଙ୍କ କୃଷ୍ଣକୁ ଜର ହେଲା, ଉଦ୍ଧବ ଭାରତ ସାରା ବୁଲିଲା ଲୋକଙ୍କ ପାଦଧୂଳି ମୁଠାଏ ପାଇଁ, ଆପଣମାନେ ଏକଥା ଜାଣନ୍ତି ମ, ବଇଦ କହିଥିଲା ଲୋକଙ୍କ ପାଦ ଧୂଳି ବୋଳି ଦେଲେ କୃଷ୍ଣଙ୍କ ଜ୍ବର ଛାଡିଯିବ,

ଉଦ୍ଧବ ଭାରତ ସାରା ବୁଲିଲା ଲୋକଙ୍କ ପାଦଧୂଳି ମୁଠାଏ ପାଇଁ, କେହି ଦେଲେ କି ?

ଶେଷରେ ଗୋପପୁରରେ ପହଞ୍ଚିଲା, ଗୋପୀ ଗୋପାଳଙ୍କୁ ଏକଥା କହିଲା ମାତ୍ରେ ଗୋପୀ ମାନେ ଗୋଟେ ବଡ ଲୁଗା ବିଛେଇ ଦେଲେ , ଗଲେ ଯମୁନା ପାଣିରେ ପଶିଯାଇ ଯମୁନା ବାଲିରେ ଚାଲି ଚାଲି ଆସିଲେ, ସେ ଓଦା ପାଦରେ ଯେତେ ବାଲି ଲାଗିଲା ସବୁ ସେ ଲୁଗା ଉପରେ ଚଢି ଝାଡି ଦେଲେ, ପୁଣି ପାଣିରେ ପଶିଲେ, ପୁଣି ଝାଡିଲେ,

ମୁଠାଏ ପାଦ ଧୂଳି ଦରକାର ଥିଲା, ଗଣ୍ଠୁଲିଏ ପାଦ ଧୂଳି ବାନ୍ଧି ଦେଲେ ଗୋଟେ ପିନ୍ଧା ଲୁଗାରେ, ଉଦ୍ଦେଶ୍ଯ ନିଅଣ୍ଟ ନପଡୁ

ଉଦ୍ଧବ ଧନ୍ଯବାଦ ଦେବାକୁ ଯାଇ ଗୋପୀ ଗୋପାଳଙ୍କୁ କଣ ଗୋଟେ ସଂସ୍କୃତ ଶ୍ଳୋକ କହି ପ୍ରଭୁଙ୍କ ସ୍ବରୂପ ସମ୍ପର୍କରେ ବ୍ରହ୍ମ ଜ୍ଞାନ ବୁଝୋଉଥିଲା,

ଗୋପୀ ଗୋପାଳେ ବିରକ୍ତ ହେଇ ତାକୁ ଏକ ରକମ ତଣ୍ଟିଆଏ ପକେଇ କହିଲେ –

ଆବେ ଶାଲା ଜଲଦି ଏଠୁ ଯାଆ ବେ, ଶୀଘ୍ର ଯାଇ ଆଗ ଆମ କୃଷ୍ଣ ଦେହରେ ଏ ପାଦଧୂଳି ବୋଳ, ଆଗ ତା ଜର ଛାଡୁ,

ଶାଲା ଆଇଲା ବଡ ବଇ ଘୋଷା ପଣ୍ଡିତ ଟା, ଶାଲା ଗଉଡଙ୍କୁ ବ୍ରହ୍ମଜ୍ଞାନ ବୁଝେଇଲା, ଜଲଦି ଗଲୁ ନା ଏଠୁ, ନା ଦେଖିବୁ ?

ଆଉ ଜଣେ ଗୋପୀ କହିଲା –

” ଆହୁରି କଥାଏ ଶୁଣହେ ଉଦ୍ଧବ
ତିଳ ଚୋପା ପ୍ରାୟ ବାଟ
କିଏ ବା ପଶିବ ଏ ଛୋଟିଆ ବାଟେ
ଲାଗେ ଏଗାର କବାଟ

ଏଗାର କବାଟ ଲାଗିଛି ଉଦ୍ଧବ
ଅର୍ଗଳୀ ପଡିଛି ଯହିଁ
ସ୍ୱର୍ଣ୍ଣପେଟିକାରେ ବତକ ଖେଳଇ
ଶମନ ଧରିବ କାହିଁ

ଆହୁରି କଥାଏ କହିବି ଉଦ୍ଧବ
ମୋ ଘରେ ଷଣ୍ଢେକ ଥିଲା
ତିନିଦିନ ଥରେ ମୋ ଘରେ ରହିବା
ବତ୍ସା ଏକ ପ୍ରସବିଲା

ଗାଈମାନେ ତାକୁ ଶୃଙ୍ଗାର କରନ୍ତି
ବୃଷଭର ଯୋନି କାହିଁ
ଲାଞ୍ଜରେ ବୃଷଭ ଛୁଆ ପ୍ରସବଇ
ବୁଝା ଯୋଗୀନ୍ଦ୍ର ଗୋସାଇଁ

ଶୁଣିଣ ଉଦ୍ଧବ ହୋଇ କାନ୍ଦ କାନ୍ଦ
ବୋଇଲା କି ହଇରାଣ
ଭାବୁଥିଲି ମୁହିଁ ଗୋପାଳୁଣି ତୁମ୍ଭେ
ତୁଚ୍ଛ ମୋର ବ୍ରହ୍ମଜ୍ଞାନ ”

ଗୋପୀ ଗୋପାଳମାନେ ଉଦ୍ଧବଙ୍କୁ କହିଲେ , ଯା ଆଗ ଆମ କୃଷ୍ଣର ଜର ଭଲ ହେଇ ଯାଉ, ତାପରେ ତୁ ଆଉ ଥରେ କେବେ ଆସିବୁ ଏଠି ଟେଣ୍ଟ ବାନ୍ଧି ଟିକେଟ୍ କାଟି ସଂସ୍କୃତରେ ବ୍ରହ୍ମଜ୍ଞାନ ପ୍ରବଚନ ଶୁଣେଇବୁ,

ସେଗୁଡା ତ ଗୋପପୁର ଗୋପୀ ଗୋପାଳେ ଶୁଣନ୍ତିନି, ତମ ସେ ଇନ୍ଦ୍ରପ୍ରସ୍ଥ ହସ୍ତୀନା କି ତାମିଲନାଡ଼ୁ ଆଡର ଲୋକ ହିନ୍ଦି କି ତେଲୁଗୁରେ ଯଦି ତୋ ବ୍ରହ୍ମଜ୍ଞାନର ଅର୍ଥ ବୁଝି ପାରିଲେ ତ ଭଲ କଥା, ଶୁଣିଲେ ହୁଏତ ସେମାନେ ତତେ ପଣ୍ଡିତ କହିଲେ କହିବେ

ଆମର ତ ଆମ ଗୋ ଧନ ଯୁଆଡେ ଆମ ବଂଶୀ ସ୍ବନ ଶୁଭେ ସିଆଡେ, ସିଏ ବୃନ୍ଦାବନ ହେଉ କି ମହେନ୍ଦ୍ରଗିରି

ମୁଁ ବହୁତ ଦିନ ଆଗରୁ ଥରେ କେବେ କୋଉ ଗୋଟେ କାଗଜରେ ଖୁବ୍ ବଡ ଲେଖାଟିଏ ଲେଖିଥିଲି, ବିଜେଡି ଦଳ ଗଠନର ବହୁ ଅକୁହା ମୂଳ କଥା ଅତି ରୋକ୍ ଠୋକ୍ ଭାବେ ଆଲୋଚନା ହୋଇଥିଲା ସେ ଲେଖାରେ, ମୋର ଯାହା ମନେ ପଡୁଛି,
ସେ ଲେଖାର ଶୀର୍ଷକ ଥିଲା –

” ବିଜୟଙ୍କ ବିଜେଡିକୁ ୨.୫ ବର୍ଷ : ବିନ୍ଦୁ ଟା ପ୍ରିଣ୍ଟିଙ୍ଗ ମିଷ୍ଟେକ୍ ”

ଅର୍ଥାତ୍ ବିଜେଡି ଦଳ ୨୫ ବର୍ଷ ରାଜ୍ କରିବ ? ଏଇଆ ??

ଆମକୁ ତ ଲେଖି ଆସେନି, ଆମେ ଲେଖିବୁ ବା କଣ ? ତେଣୁ ଲେଖୁ ଲେଖୁ ଯାହା ଲେଖି ହୋଇଯାଏ ତାହାକୁ ଆମ୍ଭେ ଲେଖିଲୁ ବୋଲି କହିବାକୁ ହୁଏ

ଏମିତି ଲେଖା ଟେ ସେ ଯୁଗରେ ସେତେବେଳେ, ଯେତେବେଳେ ପାଣ୍ଡୁ ଙ୍କର ନାଭି ଛେଦନ ବି ହୋଇ ନଥିଲା, କଣ ପାଇଁ ଲେଖା ଯାଇଥିଲା କେଜାଣି !

2.5 ରେ ବିନ୍ଦୁଟା ପ୍ରିଣ୍ଟିଙ୍ଗ ମିଷ୍ଟେକ୍, ଏହାର ଅର୍ଥ କଣ ହେବ ଯେ ? କିଏ ଜାଣେ !

ସେ ପେପର ଟି ଏବେ ମୁଁ କେଉଁଠୁ ପାଇବି ବା ?

ମୁଁ ଯାହାକୁ ଯୁଗ ଯୁଗ ମାନେ ଘଣ୍ଟା ଘଣ୍ଟା ଖୋଜି ନପାଇ ରାଗିକି ଅଗ୍ନିଶର୍ମା ହେଉଥାଏ,
ତାକୁ ସେ ତାଙ୍କ ପାଇଟି ଛାଡି ଆସି ଅଧା ସେକେଣ୍ଡରେ – ‘ ହେଇ ପା ଏଇଠି ଅଛି, କଣ ସେତେବେଳୁ ଖୋଜୁଚ, ପାଉନ ? ହା ହା ହା ହେଇ ଠୋ ଠୋ ହସି ‘ – ଯିଏ ହାତରେ ଧରେଇ ଦେଉଥିଲେ ସେ ଏବେ କାହାନ୍ତି ଯେ ମୁଁ ନପାଇବା ଜିନିଷ ବି ପାଇବି !

ଛାଡନ୍ତୁ ସେକଥା, ଆମେ ଭାବୁଛୁ ମହେନ୍ଦ୍ରଗିରିରେ କିଛି କାଳ ଅବସ୍ଥାନ କରିବୁ, ପ୍ରଭୁ ପର୍ଶୁରାମଙ୍କ ଆଶୀର୍ବାଦ, ଆଜ୍ଞା ଓ ଅନୁମତି ମିଳିଲେ ତ ହୁଏ ନା !

ମାଡାମ ତ ଏବେ କେଉଁଠି ଆମ୍ଭଙ୍କୁ ଅଗୋଚର, ସେ ପାଖରେ ଥିଲେ ତ ଏ ତିନି କଥା କଣ ପରଶୁରାମେ ହୁଏତ କରୁଣା କରି ୩୦ କଥା ବି ଯାଚି ଦେଇ ଯାଇ ଥାଆନ୍ତେ

ସେଇ ପରଶୁରାମଙ୍କ ଇଚ୍ଛା, ଦେଖାଯାଉ କଣ ହେଉଛି, ଇଚ୍ଛା ଦେଉଛି ଯିଏ, ଇଚ୍ଛା ପୂରଣ କରୁ ସିଏ, ଆମର ସେଥିରେ ଯାଏ କେତେ ଆସେ କେତେ

ଜୟ ଜଗନ୍ନାଥ


Laxmidhar Nayak
My Facebook Post: 3rd September 2023


Share it

Join the Conversation

2 Comments

Leave a comment

Your email address will not be published. Required fields are marked *

Verified by MonsterInsights